ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ଦେହାନ୍ତ ଦେଶରେ ଶୋକରଛାୟା ଖେଳାଇ ଦେଇଛି। ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟାଙ୍କ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।
ରତନ ଟାଟାଙ୍କ ମୃତ୍ୟୁ ପରେ ସାବତ ଭାଇ ନୋଏଲ ଟାଟା ଟାଟା ଗ୍ରୁପର ଉତ୍ତରାଧିକାରୀ ହୋଇଛନ୍ତି। ସେ ବି ଏହି ପଦବୀ ପାଇଁ ଖୁବ ଉତ୍ସାହିତ ଅଛନ୍ତି। ଲୋକଙ୍କ ହିତ ପାଇଁ ନୋଏଲ ଟାଟା ସର୍ବଦା ସକ୍ରିୟ ଥାଆନ୍ତି। ଆଗାମୀ ଦିନରେ ସେ ଅନେକ ଜନମଙ୍ଗଳକାରି କାର୍ଯ୍ୟ କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ଏଭଳି ପରିସ୍ଥିତିରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, ଖେଳାଳି, ରାଜନେତା ଓ କଳାକାରମାନେ ସୋସିଆଲ ମିଡିଆ ଜରିଆରେ ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
କେହିକେହି ରାସ୍ତାରେ ଅତି ଆକର୍ଷଣୀୟ ରୋଙ୍ଗଳି କରି ରତନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ସମ୍ପ୍ରତି ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଛାତିରେ ରତନ ଟାଟାଙ୍କ ଛବି ଆଙ୍କିଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖି ଲୋକେ ଉକ୍ତ ବ୍ୟକ୍ତଙ୍କ ରତନ ଟାଟାଙ୍କ ପ୍ରତି ଥିବା ଭଲ ପାଇବାକୁ ବେଶ ପ୍ରଶଂସା କରୁଛନ୍ତି।
ଭାଇରାଲ ଭିଡିଓରେ ଜଣେ ଜଣକ କହୁଛନ୍ତି, ‘ମୋର ଜଣେ ସାଙ୍ଗଙ୍କୁ କର୍କଟ ହୋଇଥିଲା। ତାର ଚିକିତ୍ସା ପାଇଁ ଟଙ୍କା ବାଧକ ସାଜୁଥିଲା। ସେ ସମୟରେ ମୋତେ ଟାଟା ଟ୍ରଷ୍ଟ ବିଷୟରେ ସୂଚନା ମିଳିଥିଲା। ଏହି ଟ୍ରଷ୍ଟରେ ମାଗଣାରେ କର୍କଟ ଚିକିତ୍ସା ହୋଇଥାଏ। ଜଣାନାହିଁ ଏହି ଟ୍ରଷ୍ଟ ଏଯାବତ କେତେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇ ଖୁସିରେ ଘରକୁ ଫେରାଇ ଦେଇଛି। ତେଣୁ ମୁଁ ରତନ ଟାଟାଙ୍କୁ ଭଗବାନ ମାନି ଆସିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/sedrH57Y1iKjMH0cNtT7.jpg)