ଗରିବରୁ ଧନୀ ସଭିଁଙ୍କ ଘରେ କେମିତି ଛାଇଲା ଟାଟାର ଚାହିଦା? ଶିଳ୍ପପତି ରତନ ଟାଟା କହିଲେ ଅନୁଭୂତିର କଥା

ଘରେ ଘରେ ଯଦି କେଉଁ କମ୍ପାନିର ଦ୍ରବ୍ୟ ପହଞ୍ଚିପାରୁଥାଏ ତେବେ ତାହା ହେଉଛି ଟାଟା। ଛୋଟ, ବଡ଼ ଗୁଡ଼ାଏ ଦ୍ରବ୍ୟ ବବ୍ୟସାୟ କରି ବେପାର କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟି ସାଜିଥିବା ପରି ବ୍ୟକ୍ତିତ୍ୱ ହେଉଛନ୍ତି ଟାଟା ସନ୍ସର ପୂର୍ବତନ ଅକ୍ଷ୍ୟକ୍ଷ ତଥା ଖ୍ୟାତନାମା ଶିଳ୍ପପତି ରତନ ଟାଟା। ସେ ସଫଳତାର ଊର୍ଧ୍ୱରେ ଏ କଥାକୁ ହୁଏତ କେହି ଅସ୍ୱୀକାର କରିବେ ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ସଫଳ ପାଲଟିଯାଆନ୍ତି ସେ ହୁଅନ୍ତି ସାଧାରଣ ଲୋକଙ୍କ ପାଇଁ ଉଦାହରଣ। ତାଙ୍କ କଥା, ପରାମର୍ଶ ପାଲଟିଯାଏ ମହତବାଣୀ। ଚାଲନ୍ତୁ ରତନ ଟାଟା କହିଥିବା କିଛି ବାଣୀ ସଂପର୍କରେ ଏଥର ଆଲୋଚନା କରିବା।

:ଯଦି ତୁମେ ଶୀଘ୍ର ଚାଲିବାକୁ ଚାହଁ ତେବେ ଏକୁଟିଆ ଚାଲ, ଯଦି ତୁମେ ଦୂରକୁ ଯିବାକୁ ଚାହଁ ତେବେ ସାଥୀ ନେଇ ଯାଅ।

:ଲୁହାର କଳଙ୍କିର କାରଣ ଲୁହା ନିଜେ ହୋଇଥାଏ। ଜଣେ ବ୍ୟକ୍ତିର ବିଫଳତାର କାରଣ ସେ ବ୍ୟକ୍ତି ନିଜେ।

:ଉତ୍‌ଥାନ, ପତ୍ତନ ହିଁ ଜୀବନ। କାହିଁକି ନା, ସିଧା ଇସିଜିର ମାନେ ମଣିଷ ମୃତ।

:ତୁମକୁ ଲୋକ ଯେଉଁ ଟେକା ଫୋପାଡୁଛନ୍ତି ତାହାକୁ ସଂଗ୍ରହ କରି ତୁମେ ଏକ ସ୍ମାରକୀ ତିଆରି କରିବା ସିଖ।

:କୌଣସି କାମ ଛୋଟ କି ବଡ଼ ହୋଇନଥାଏ। କାର୍ଯ୍ୟର ଗୋଟାଏ ହିଁ ପରିଚୟ।

:ଉଡ଼ିବାର ଶେଷ ନାହିଁ। ପ୍ରତ୍ୟେକ ଦିନ କିଛି ବାଟ ବେଶୀ ଉଡ଼ି ପାରିବା ହିଁ ସଫଳତା।

:ଖରାପ ସମୟକୁ ଅଣଦେଖା ନକରି ସାମ୍ନା କରିବା ଉଚିତ।

:ଶକ୍ତି ଏବଂ ଧନ ମୋ ପାଇଁ ପ୍ରାଥମିକତା ନୁହେଁ।

: କେବଳ ଯୁବ ଶକ୍ତି ହିଁ ଭାରତର ଚିତ୍ର ବଦଳାଇପାରେ।

:ପ୍ରତିଯୋଗିତା ଆଉ କାହା ସହ ନିଜ ସହ ହେବା ଉଚିତ। ସେପରି ପ୍ରତିଯୋଗିତା ହିଁ ସଫଳତା ବିଜୟ ଦେଇଥାଏ।

ସମ୍ବନ୍ଧିତ ଖବର