ଗଗନରୁ ଶର୍ଦ୍ଦୁଳ ଝାମ୍ପିନେବା ଭଳି ବାଳୀ,ରାବଣକୁ ଝାମ୍ପି ନେଇ ବାମ ନଖରେ ଜାକି ଦେଲେ।ଏ ସମୟରେ ମଧ୍ୟ ବାଳୀ ଚକ୍ଷୁ ମୁଦ୍ରିତ କରି,ମୌନ ଅବଲମ୍ବନ ପୂର୍ବକ,ବେଦମନ୍ତ୍ର ଉଚ୍ଚାରଣ କରୁକରୁ,ଭଗବତ୍‌ ଆରାଧନାରେ ନିମଗ୍ନ ରହିଥିଲେ। ରାବଣକୁ କାଖରେ ଜାକି ରଖିଲା ପରେ ନିଷ୍ଫଳ ପର୍ବତ ଭଳି,ସେହିଠାରେ ବସି ପଡ଼ିଲେ।କିଛି କାଳ ଉତ୍ତାରେ ରାବଣର ମନ୍ତ୍ରୀମାନେ ତାଙ୍କ ପାଖରେ ପହଞ୍ଚଗଲେ। ତେଣୁ ଉପାସନା ଅକ୍ଷୁର୍ଣ୍ଣ ରଖିବାକୁ ବାଳୀ ଆକାଶକୁ ଉଡ଼ିଗଲେ। ରାବଣର ମନ୍ତ୍ରୀମାନେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ,ବିକଳ ଭାବରେ ବାଳୀଙ୍କୁ ଅନାଇ ରହିଲେ।ଦଶାନନ ବାଳୀଙ୍କ କାଖରୁ ଖସିବା ଯେତେ ଚେଷ୍ଟା କରୁଥାନ୍ତି , ବାଳୀ ତାକୁ ଜୋରରେ ବାରମ୍ବର ଚାପି ଦେଉଥା’ନ୍ତି । ନଖରେ ମଧ୍ୟ ତାକୁ କ୍ଷତ ବିକ୍ଷତ କରୁଥା’ନ୍ତି।

Advertisment

publive-image
ବାଳୀଙ୍କ ପଥାନୁସରଣ କରି ରାକ୍ଷସମାନେ ଧାଉଁଥା’ନ୍ତି। ଅନେକ ବାଟ ଧାଇଁବା ପରେ ସେମାନଙ୍କର ଗୋଡ ଓ ଜଙ୍ଘ ଭୀଷଣ ପୀଡ଼ାଗ୍ରସ୍ତ ହେବାରୁ ,ବାଳୀଙ୍କର ପଶ୍ଚାତ୍‌ଧାାବନରୁ ବିରତ ହେଲେ। ମହାବେଗବାନ ,ଶକ୍ତିଶାଳୀ ବାଳୀ ଯେତେବେଳେ ରାବଣକୁ କାଖରେ ଜାକି ଆକାଶ ପଥରେ ଧାଉଁଥିଲେ,ସେତେବେଳେ ଉତ୍ତୁଙ୍ଗ ପର୍ବତମାନେ ମଧ୍ୟ ଆଡ଼େଇ ଯାଉଥିଲେ। ଏଣୁ ଏହି ରକ୍ତ,ମାଂସ,ଦେହଧାରୀ ତୁଚ୍ଛ ରାବଣ ବାଳୀ ପାଖରେ କି ପରାକ୍ରମ ଦେଖାଇବ?ଏହିପରି ବାଳୀ,ରାବଣକୁ କାଖରେ ଜାକି ଚାରି ସମୁଦ୍ରକୁ ଯାଇ ସନ୍ଧ୍ୟୋପସନା କରି ସ୍ୱଭବନକୁ ପ୍ରତ୍ୟାବର୍ତ୍ତନ କଲେ।