ଗବେଷକମାନେ ଅବଶେଷରେ କ୍ୟାମେରାରେ ଲୁଚିଥିବା ଜଳ ତଳେ ‘ହେଡଲେସ୍ ଚିକେନ୍ ରାକ୍ଷସ’କୁ ଧରିବାରେ ସକ୍ଷମ ହୋଇଥିଲେ।
ଅଷ୍ଟ୍ରେଲିଆ ଆଣ୍ଟାକିଟିକ୍ ଡିଭିଜନ୍ ପକ୍ଷରୁ କୁହାଯାଇଛି ଯେ ଏନ୍ପିନିଷ୍ଟେସ୍ ଏକ୍ସିମିୟା ହେଉଛି ଗଭୀର ସମୁଦ୍ରରେ ସନ୍ତରଣ କରୁଥିବା ସାମୁଦ୍ରିକ କାକୁଡ଼ି। ଏହାକୁ ମସ୍ତିଷ୍କ ବିହିନ ଚିକେନ୍ ରାକ୍ଷସ’ ବୋଲି ମଧ୍ୟ କୁହାଯାଇଥାଏ। କୁହାଯାଇଛି ଯେ ପୂର୍ବ ଆଣ୍ଟାର୍କଟିକାରୁ ଦକ୍ଷିଣ ମହାସାଗର ଜଳରେ ଏହାର ଚିତ୍ରୋତ୍ତଳନ କରାଯାଇଥିିଲା। ଦୁର୍ଲଭ ଜଳ ତଳେ ଥିବା ଏହି ପ୍ରାଣୀ ଲାଲ୍ ଜୀବ ଭଳି ଦେଖାଯାଏ। ଏକ କଲର ଭଳି ଦେଖାଯାଉଥିବା ଏକ ସନ୍ତରଣରତ ଫିନ୍ ସହିତ ଏହାର ପ୍ରଥମେ ମାକ୍ସିକୋ ଉପକୂଳ ଚିତ୍ରୋତ୍ତଳନ କରାଯାଇଥିଲା।
ଅଷ୍ଟ୍ରେଲୀୟ ଆଣ୍ଟାର୍କଟିକ୍ ଡିଭିଜନ୍ ପ୍ରୋଗ୍ରାମର ମୁଖ୍ୟ ଡକ୍ଟର ଡାର୍କ ଓ୍ଵଲସଫୋର୍ଡ କହିଛନ୍ତି ଯେ କ୍ୟାମେରାରେ ଉତ୍ତେଜିତ କେତେକ ଦୃଶ୍ୟ ଅତ୍ୟନ୍ତ ଲୋଭନୀୟ। ଏଥିରେ ବିଭିନ୍ନ ପ୍ରଜାତିମାନଙ୍କୁ ସାମିଲ୍ କରାଯାଇଛି, ଯାହା ବିଶ୍ୱର ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ।
ଦକ୍ଷିଣ ମହାସାଗର ଏକ ଅବିଶ୍ୱସନୀୟ ସାମୁଦ୍ରିକ ଜୀବନର ବିବିଧତାର ଘର ଅଟେ,ଯେଉଁଥିରେ ବ୍ୟାବସାୟିକ ରୂପେ ବିଭିନ୍ନ ପ୍ରଜାତିଗଣ ସାମିଲ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/headless-chicken-monster.jpg)