ବିଶ୍ବର ସବୁଠାରୁ ବିରଳ ଓ ଅସାଧାରଣ ପାସ୍ତା ସାର୍ଡିନିଆ ଅନ୍ତର୍ଗତ ଛୋଟିଆ ସହର ନ୍ୟୁରୋର ଲୁଲା ଗ୍ରାମରେ ପ୍ରସ୍ତୁତ କରାଯାଏ। ଏହା ହାତରେ ତିଆରି ହୁଏ ଏବ˚ ସ˚ପ୍ରତି ମାତ୍ର ତିନି ଜଣ ମହିଳାଙ୍କୁ ଏହି ବିଦ୍ୟା ଜଣା। କମ୍ ପରିମାଣରେ ଉତ୍ପାଦିତ ହେଉଥିବାରୁ ଏହା ବିରଳ ପଦବାଚ୍ୟ। ସ୍ଥାନୀୟ ଭାଷାରେ ଏହାର ନାମ- ‘ସ୍ୟୁ ଫିଲି˚ଡ୍ୟୁ’; ଇଟାଲିଆନ୍ ଭାଷାରେ- ‘ଫିଲି ଡି ଡିଓ’ ଏବ˚ ଇ˚ଲିସ୍ରେ- ‘ଥ୍ରେଡ୍ସ ଅଫ୍ ଗଡ୍’। ଏହି ପାସ୍ତା ସୂତା ପରି ପତଳା। ଅତି ସତର୍କତାର ସହ ତିଆରି କରାଯାଏ। ଏଥି ପାଇଁ କଠିନ ଶ୍ରମ କରିବାକୁ ହୁଏ ଏବ˚ ଅଧିକ ସମୟ ବି ଲାଗେ। ପୁଣି, ଲୋଡ଼ା ଧୈର୍ଯ୍ୟ-ଶକ୍ତି।
/sambad/media/post_attachments/wp-content/uploads/2021/01/pasta.jpeg)
ଆଜିକାଲି ଏହି ପାସ୍ତା ତିଆରି ବିଦ୍ୟା ଶିଖିବାକୁ ବିଶେଷ କେହି ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହା ଦିନେ ବିଲୁପ୍ତ ହୋଇଯାଇପାରେ। ନ୍ୟୁରୋରୁ ଲୁଲାର ଦୂରତ୍ବ ପ୍ରାୟ ତେତିଶ କିଲୋମିଟର୍। ଏହି ପଥ ପାଦରେ ଚାଲିଚାଲି ବା ଘୋଡ଼ା ପିଠିରେ ବସି ଅତିକ୍ରମ କରିବାକୁ ହୁଏ। ଅନେକ ପାସ୍ତା ତିଆରି ଦେଖିବା ପାଇଁ ଏଠାକୁ ଆସୁଥିଲେ ହେଁ ଶିଖିବାକୁ କେହି ଆଗ୍ରହୀ ହେଉନାହାନ୍ତି। ତେଣୁ, ଏହି ବିଦ୍ୟାରେ ଅଭିଜ୍ଞ ସତଷଠି ବର୍ଷ ବୟସ୍କା ପାଓଲା ଆବ୍ରାଇନି ଚିନ୍ତିତ। ସେ ନିଜ ମାଆଙ୍କଠାରୁ ଏହି ବିଦ୍ୟାରେ ତାଲିମ ପାଇଥିଲେ। ତେବେ, ତାଙ୍କର ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଦୁଇ ଝିଅ ଏଥିରେ ନିପୁଣ ହୋଇପାରିନାହାନ୍ତି। ପାଓଲା ଅନ୍ୟମାନଙ୍କୁ ଏହା ଶିଖାଇବାକୁ ଚାହୁଁଥିଲେ ହେଁ କେହି ମିଳୁନାହାନ୍ତି। ବିଲୁପ୍ତି ମୁହଁକୁ ଆସିଯାଇଥିବା ବିଶ୍ବର ପାର˚ପରିକ ଖାଦ୍ୟ ତାଲିକାରେ ଏହି ପାସ୍ତାର ନାମ ଆସିସାରିଲାଣି। ଏହା ତାଙ୍କୁ ଅଧିକ ବିବ୍ରତ କରୁଛି।