ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଦୁନିଆରେ ଆଜିକାଲି ପ୍ରତିଟି କ୍ଷେତ୍ରରେ ସ୍ୱାର୍ଥପରତା ଏବଂ ଅସୁରକ୍ଷିତ ପରିସ୍ଥିତି ପ୍ରାୟତଃ ଦେଖା ଦେଇଥାଏ। କେତେକ ସମୟରେ ଏପରି କିଛି ଘଟଣା ଘଟିଥାଏ ଯାହା ହୃଦୟକୁ ସ୍ପର୍ଶ କରିବା ସହିତ ମାନବତା ପ୍ରତି ଆମର ବିଶ୍ୱାସକୁ ଦୃଢ଼ କରିଥାଏ। 
ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବତୀ କ୍ୟାମେରା ସାମ୍ନାରେ ଠିଆ ହୋଇ ତାଙ୍କ ପରିସ୍ଥିତିକୁ ବଖାଣୁଛନ୍ତି।  

Advertisment

ଯୁବତୀ ଜଣକ କହୁଛନ୍ତି, "ମୁଁ ବିଳମ୍ବିତ ରାତିରେ ଏକ ଗରବା କାର୍ଯ୍ୟକ୍ରମରୁ ଘରକୁ ଫେରିଛି। କିନ୍ତୁ ମୁଁ ମୋ ଘର ଚାବି ମୋ ବନ୍ଧୁଙ୍କ ପାଖରେ ଛାଡ଼ି ଆସିଥିବାରୁ ଭିତରକୁ ଯାଇ ପାରୁ ନାହିଁ।  ମୁଁ ଏବେ ମୋ ବନ୍ଧୁଙ୍କୁ ଅପେକ୍ଷା କରିଛି।
ମଧ୍ୟରାତ୍ରିର ସମୟ ପରିବେଶ ଖୁବ ନିର୍ଜନ ଅଛି।

ଏହାପରେ ଯୁବତୀ ଜଣକ କ୍ୟାମେରା ବୁଲାଇ ଜଣେ ରାପିଡୋ ସାଥୀଙ୍କୁ ଦେଖାଉଛନ୍ତି। ଯିଏକି ବାଇକ୍ ଉପରେ ବସିଥିବା ଦେଖିବାକୁ ମିଳୁଛି।
ରାପିଡୋ ସାଥୀଙ୍କୁ ଦେଖାଇବା ପରେ ଯୁବତୀ ଜଣକ କହୁଛନ୍ତି, ‘ଆପଣମାନେ ଏହି  ରାପିଡୋ ସାଥୀଙ୍କୁ ଦେଖିଲେ। ଯିଏକି ମୋତେ ଘରେ ଛାଡ଼ି ଚାଲିଯିବା କଥା କିନ୍ତୁ ସେ ଯେତେବେଳେ ଜାଣିଲେ ମୋ ପାଖରେ ଚାବି ନାହିଁ ମୁଁ ଘରକୁ ଯାଇ ପାରିବି ନାହିଁ। ସେ ମୋତେ ସାହସ ଦେଇ କହିଲେ "ତୁମେ ବ୍ୟସ୍ତ ହୁଅ ନାହିଁ କି ଭୟ କର ନାହିଁ ତୁମର ବନ୍ଧୁ ଘର ଚାବି ନେଇ ଆସିବା ପର୍ଯ୍ୟନ୍ତ ମୁଁ ଏଠାରେ ଅଛି। ’’
ସାମଜରେ ସମୟ ସମୟରେ ଏମିତି ମଣିଷଙ୍କୁ ଦେଖିଲେ ଲାଗେ ଯେ ମାନବିକତା ଏବେ ବି ବଞ୍ଚି ରହିଛି ।’