ଦକ୍ଷିଣ କୌଶଳ ରାଜା ନିଜର ଅଲିଅଳି କନ୍ୟା କୌଶଲ୍ୟାଙ୍କ ବିବାହ ଅଯୋଧ୍ୟାର ରାଜା ଦଶରଥଙ୍କ ସହିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଯୋଧ୍ୟାର ରାଜା ଅଜ ପୁତ୍ର ଦଶରଥଙ୍କ ପାଇଁ ପ୍ରସ୍ତାବ ନେଇ ଆସିଥିଲେ।ଏହାପରେ ଏହା ସ୍ଥିରୀକୃତ ହୋଇଥିଲା।
ବିବାହ ଠିକ୍ ହେବା ମାତ୍ରେ କୌଶଲ୍ୟା ଅକସ୍ମାତ୍ ରାଜଭବନରୁ ଅଦୃଶ୍ୟ ହୋଇଗଲେ। ରାଜା ବଡ଼ ଚିନ୍ତାରେ ପଡ଼ିଗଲେ। ତେଣେ ରାଜା ଅଜ କୌଶଳକୁ ଯାତ୍ରା କରୁଥିଲେ। ସେହି ସମୟରେ ହଠାତ୍ ଭୟଙ୍କର ଝଡ଼ ଆସିଲା, ଯାହାଫଳରେ ଅନେକ ନୌକା ଡ଼ୁବିବାରେ ଲାଗିଲା। ସେଥିମଧ୍ୟରୁ ଗୋଟିଏ ନୌକାରେ ରାଜକୁମାର ଦଶରଥ ଯାତ୍ରା କରୁଥିଲେ। ମହାରାଜା ଭାବିଲେ ବୋଧହୁଏ ପୁତ୍ର ମଧ୍ୟ ଜଳରେ ବୁଡ଼ିଗଲା।
photo-pinterestପ୍ରକୃତରେ ରାବଣ ଯେତେବେଳେ ନିଜର ଭାଗ୍ୟର ବିଚାର କରିଲେ, ସେତେବେଳ ଜାଣି ପାରିଲେ ଯେ ଦଶରଥ ଓ କୌଶଲ୍ୟାଙ୍କ ଔରସରୁ ଜାତ ପୁତ୍ର ହିଁ ତାଙ୍କ ମୃତ୍ୟୁର କାରଣ ହେବ। ଏଣୁ ସେ କୌଶଲ୍ୟାଙ୍କୁ ଅପହରଣ କରି ଏକ ବଡ଼ ପେଟିରେ ଭର୍ତ୍ତି କରି ତାଙ୍କର ବନ୍ଧୁ ମହାମତ୍ସ୍ୟକୁ ଭୋଜନ ଲାଗି ଦେଲେ। ମହାମତ୍ସ୍ୟ ଆନନ୍ଦରେ କୌଶଲ୍ୟାଙ୍କୁ ଖାଇବା ଲାଗି ପେଟି ଖୋଲିଲା ବେଳେ ଅକସ୍ମାତ୍ ଅନ୍ୟ ଏକ ମହାମତ୍ସ୍ୟ ସେଠାରେ ପହଞ୍ଚି ପେଟିଟିକୁ ଛଡ଼ାଇ ଆଣି ଗଙ୍ଗା ସାଗର ତଟରେ ଛାଡ଼ି ଦେଲେ। ପେଟି ଭିତରୁ କୌଶଲ୍ୟା ବାହାରକୁ ଆସିଲେ। ସଂଯୋଗବଶତଃ ସେଠାରେ ଦଶରଥ ମଧ୍ୟ ଜଳରେ ଭାସି ଭାସି ପହଞ୍ଚିଲେ। ସେହି ଗଙ୍ଗା ସାଗର ତଟରେ ହିଁ ଉଭୟ ଦଶରଥ ଓ କୌଶଲ୍ୟାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ପରସ୍ପର ସହ ପରିଚିତ ହେବାପରେ ଦଶରଥ ସେହିଠାରେ ହିଁ ଅଗ୍ନି ପ୍ରଜ୍ଜଳିତ କରି କୌଶଲ୍ୟାଙ୍କୁ ବିବାହ କରିଲେ ଏବଂ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Raavan_Thumbnail.jpg)