ଏବେ ବି ପର୍ବତ ଗୁମ୍ପାରେ ସଂରକ୍ଷିତ ରହିଛି ରାବଣର ଶବ !

ନୂଆଦିଲ୍ଲୀ: ବିଜୟା ଦଶମୀ । ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଧ କରିଥିଲେ । ଅଧର୍ମ ଉପରେ ଧର୍ମର ବିଜୟ ସ୍ମାରକୀ ସ୍ୱରୂପ ଏହି ସ୍ମୃତିକୁ ମନେ ପକାଇବାକୁ ପ୍ରତିବର୍ଷ ପାଳନ କରାଯାଏ ଦଶହରା ଉତ୍ସବ। ଭାରତର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବର ମଧ୍ୟ ଆୟୋଜନ ହୋଇଥାଏ । ତେବେ ପାଠକେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲଙ୍କାଧିପତି ରାବଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଶ୍ରୀଲଙ୍କା ଅଧିବାସୀଙ୍କ ରହିଛି ଭିନ୍ନମତ । ରାବଣଙ୍କ ମୃତ୍ୟୁ ପରେ ତାଙ୍କ ଶବ ସଂସ୍କାର କରା ନ ଯାଇ ଏକ ଗୁମ୍ଫାରେ ଲୁଚାଇ ରଖାଯାଇଛି । ଯାହା ଆଜି ବି ଦର୍ଶନୀୟ । ଶ୍ରୀଲଙ୍କା ସରକାର ଏହାକୁ ସ୍ମାରକୀ ବୋଲି ଘୋଷଣା ମଧ୍ୟ କରିଛନ୍ତି ।

ଶ୍ରୀଲଙ୍କାର ରେଙ୍ଗଲା ଜଙ୍ଗଲରେ ଥିବା ଏକ ବିରାଟ ପର୍ବତ ଉପରେ ରହିଥିବା ଗୁମ୍ପାକୁ ରାବଣ ଗୁମ୍ଫା ଭାବେ ନାମକରଣ କରାଯାଇଛି । ପାହାଡର ୮ହଜାର ଫୁଟ ଉପରେ ଏହି ଗୁମ୍ଫା ରହିଛି । ଶ୍ରୀଲଙ୍କାର ରାମାୟଣ ରିସର୍ଚ୍ଚ ସେଣ୍ଟର ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଗବେଷଣା କରାଯାଇଥିଲା । ଯାହାର ନିର୍ଯ।ସ ସ୍ୱରୂପ ରାବଣଙ୍କ ଶବ ଏହିଠାରେ ରହିଥିବା ଦାବି କରାଯାଉଛି ।

ଗବେଷକଙ୍କ ମତରେ ରାମ-ରାବଣ ଯୁଦ୍ଧ ସମାପନ ହେବା ପରେ ମହାଜ୍ଞାନୀ ରାବଣଙ୍କ ଶବ ସଂସ୍କାର ପାଇଁ ତାଙ୍କ ଭ୍ରାତା ବିଭୀଷଣଙ୍କୁ ପ୍ରଦାନ କରାଯାଇଥିଲା । ଯେଉଁ ଗୁମ୍ପାରେ ରାବଣ ତପସ୍ୟା କରି ବହୁ ବର ଲାଭ କରିଥିଲେ, ଶେଷରେ ସେହିଠାରେ ହିଁ ତାଙ୍କ ଶବକୁ ରାଖାଯାଇଥିଲା ବୋଲି କୁହନ୍ତି ଏହି ମିଳିତ ଗବେଷଣାର ଅଧିକାରୀମାନେ ।

ସମ୍ବନ୍ଧିତ ଖବର