ନୂଆଦିଲ୍ଳୀ: ରାନୁ ମଣ୍ଡଲଙ୍କୁ ଆପଣ ସମସ୍ତେ ଜାଣିଥିବେ ନିଶ୍ଚୟ। ନିଜ ସୁନ୍ଦର କଣ୍ଠସ୍ବର ପାଇଁ ପ୍ରଥମେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ରାନୁ ମଣ୍ଡଲ ପରବର୍ତ୍ତୀ ସମୟରେ ବଲିଉଡ୍‌ ଗୀତ ବି ଗାଇଛନ୍ତି।

Advertisment

ଲୋକପ୍ରିୟ କଣ୍ଠଶିଳ୍ପୀ ହିମେଶ ରେସମିୟା ନିଜେ ଆଗେଇ ଆସି ରାନୁଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଥିଲେ। ଏତେ କମ୍‌ ଦିନରେ ରାନୁ ମଣ୍ଡଲ ପ୍ରସିଦ୍ଧ ହୋଇଗଲେ ଯେ ଲୋକେ ବିଶ୍ବାସ କରିପାରିଲେ ନାହିଁ। ପ୍ରଥମେ ସେ ଏକ ‌ଷ୍ଟେସନ୍‌ରେ ବସି ଗୀତ ଗାଇ ଭିକ ମାଗୁଥିବା ବେଳେ ଯେତେବେଳେ ତାଙ୍କ ପାଖରେ ମାନସମ୍ମାନ ସହ ଟଙ୍କା ହୋଇଗଲା ସେ ତାହାକୁ ସମ୍ଭାଳି ପାରିଲେ ନାହିଁ। ଛୋଟ ଛୋଟ କଥାରେ ଲୋକମାନଙ୍କୁ ସେ ନିଜର ଗର୍ବ ଦେଖାଇବା ଆରମ୍ଭ କରିଦେଲେ ଓ ଦୁଃଖର କଥା  ହେଉଛି ଭାଗ୍ୟ ତାଙ୍କୁ ପୁଣି ସେଇଠିକୁ ନେଇଗଲା, ଯେଉଁଠି ସେ ଥିଲେ।

ଦୀର୍ଘ ବ୍ୟବଧାନ ପରେ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛନ୍ତି ରାନୁ। ଏକ ଭିଡିଓରେ ରାନୁଙ୍କୁ ଜଣେ ଯୁବତୀଙ୍କୁ ଝାଡୁରେ ପିଟୁଥିବାର ଦେଖିବାକୁ ମିଳିଛି। ଯୁବତୀ ଜଣକ ମୁରୁକା ହସ ମାରୁଛନ୍ତି। ତେବେ ଏହି ଯୁବତୀ ଜଣକ ହେଉଛନ୍ତି ସିଏ, ଯିଏ ମୁମ୍ବାଇର ଲୋକାଲ୍‌ ଟ୍ରେନରେ ନୃତ୍ୟ ପ୍ରଦର୍ଶନ କରି ଭାଇରାଲ୍‌ ହୋଇଥିଲେ। ରାନୁ କେବଳ ଯୁବତୀ ନୁହଁନ୍ତି, ବରଂ ତାଙ୍କ ସହ ଥିବା ଜଣେ ଯୁବକଙ୍କୁ ବି ଝାଡୁରେ ପିଟୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓ ଉପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ନିଜ ଗର୍ବ ପାଇଁ ରାନୁ ମଣ୍ଡଲ ଉପରକୁ ଯାଇପାରିଲେ ନାହିଁ ବୋଲି ଅନେକ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି।