ରାଞ୍ଚି: ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ନଥିବାରୁ କିଡନୀ ବିକିବାକୁ ଡାକ୍ତରଖାନାରେ ପହଞ୍ଚିଲା ପୁଅ। ବାପା ଚାଲିଗଲେ, ଏବେ ମା’ଙ୍କୁ ହରାଇବାକୁ ଚାହେନି ବୋଲି କହି ନାବାଳକ ପୁଅ ଡାକ୍ତରଖାନାରେ କିଡନୀ ବିକ୍ରି କରିବାକୁ ଗୁହାରି କରୁଥିବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଛି। ବିହାରର ଗୟାରେ ରହୁଥିବା ଦୀପାଂଶୁ କୁମାର ନିଜ ମା’ଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରଖାନାରେ କିଡନୀ ବିକ୍ରି କରିବାକୁ ପହଞ୍ଚିବା ପରେ ତାଙ୍କ ଦୁଃଖ କାହାଣୀ ଲୋକଲୋଚନକୁ ଆସିଥିଲା।

Advertisment

ସୂଚନା ମୁତାବକ, ବାପାଙ୍କ ମୃତ୍ୟୁ ପରେ ଦୀପାଂଶୁ ଘର ଚଳାଇବା ପାଇଁ ରାଞ୍ଚି ଚାଲିଆସିଥିଲେ। ଏଠାରେ ଏକ ହୋଟେଲରେ ସେ କାମ କରିବା ସହ ମା’ଙ୍କୁ ଟଙ୍କା ପଠାଉଥିଲେ। ଦିନେ ତାଙ୍କୁ ମା’ଙ୍କ ଗୋଡ ଭାଙ୍ଗିଯାଇଥିବା ବିଷୟରେ ଖବର ମିଳିଥିଲା ଏବଂ ଚିକିତ୍ସା ପାଇଁ ଅଧିକ ଟଙ୍କା ଲାଗିବ ବୋଲି ସେ ଜାଣିବାକୁ ପାଇଥିଲେ। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ବୋଲି ଜାଣିବା ପରେ ଅନ୍ୟ କିଛି ଉପାୟ ନପାଇ ସେ ରାଞ୍ଚିର ଏକ ଡାକ୍ତରଖାନାରେ ନିଜର କିଡନୀ ବିକ୍ରି କରିବାକୁ ପହଞ୍ଚିଥିଲେ। ହେଲେ ଏହି ସମୟରେ ତାଙ୍କ ପାଇଁ ଦେବଦୂତ ସାଜି ଆସିଥିଲେ ରିମ୍ସ ହସ୍ପିଟାଲର ଡାକ୍ତର ବିକାଶ।

କିଡନୀ ବିକ୍ରି କରିବାକୁ ଦୀପାଂଶୁ ଗ୍ରାହକ ଖୋଜୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସମସ୍ୟା ଜାଣି ତାଙ୍କୁ ରିମ୍ସ ହସ୍ପିଟାଲର ଡାକ୍ତର ବିକାଶଙ୍କ ସହ ଦେଖା କରାଇ ଦେଇଥିଲେ। ଏହା ପରେ ଡାକ୍ତର ବିକାଶ ଦୀପାଂଶୁଙ୍କୁ କହିଥିଲେ ଯେ, ମା’ଙ୍କୁ ରିମ୍ସ ଆଣ, ଏଠାରେ ତାଙ୍କର ମାଗଣାରେ ଚିକିତ୍ସା କରାଯିବ। ଡାକ୍ତର ବିକାଶ ଆଗରୁ ମଧ୍ୟ ଏଭଳି ଲୋକଙ୍କ ମାଗଣାରେ ଚିକିତ୍ସା କରିଥିବା ଜଣାପଡ଼ିଛି।

रिम्स हॉस्पिटल के डॉ. विकास. aajtak