ଦେଶରେ ୧୧୮ବର୍ଷ ପରେ ଫୁଟିଛି ଏହି ଦୁର୍ଲଭ ପ୍ରଜାତିର ଫୁଲ

ନୂଆଦିଲ୍ଲୀ: ଭାରତରେ ୧୧୮ ବର୍ଷ ପରେ ଏକ ବିରଳ ପ୍ରଜାତିର ଆର୍କିଡ୍‌ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ବନ ଅଧିକାରୀ ତଥା ବନ୍ୟଜନ୍ତୁ ବିଶେଷଜ୍ଞମାନେ ନୀରିକ୍ଷଣ କରୁଥିବା ସମୟରେ ଏଭ ଭିନ୍ନ ଫୁଲକୁ ଦେଖିବାକୁ ପାଇଥିଲେ। ଏହି ଫୁଲର ବୈଜ୍ଞାନିକ ନାମ ଇଉଲୋଫିଆ ଓବଟୁସା ବୋଲି ଜଣାପଡ଼ିଥିବା ବେଳେ ଏହା ଗ୍ରାଉଣ୍ଡ ଆର୍କିଡ ଭାବରେ ବି ଜଣାଶୁଣା।

ଆଇୟୁସିଏନ୍‌ର ରେଡ୍‌ ତାଲିକାରେ ତାଲିକାଭୁକ୍ତ ବିଲୁପ୍ତ ଉଦ୍ଭିଦର ଏହି ପ୍ରଜାତିକୁ ଶେଷ ଥର ପାଇଁ ୧୯୦୨ ମସିହାରେ ପିଲିଭିତରେ ଦେଖାଯାଇଥିବା ନେଇ ଇଂଲଣ୍ଡରେ କ୍ୟୁ ହର୍ବାରିୟମ୍‌ରେ ଏହାର ରେକର୍ଡ ରହିଛି। । କିନ୍ତୁ ଗତ ୧୦୦ ବର୍ଷ ମଧ୍ୟରେ ଏହା ଆଉ କେବେ ଦେଖାଯାଇ ନାହିଁ ।

A rare species of Orchid sighted in Dudhwa forests after 118 years ...

ଆର୍କିଡର ଏହି ବିରଳ ପ୍ରଜାତିର ଆବିଷ୍କାର କରିଥିବା ଦଳରେ ସାମିଲ ଥିବା ଫିଲ୍‌ଡ ନିର୍ଦ୍ଦେଶକ ସଞ୍ଜୟ ପଠକ କହିଛନ୍ତି, ‘ଆମେ ଏହି ଫୁଲକୁ ଜୁନ୍‌ ୩୦ ରେ ଦେଖିବାକୁ ପାଇଥିଲୁ। ଏହାପରେ ଫୁଲର ଫଟୋ ଉଠାଇ ବାଂଲାଦେଶର ଉଦ୍ଭିଦ ବିଜ୍ଞାନୀ ମହମ୍ମଦ ସରିଫ ହୁସେନ୍‌ଙ୍କୁ ପଠାଇଥିଲା। ଯିଏକି ସମ୍ପ୍ରତି ଜର୍ମାନୀରେ ରିସର୍ଚ୍ଚ କରୁଛନ୍ତି। ସେ ଏହି ଫୁଲକୁ ଦେଖି ନିଶ୍ଚିତ କରିଥିଲେ କି ଏହା ‘ଇଉଲୋଫିଆ ଓବଟୁସା’ ।

ପଠକ କହିଛନ୍ତି, ‘ଦୁଧୱା ଜଙ୍ଗଲ ପରିସରରେ ଏହି ପ୍ରଜାତିର ଫୁଲକୁ ଦୁଇଟି ଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହି ଫୁଲଗଛ ଅନ୍ୟ ସ୍ଥାନମାନଙ୍କରେ ଥିବା ନେଇ ବି ଆଶା କରାଯାଉଛି। ୱାର୍ଲ୍‌ଡ ୱାଇଲ୍‌ଡ ଫଣ୍ଡ ଫର୍‌ ନେଚର (ଡବ୍ଲୁଡବ୍ଲୁଏଫ୍‌) ଭାରତର ସଂଯୋଜକ ମୁଦିତ ଗୁପ୍ତା କହିଛନ୍ତି ଯେ ଖୁବ୍‌ ଶୀଘ୍ର ଏହାର ସବିଶେଷ ସର୍ଭେ କରାଯିବ।

ସମ୍ବନ୍ଧିତ ଖବର