ଚିକିତ୍ସକଙ୍କ ବିରାଟ ସଫଳତା: ପିଲାକୁ ସ୍ତନ୍ୟପାନ କରାଇବାରେ ସମର୍ଥ ହେଲେ କିନ୍ନର

ନ୍ୟୁୟର୍କ: ହେବାକୁ ଯାଉଛି ଏକ ନିଆରା କଥା। ଜଣେ କିନ୍ନର ବି ପିଲାଙ୍କୁ ସ୍ତନ୍ୟପାନ କରାଇ ପାରନ୍ତି ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଯେଉଁ କିନ୍ନର ଜଣକ ଏହି ନାଆରା କାର୍ଯ୍ୟ ପାଇଁ ସମର୍ଥ ତାଙ୍କ ବୟସ ତିରିଶ। ଏହି କିନ୍ନର ଜଣକ ପିଲାଟିକୁ ଜନ୍ମ ସିନା ଦେଇନାହାନ୍ତି, ଡାକ୍ତରମାନେ ତାଙ୍କ ଶରୀରରେ ମହିଳାଙ୍କ ହର୍‌ମୋନ୍‌ ବୃଦ୍ଧି କରାଇ ସେ ସ୍ତନ୍ୟପାନ କରାଇ ପାରିବେ ବୋଲି ମତ ରଖିଛନ୍ତି।

ସୂଚନା ମୁତାକବ, ବିନା କୌଣସି ରି-ଆସାଇନ୍‌ମେଣ୍ଟ୍‌ ସର୍ଜରି କରି ଏପରି ସ୍ତନ୍ୟପାନ କରାଇ ହେବ। ଏହି ସଫଳତାର ହକ୍‌ଦାର ହେଉଛନ୍ତି ନ୍ୟୁୟର୍କର ମାଉଣ୍ଟ୍‌ ସିନାଇ ସେଣ୍ଟର୍‌ ଫର୍‌ ଟ୍ରାନ୍ସଜେଣ୍ଡର ମେଡିସନ୍‌ ଆଣ୍ଡ୍‌ ସର୍ଜରିର ଡାକ୍ତର। ଡାକ୍ତରଙ୍କ କହିବା ମୁତାବକ୍‌, ଏହି କ୍ଷେତ୍ରରେ ଜନ୍ମର ଛଅ ସପ୍ତାହରୁ ନେଇ ୬ ମାସ ପର୍ଯ୍ୟନ୍ତ କିନ୍ନର ସ୍ତନ୍ୟପାନ କରାଇବାରେ ସମର୍ଥ ହେବେ। ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି କି ସେ କିନ୍ନରଙ୍କର ଏପରି ସଫଳତାରେ ପୂର୍ଣ୍ଣ ସନ୍ତୁଷ୍ଟ। ଏପରି ଏକ ନିଆରା କାର୍ଯ୍ୟ କରିଥିବାରୁ ସେ ଅନେକ ଖୁସି। ଯେତେବେଳେ କିନ୍ନର ଜଣକ ପ୍ରଥମେ ଡାକ୍ତରଙ୍କ ପାଖକୁ ଆସିଥିଲେ ସେ କହିଥିଲେ ତାଙ୍କ ପାର୍ଟନର ଏକ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି। ମାତ୍ର ସ୍ତନ୍ୟପାନ କରାଇବାକୁ ସେ ଇଚ୍ଛୁକ ନଥିବାରୁ ତାଙ୍କୁ ଏପରି କରିବାକୁ ପଡୁଛି।

ସମ୍ବନ୍ଧିତ ଖବର