ଭାରତରୁ ମିଳିଲା ବିରଳ ବ୍ଲଡ୍‌ ଗ୍ରୁପ୍‌: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନାଁ ଦେଲା ‘ଇନ୍‌ରା’

ଲୋକେ ମୁଖ୍ୟତଃ ଏ, ବି ଏବଂ ଓ ଗ୍ରୁପ୍‌ର ବ୍ଲଡ୍‌ କଥା ଜାଣି ଥାଆନ୍ତି। ଏହା ଛଡ଼ା ବି ଅନ୍ୟ କେତେକ ବିରଳ ବ୍ଲଡ୍‌ ଗ୍ରୁପ୍‌ ରହିଥିବା କଥା ବିଭିନ୍ନ ଶୁଣାଯାଇଥାଏ। ଦୁନିଆରେ ଏ ଭଳି ବିରଳ ୭ ବ୍ଲଡ୍‌ ଗ୍ରୁପ୍‌ ରହିଥିବା ବେଳେ ନିକଟରେ ଭାରତରୁ ଆଉ ଗୋଟାଏ ବିରଳ ଗ୍ରୁପ୍‌ର ରକ୍ତର ସନ୍ଧାନ ମିଳିଛି।

ଏହି ୭ଟି ବିରଳ ରକ୍ତ ଗ୍ରୁପ୍‌କୁ ଡାକ୍ତରୀ ଭାଷାରେ ଏହାକୁ କୋଲ୍‌ଟୋଲ୍‌ କହନ୍ତି। ଏହି ସାତଟି ବିଳର ଗ୍ରୁପ୍‌ ରକ୍ତରୁ ମାତ୍ର ଗୋଟାଏ ଭାରତରେ ଦେଖାଯାଇଛି। ସେ ପୁଣି ଗୁଜରାଟରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଦେହରେ। ତାଙ୍କ ରକ୍ତ ଗ୍ରୁପ୍‌ ଅନ୍ୟ କୌଣସି ରକ୍ତ ଗ୍ରୁପ୍‌ ସହ ମେଳ ଖାଉ ନ ଥିବାରୁ ସଭିଏଁ ବିସ୍ମିତ।

ଏ କଥା ଲୋକଲୋଚନକୁ ଆସିବା ପରେ ଗୁଜରାଟର ଡାକ୍ତରମାନଙ୍କ ମଧ୍ୟରେ ଏକ ବିଚିତ୍ର ଉନ୍ମାଦନା ଖେଳି ଯିବା ସହ ଚିନ୍ତାର କାରଣ ହୋଇଥିଲା।

ଉତ୍ସାହର କାରଣ- ଭାରତରେ ମଧ୍ୟ ଜଣେ ବିଳର ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତି ଅଛନ୍ତି।

ଚିନ୍ତାର କାରଣ- ସେ ବ୍ୟକ୍ତି କାହାକୁ ରକ୍ତ ଦେଇ ପାରିବ, ନା କାହାଠୁ ନେଇ ପାରିବ।

କଥାଟି କେମିତି ଜଣା ପଡ଼ିଲା ଜାଣନ୍ତୁ: ଜଣେ ରୋଗୀଙ୍କର ରକ୍ତ ପରୀକ୍ଷା କରାଇବାକୁ ଏକ ଗୁଜରାଟୀ ପରିବାର ରକ୍ତ ନମୁନା ପଠାଇ ଥିଲେ। ରକ୍ତ ପରୀକ୍ଷା ସମୟରେ ଡାକ୍ତରମାନେ ଝାଳନାଳ ହୋଇଗଲେ। କାରଣ ସେ ସଂଗୃହୀତ ରକ୍ତ ନମୁନା କୌଣସି ଗ୍ରୁପ୍‌ ସହ ମେଳ ଖାଉ ନ ଥିଲା।
ତେଣୁ ଜଣେ ବଡ଼ ଡାକ୍ତରଙ୍କୁ ଡକା ଗଲା। କିନ୍ତୁ, ସେ ମଧ୍ୟ ପାରିଲେ ନାହିଁ। ଶେଷରେ ଡାକ୍ତରୀ ଦଳ ସେ ରକ୍ତ ନମୁନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପଠାଇଲେ। ସେଠାରେ ଉନ୍ନତ ପରୀକ୍ଷା କରାଯାଇ ଘୋଷଣା କରାଗଲା କି, ଏଇଟା ବିରଳ କିସମର ରକ୍ତ। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆଇଏନ୍‌ଆରଏ’ ବୋଲି ନାମିତ କଲା। ‘ଇନ୍‌+ରା’ ନାଁ’ର ବ୍ୟାଖ୍ୟା ହେଉଛି: ‘ଇନ୍‌’ ଅର୍ଥ ଇଣ୍ଡିଆ; ‘ରା’ ଅର୍ଥ ସେ ରକ୍ତଧାରୀ ଲୋକଙ୍କ ନାମର ପ୍ରଥମ ଅକ୍ଷର।

ସମ୍ବନ୍ଧିତ ଖବର