କେତେ ଟଙ୍କାରେ ମିଳେ ଟ୍ରେନ ଜାଣନ୍ତି କି? ମୂଲ୍ୟ ଶୁଣିଲେ ଉଡିଯିବ ହୋସ

ନୂଆଦିଲ୍ଲୀ: ଆପଣଙ୍କ ମଧ୍ୟରୁ ଅନେକ କାର ଓ ବାଇକର ମୂଲ୍ୟ ଜାଣିଥିବେ | ମଡେଲ ଅନୁସାରେ କେଉଁ ଗାଡି କେତେଟଙ୍କାରେ ମିଳେ ତାହା ଆପଣ ଅନୁମାନ ମଧ୍ୟ ଲଗାଇଥାନ୍ତି | କୌଣସି ବାଇକ ବା କାର ସୋରୁମକୁ ଗଲେ ଆପଣ ସେଠାରେ ଏହାର ମୂଲ୍ୟ ସହଜରେ ଜାଣିପାରିଥାନ୍ତି | ତେବେ ଆପଣ ଅନେକ ସମୟରେ ଦେଖିଥିବା ଟ୍ରେନର ମୂଲ୍ୟ କେତେ ଜାଣନ୍ତି କି? ଆପଣ ଜାଣନ୍ତି କି ଟ୍ରେନ୍ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଯଦି ସେବାବଦରେ ଆପଣ ଜାଣିନାହାନ୍ତି ଆଜି ଆମେ ଆପଣଙ୍କୁ ଟ୍ରେନ୍ ଏବଂ ଇଞ୍ଜିନ ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୁଏ ସେବାବଦରେ କହିବୁ | କେବଳ ଏତିକି ନୁହେଁ, ଆମେ ଆପଣଙ୍କୁ ବନ୍ଦେ ଭାରତ ଟ୍ରେନ ସହ ବିଭିନ୍ନ ବଗିର ମୂଲ୍ୟ କେତେ ସେବାବଦରେ ଜଣାଇବୁ | ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦେଶର ୫ଟି ରୁଟରେ ଚାଲୁଛି। ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ-ବାରାଣାସୀ ମାର୍ଗରେ ଚଳାଚଳ କରିଥିଲା। ରିପୋର୍ଟ ଅନୁଯାୟୀ, ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ମୂଲ୍ୟ ପ୍ରାୟ ୧୧୫ କୋଟି ଟଙ୍କା। ସେହିପରି ବର୍ତ୍ତମାନ ଭାରତୀୟ ରେଳବାଇରେ ଦୁଇ ପ୍ରକାର କୋଚ ବ୍ୟବହାର କରାଯାଉଛି। ଗୋଟିଏ ଆଇସିଏଫ୍ କୋଚ୍ ଏବଂ ଅନ୍ୟଟିକୁ ଏଲଏଚବି କୋଚ୍ କୁହାଯାଏ | ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି, ତେବେ ଆପଣ ଉଭୟ କୋଚକୁ ଦେଖିଥିବେ | ଉଭୟଙ୍କ ଡିଜାଇନ୍ ଏବଂ ବୈଶିଷ୍ଟ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି | ଅବଶ୍ୟ, ଏହା ସହିତ ଉଭୟ କୋଚର ମୂଲ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି |


ଆଇସିଏଫ୍ କୋଚ ବାବଦରେ କହିବାକୁ ଗଲେ ଏହାର ସ୍ଲିପର ବଗି ନିର୍ମାଣ କରିବାକୁ ୭୯.୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ଜେନେରାଲ କୋଚ ପାଇଁ ୭୨.୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ | ଏସି କୋଚ୍ ଏମାନଙ୍କ ଅପେକ୍ଷା ମହଙ୍ଗା ଏବଂ ଏହାର ମୂଲ୍ୟ ୧.୫ କୋଟି ହୋଇଥାଏ | ଯେତେବେଳେ କି, ପାର୍ସଲ ଭ୍ୟାନ୍ କୋଚର ମୂଲ୍ୟ ୫୬.୭୬ ଲକ୍ଷ ହୋଇଥାଏ | ସେହିପରି ନୂତନ ଏଲଏଚବି କୋଚର ମୂଲ୍ୟ ବିଷୟରେ କହିବାକୁ ଗଲେ, ସ୍ଲିପର କୋଚର ମୂଲ୍ୟ ୧.୬୮ କୋଟି ଟଙ୍କା ହୋଇଥାଏ | ଜେନେରାଲ ଏଲଏଚବି କୋଚର ମୂଲ୍ୟ ୧.୬୭ କୋଟି ଟଙ୍କା, ଏସି-୩ କୋଚର ମୂଲ୍ୟ ହେଉଛି ୨.୩୬ କୋଟି ଟଙ୍କା | ଏସି-୨ କୋଚର ମୂଲ୍ୟ ୨.୩୦ କୋଟି ଟଙ୍କା ହୋଇଥିବାବେଳେ ଏସି ପ୍ରଥମ ଶ୍ରେଣୀ କୋଚର ପାଇଁ ୨.୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ |

ତେବେ ଲଗେଜ୍-ପାର୍ସଲ୍ ଏବଂ ଜେନେରେଟର କାର୍ କୋଚଗୁଡିକର ମୂଲ୍ୟ ପ୍ରାୟ ୩.୦୩ କୋଟି ଟଙ୍କା ହୋଇଥିବାବେଳେ ରୋଷେଇ ବ୍ୟବସ୍ଥା ଥିବା ପ୍ୟାଣ୍ଟ୍ରି କାରର ମୂଲ୍ୟ ହେଉଛି ୨.୩୨ କୋଟି ଟଙ୍କା। ଆପଣ ଟ୍ରେନର କୋଚ୍ ମୂଲ୍ୟ ବାବଦରେ ତ ଜାଣିଲେ | କିନ୍ତୁ ଆପଣ ଜାଣିଛନ୍ତି କି ଏସବୁ ବହନ କରୁଥିବା ଇଞ୍ଜିନର ମୂଲ୍ୟ କେତେ? ବାସ୍ତବରେ, ଟ୍ରେନ୍ ଇଞ୍ଜିନ୍ ମଧ୍ୟ ଦୁଇ ପ୍ରକାରର ହୋଇଥାଏ | ଗୋଟିଏ ଇଲେକ୍ଟ୍ରିକ୍ ଏବଂ ଅନ୍ୟଟି ଡିଜେଲରେ ଚାଲିଥାଏ | ଇଲେକ୍ଟ୍ରିକ୍ ଇଞ୍ଜିନର ମୂଲ୍ୟ ୧୨.୩୮ କୋଟି ଟଙ୍କା ହୋଇଥିବାବେଳେ ଡିଜେଲ ଇଞ୍ଜିନର ମୂଲ୍ୟ ହେଉଛି ୧୩ କୋଟି ଟଙ୍କା |

ସମ୍ବନ୍ଧିତ ଖବର