୧୯୭୧ରେ ଜାନକୀବାବୁ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ପ୍ରଥମେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେତେବେଳେ ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା ଏବ˚ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସହିତ ତାଙ୍କର ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଫଳରେ ଶ୍ରୀମତୀ ଶତପଥୀ ପଦତ୍ୟାଗ କରିଥିଲେ ଏବ˚ ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ।
୧୯୭୫ରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେଲା। ଶ୍ରୀମତୀ ଗାନ୍ଧୀଙ୍କୁ ଜନସାଧାରଣଙ୍କ ରୋଷର ସାମନା କରିବାକୁ ପଡ଼ିଲା। ୧୯୭୭ ସାଧାରଣ ନିର୍ବାଚନରେ କ˚ଗ୍ରେସ ଦଳ ଭୟଙ୍କର ପରାଜୟର ସମ୍ମୁଖୀନ ହେଲା। ସମସ୍ତ ବିରୋଧୀ ଦଳର ସହଭାଗିତାରେ ଗଠିତ ଜନତା ପାର୍ଟିର ବର୍ଷୀୟାନ୍ ନେତା ମୋରାରଜୀ ଦେଶାଇଙ୍କ ନେତୃତ୍ବରେ ସରକାର ଗଠିତ ହେଲା। ସହଯୋଗୀ ଦଳମାନଙ୍କ ଭିତରେ ସମନ୍ବୟ ଓ ବୁଝାମଣାର ଅଭାବ ଯୋଗୁଁ ଜନତା ସରକାର ଭାଙ୍ଗିଲା ଏବ˚ ଚୌଧୁରୀ ଚରଣ ସି˚ହଙ୍କ ପ୍ରଧାନମନ୍ତ୍ରୀତ୍ବରେ ପରବର୍ତ୍ତୀ ସରକାର ଗଢ଼ାଗଲା। ରାଜନୈତିକ କାରଣରୁ ଏହି ସରକାରର ପତନ ହେଲା ଏବ˚ ୧୯୮୦ ସାଧାରଣ ନିର୍ବାଚନରେ ଶ୍ରୀମତୀ ଗାନ୍ଧୀଙ୍କ ନେତୃତ୍ବାଧୀନ କ˚ଗ୍ରେସ ଦଳ ଶାସନକୁ ଫେରି ଆସିଲା। ଜାନକୀବାବୁ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ କେନ୍ଦ୍ରରେ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦାୟିତ୍ବ ନେଲେ। ସେ ପର୍ଯ୍ୟନ୍ତ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ଟ୍ରେନଟିଏ ମଧ୍ୟ ଯାଉନଥିଲା। ସେ ତତ୍କାଳୀନ ରେଳମନ୍ତ୍ରୀ ପଣ୍ତିତ କମଳାପତି ତ୍ରିପାଠୀଙ୍କ ଠାରୁ ଓଡ଼ିଶା ପାଇଁ ଏହି ସୁବିଧାଟି ଆଣି ପାରିଥିଲେ। ଓଡ଼ିଶାରେ ନାଲ୍କୋ ପ୍ରତିଷ୍ଠା ଏବ˚ ଚିଲିକାରେ ନୌଚାଳକ ତାଲିମକେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କୁ ପ୍ରଭାବିତ କରି ସାରିଥିଲେ। ଲୋକସଭା ନିର୍ବାଚନ ପରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେଲା। ଜାନକୀବାବୁଙ୍କ ନେତୃତ୍ବରେ ଓଡ଼ିଶାରେ କ˚ଗ୍ରେସ ଦଳ ବିପୁଳ ଭୋଟରେ ରେକର୍ଡ ସୃଷ୍ଟି କରି ଜୟଯୁକ୍ତ ହେଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଓଡ଼ିଶାକୁ ଫେରିଆସି ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଲେ ଏବ˚ ଏକାଦିକ୍ରମେ ଦଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଲେ। ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ସରକାରର ପରାଜୟ ହେଲା ଏବ˚ ଜାନକୀ ବାବୁ ପୁଣି ଥରେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ନେତା ଓ ଆସାମର ରାଜ୍ୟପାଳ ଦାୟିତ୍ବ ନିର୍ବାହ କରିଥିଲେ।
ଓଡ଼ିଶାର ନବନିର୍ମାଣ କ୍ଷେତ୍ରରେ ଜାନକୀବାବୁଙ୍କ ଅବଦାନ ମହତ୍ତ୍ବପୂର୍ଣ୍ଣ। ତାଙ୍କ ସମୟରେ ଓଡ଼ିଶାର ଅଦ୍ଭୂତପୂର୍ବ ପ୍ରଗତି ସାଧିତ ହୋଇଥିଲା। ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା ଇ.ଆର୍.ଆର୍.ପି (Economic Rehabilitation of Rural Poor) ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା ଏବ˚ ଏହା ଦ୍ବାରା ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ ପାଇଥିଲା। ପ୍ରାଥମିକ ଶିକ୍ଷା, ସ୍ବାସ୍ଥ୍ୟ, ଶସ୍ତାରେ ଚାଉଳ ଯୋଗାଣ, ମଧୢାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମରେ ସେ ଜୋର ଦେଉଥିଲେ। ସେ କଳା, ସାହିତ୍ୟ, ସ˚ସ୍କୃତିର ପୂଜାରୀ ଥିଲେ ଏବ˚ ଏହାର ଉନ୍ନତି ପାଇଁ ସତତ ଉଦ୍ୟମ-ରତ ଥିଲେ। ରାଜ୍ୟରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ପାଇଁ ‘ହଜାରେ କୋଟି ଟଙ୍କାରେ ହଜାର ଦିନରେ ହଜାର ଶିଳ୍ପ’ର ନାରା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଯୁବ ଉଦ୍ୟୋଗୀ ଉପକୃତ ହୋଇଥିଲେ ଏବ˚ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ଛୋଟ ଛୋଟ ତେଲ କଳ ଓ ସୂତାକଳମାନ ସ୍ଥାପନ କରି ସେ କୃଷିଭିତ୍ତିକ ଶିଳ୍ପର ଉନ୍ନତି ସାଧନ କରିଥିଲେ। ନଈ ବାଲିରେ ଆଳୁ ଚାଷ ତାଙ୍କର ଏକ ସୁପରିକଳ୍ପିତ ଉଦ୍ୟମ ଥିଲା। ଉଦ୍ୟାନ କୃଷିରେ ଗୁଣାତ୍ମକ ବିକାଶ, ଅଧିକ ଅମଳ ଓ ଅଧିକ ଲାଭ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଜଵାହରଲାଲ ଇନ୍ଡୋର ଷ୍ଟାଡିୟମ୍, କଳିଙ୍ଗ ଷ୍ଟାଡିୟମ୍, ପ୍ଲାନେଟୋରିୟମ୍, ପିଲାମାନଙ୍କ ପାଇଁ ବିଜ୍ଞାନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ମ୍ୟୁଜିୟମର ଆଧୁନିକୀକରଣ ଆଦି କାର୍ଯ୍ୟ ତାଙ୍କ ଦ୍ବାରା ହୋଇଥିଲା। ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନସ୍ଥଳୀର ଉନ୍ନତି ସହ ଅନେକଗୁଡ଼ିଏ ପାନ୍ଥନିବାସ ଓ ପାନ୍ଥଶାଳା ତିଆରି କରାଯାଇଥିଲା। ରାସ୍ତା ଓ ପୋଲ ନିର୍ମାଣ, ବିଦ୍ୟୁତ ଉତ୍ପାଦନ ଓ ଜଳସେଚନର ପରିସର ବୃଦ୍ଧି, ବନ୍ୟା, ବାତ୍ୟା, ମରୁଡ଼ିର ମୁକାବିଲା ଦିଗରେ ସେ ପ୍ରଶ˚ସନୀୟ କାର୍ଯ୍ୟ କରିଥିଲେ।
ସେ ଲିଖିତ ଭାଷଣ ଅପେକ୍ଷା ମୁହେଁ ମୁହେଁ କହିବା ପାଇଁ ପସନ୍ଦ କରୁଥିଲେ। ସେ ଜଣେ ଅସାଧାରଣ ବାଗ୍ମୀ ଥିଲେ। ଓଡ଼ିଆ, ଇ˚ରାଜୀ, ହିନ୍ଦୀ ଓ ସ˚ସ୍କୃତ ଭାଷାରେ ସେ ଅନର୍ଗଳ କହିପାରୁଥିଲେ। ସେ କହୁଥିଲେ- ମିତ˚ ଚ ସାର˚ ଚ ବୟତି ବାଗ୍ମିତା। ଉଜ୍ଜୟିନୀରେ ପ୍ରତି ବର୍ଷ କାଳିଦାସ ସମାରୋହ ମଧୢପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜିତ ହୋଇଥାଏ। କାଳିଦାସ ସମାରୋହକୁ ତାଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ସେ ସ˚ସ୍କୃତରେ ଯେଉଁ ବକ୍ତୃତା ରଖିଥିଲେ, ତାହା ବିଦ୍ବାନମଣ୍ତଳୀଙ୍କ ଦ୍ବାରା ଉଚ୍ଚ ପ୍ରଶ˚ସିତ ହୋଇଥିଲା। ଯେ କୌଣସି ବିଷୟରେ ତାଙ୍କର ପାଣ୍ତିତ୍ୟ ଥିଲା ଏବ˚ ଏକ ଘଣ୍ଟା ପର୍ଯ୍ୟନ୍ତ ସେ ଆରାମରେ କହିଚାଲନ୍ତି।
ତାଙ୍କର ବକ୍ତୃତାଗୁଡ଼ିକୁ ଏକାଠି କରି ଶ୍ରୀ ସତ୍ୟାନନ୍ଦ ଚମ୍ପତ୍ତିରାୟଙ୍କ ସମ୍ପାଦନାରେ ‘ସ୍ବପ୍ନ ଓ ସ˚କଳ୍ପ’ ନାମକ ଏକ ଉପାଦେୟ ଗ୍ରନ୍ଥ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରକାଶିତ ହୋଇଥିଲା। ପରେ ଏହି ପୁସ୍ତକକୁ କେତେକ ବଛାବଛା ପ୍ରବନ୍ଧରେ ବଙ୍ଗଳା ଅନୁବାଦ ‘ନିର୍ବାଚତ ପ୍ରବନ୍ଧମାଳା’ ଆନନ୍ଦ ବଜାର ଗ୍ରୁପ୍ ଅଫ୍ ପବ୍ଲିକେସନ ଦ୍ବାରା ପ୍ରକାଶିତ ହୋଇଥିଲା