ରାବଣ ସହ ବାଳୀଙ୍କର କିପରି ମିତ୍ରତା ହୋଇଥିଲା ?

ବାଳୀ କିସ୍କିନ୍ଦାର ରାଜୋଦ୍ୟାନରେ ଆକାଶରୁ ଅବତରଣ କଲେ। ତାପରେ ରାବଣକୁ କାଖରେ ମୁକ୍ତ କରି,ବାରମ୍ବାର ସ୍ମିତହାସ୍ୟ କରି ପଚାରିଲେ-‘‘ତୁମେ କେଉଁଠାରୁ ଓ କାହିଁକି ଆସିଥିଲା’’ରାବଣ ଅତିଶୟ ଆହତ,କ୍ଳାନ୍ତ,ଅବସନ୍ନ ଓ ଉଦ୍‌ବଘ୍ନ ହୋଇ ପଡ଼ିଥିଲା।ରାବଣ ଅତ୍ୟନ୍ତ ଲଜ୍ଜିତ ଓ ବାଳୀଙ୍କ ପରାକ୍ରମ ଦେଖି ବିସ୍ମିତ ହୋଇ କହିଲା-‘‘ହେ ଅସାମାନ୍ୟ ପରାକ୍ରମୀ ବାନର ରାଜ!ମୁଁ ଲଙ୍କେଶ୍ୱର ଓ ରାକ୍ଷସମାନଙ୍କର ସର୍ବମାନ୍ୟ ରାଜା।ମୁଁ ତ୍ରିପୁର-ବିଜୟୀ।ତୁମ ସହିତ ଯୁଦ୍ଧ କରିବା ଅଭିଳାଷରେ ତୁମ ପାଖକୁ ଆସିଥିଲି।ମାତ୍ର ମୁଁ ଆଜି ତୁମ ହାତରେ ଦୟନୀୟ ଭାବେ ବନ୍ଦୀ ହୋଇଅଛି। ତୁମର ବଳ ତୁଳନାରେ ମୋର ବଳ ଅତି ତୁଚ୍ଛ।

ତୁମେ ମୋତେ କ୍ଷୁଦ୍ର ପଶୁତୁଲ୍ୟ ଧରି ଚାରି ସମୁଦ୍ର ବୁଲିଆସିଲ। ହେ ବାନର ଶ୍ରେଷ୍ଠ!ମୁଁ ତୁମର ଗତି ମଧ୍ୟ ଅତୁଳନୀୟ।ମନ,ବାୟୁ ଓ ଗରୁଡଙ୍କ ଗତି ସହ ତୁମର ଗତି ତୁଳନୀୟ। ଅନ୍ୟକେହି ତୁମ ଭଳି ଦେଗବାନ ଗତି କରିପାରିବେ ନାହିଁ।ବଳ,ପରାକ୍ରମ ଓ ଗାମ୍ଭୀର୍ଯ୍ୟର ସାଗର ବୋଲି ତୁମକୁ କହିଲେ କିଛି ଅତ୍ୟୁକ୍ତି ହେବ ନହିଁ ।ହେ ବାନର ଶ୍ରେଷ୍ଠ!ମୁଁ ତୁମର ବଳକୁ ପ୍ରତ୍ୟକ୍ଷ ଅନୁଭବ କରିସାରିଛି। ଏବେ ମୁଁ ଅଗ୍ନିଙ୍କୁ ସାକ୍ଷୀରଖି ,ତୁମ ସହିତ ନିଷ୍କପଟ ଓ ସ୍ଥାୟୀ ମିତ୍ରତା କରିବାକୁ ଆଗ୍ରହ କରୁଅଛି। ଆଜିଠାରୁ ମୋର ରାଜ୍ୟ,ଧନ,ସମ୍ପତ୍ତି,ସ୍ତ୍ରୀ,ପୁତ୍ର ଆଦି ସବୁ ତୁମର ଓ ମୋର ବୋଲି ହେଲା ବୋଲି ଜାଣିବ। ତଦନନ୍ତର ପ୍ରଜ୍ଜ୍ୱଳିତ ଅଗ୍ନି ସମ୍ମୁଖରେ ବାନର ରାଜ ଓ ଦାନବ ରାଜ ଉଭୟଙ୍କର ମୈତ୍ରୀ ସ୍ଥାପିତ ହେଲା। ଉଭୟେ ପରସ୍ପରଙ୍କୁ ଦୃଢ଼ ଆଲିଙ୍ଗନ କଲେ। ବାଳୀ ଓ ରାବଣ ହାତ ଧରା ଧରି ହୋଇ ହୃଷ୍ଟମନରେ କିସ୍କିନ୍ଦାର ରାଜଭବନରେ ପ୍ରବେଶ କଲେ। ରାବଣ ବହୁ ଆଦର ସତ୍କାର ଓ ସମ୍ମାନ ପାଇ ଏକ ମାସ ସେଠାରେ ରହିଲେ।ଏହାପରେ ରାବଣର ମନ୍ତ୍ରୀମାନେ କିସ୍କିନ୍ଦାକୁ ଆସି ତାକୁ ବହୁ ସମ୍ମାନ ସହିତ ଲଙ୍କା ଗଡକୁ ଘେନି ଆସିଲେ।


ରାବଣକୁ ଅକ୍ଳେଶରେ ଜୟ କରି ପାରୁଥିବା ବୀର ସହସ୍ରାର୍ଜୁନ ଓ ବାଳୀଙ୍କ ସହିତ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ରାବଣ ନିଷ୍କଣ୍ଟକ ମହୀ ଭୋଗ କରିବାକୁ ଲାଗିଲା।

ସମ୍ବନ୍ଧିତ ଖବର