ଏବ˚ କଲିକତାରେ ଅନୁଷ୍ଠିତ ଜାତୀୟ ପୁସ୍ତକମେଳାରେ ଉନ୍ମୋଚିତ ହୋଇଥିଲା। ଶ୍ରୀମଦ୍ ଭାଗବତର ବିସ୍ତୃତ ଆଲୋଚନା ସମ୍ବଳିତ ଗ୍ରନ୍ଥକୁ ତାଙ୍କର ଶ୍ରେଷ୍ଠ କୃତି ଭାବେ ବିବେଚନା କରାଯାଇପାରେ। ତାହା ଓଡ଼ିଆ ଜନମାନସକୁ ପ୍ରଭାବିତ କରିବା ସହିତ ଓଡ଼ିଆଭାଷୀଙ୍କ ଦ୍ବାରା ବିଶେଷ ଆଦୃତ ହୋଇଥିଲା।
ଜଣେ ବ୍ୟବସ୍ଥାପକ ଭାବରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରଥିଲେ। ବ୍ୟବସ୍ଥା ସଭାରେ ତାଙ୍କର ବକ୍ତୃତା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ସେ ବିତର୍କମାନଙ୍କରେ ଅ˚ଶଗ୍ରହଣ କରୁଥିଲେ ଏବ˚ ତାଙ୍କର ଯୁକ୍ତି ସଠିକ୍ ଢଙ୍ଗରେ ଉପସ୍ଥାପିତ କରୁଥିଲେ। ତାଙ୍କର ଭାଷା ଅତ୍ୟନ୍ତ ମାର୍ଜିତ, ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ ଥିଲା। ସମ୍ବାଦପତ୍ର ପୃଷ୍ଠଭୂମିରୁ ଆସୁଥିବାରୁ ତାଙ୍କର ଭାଷଣ ତଥ୍ୟପୂର୍ଣ୍ଣ ରହୁଥିଲା। ସେ ଜଣେ ବହୁଦର୍ଶୀ ବ୍ୟକ୍ତି ଥିଲେ ଏବ˚ ପ୍ରତ୍ୟେକ ବିଷୟରେ ତାଙ୍କର ଗଭୀର ଅଧୢୟନ ଓ ପ୍ରବେଶ ରହୁଥିଲା। ବିଧାନସଭା ବାହାରେ ତାଙ୍କର ଭାଷଣର ଟିକିନିଖି ସୂଚନା ରହୁଥିଲା। ତାଙ୍କର ବକ୍ତୃତା ଶ୍ରୋତାମାନଙ୍କୁ ଆହ୍ଲାଦିତ ଓ ଚମତ୍କୃତ କରୁଥିଲା। ଓଡ଼ିଆ ଢଗଢମାଳି ଉପରେ ତାଙ୍କର ବେଶ୍ ଜ୍ଞାନ ଥିଲା। ବିଧାନସଭାରେ ପରିସ୍ଥିତିକୁ ଖାପ ଖୁଆଇ ସେ ଢଗଢମାଳି ଉଦ୍ଧାର କରୁଥିଲେ। ‘ଯସ୍ମିନ୍ କୁଳେ ତ୍ବମୁତ୍ପନ୍ନମ୍ ଗଜସ୍ତତ୍ର ନ ହନ୍ୟତେ’, ‘ତୁମେ ଯହିଁ ପାଇଁ ଲସର ପସର ଆମେ ସେଇ କଥା ଜାଣି’ ଅଥବା ‘ସାତ ଚକଟା, ପୋଳୁହ ଘଣ୍ଟା’ ଇତ୍ୟାଦି ପହଳିଗୁଡ଼ିକୁ ସେ ଭିନ୍ନ ଢଙ୍ଗରେ ପରିବେଷଣ କରି ପରିବେଶକୁ ହାଲୁକା କରି ପାରୁଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ବିରୋଧୀ ଦଳ ନେତା ଓ ବିଧାୟକମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଯଥାର୍ଥ ଉତ୍ତର ଗୃହରେ ରଖୁଥିଲେ ଏବ˚ ସେଥିପାଇଁ ସମସ୍ତ କାଗଜପତ୍ର ସହ ପ୍ରସ୍ତୁତ ହୋଇ ଗୃହକୁ ଆସୁଥିଲେ।
(ଲେଖକ ସ୍ବର୍ଗତ ମୁଖ୍ୟମନ୍ତ୍ରୀଙ୍କ ଲୋକସ˚ପର୍କ ଅଫିସର ଏବଂ ପୂର୍ବତନ ଲୋକସ˚ପର୍କ ନିର୍ଦ୍ଦେଶକ)
ମୋ- ୯୪୩୭୦୦୧୨୬୧