ପୁରୁଣା ସ୍ମାର୍ଟଫୋନ୍‌ ଅଦରକାରୀ ହୋଇ ପଡ଼ିଛି କି ! ଏହିସବୁ ଉପାୟରେ ପୁର୍ନବାର ବ୍ୟବହାର କରି ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ନୂଆନୂଆ ସ୍ମାର୍ଟଫୋନ୍‌ ବଜାରକୁ ଆସିଥାଏ। ପ୍ରାୟତଃ ଲୋକମାନେ ଗୋଟିଏ ସ୍ମାର୍ଟଫୋନ୍‌କୁ ଦୁଇରୁ ତିନିବର୍ଷ ବ୍ୟବହାର କରିବା ପରେ ଅନ୍ୟ ଗୋଟିଏ ଫୋନ୍‌ କିଣିବା ପାଇଁ ସ୍ଥିର କରିଥାଆନ୍ତି। ଏମିତିରେ ପୁରୁଣା ସ୍ମାର୍ଟଫୋନ୍‌ ଆଉ ବ୍ୟବହାର ଉପଯୋଗୀ ନୁହେଁ ଭାବି ଘରର କେଉଁ କୋଣରେ ତାହାକୁ ଫିଙ୍ଗି ଦେଇଥାଆନ୍ତି। ତେବେ ଏହି ସବୁ ଉପାୟକୁ ଆପଣାଇଲେ ପୁରୁଣା ସ୍ମାର୍ଟଫୋନ୍‌କୁ ପୁଣିଥରେ ବ୍ୟବହାର ଉପଯୋଗୀ ହେବ, ଆସନ୍ତୁ ଜାଣିବା ସେ ବିଷୟରେ..

୧.ସ୍ମାର୍ଟଫୋନ୍‌ରେ ଆଜିକାଲି ଗୁଣବତ୍ତା କ୍ୟାମେରା ଉପଲବ୍ଧ ରହୁଛି। ଯଦି ଆପଣଙ୍କ ପାଖରେ ପୁରୁଣା ସ୍ମାର୍ଟଫୋନ୍‌ ରହିଛି ତେବେ ନିଜର ଘରେ, ଅଫିସ କିମ୍ବା ଅନ୍ୟ କୌଣସି ସ୍ଥାନରେ ଅନ୍ୟମାନଙ୍କ ଗିତିବିଧିକୁ ନଜର ରଖିବା ପାଇଁ ବ୍ୟବହାର କରି ପାରିବେ। ଏଥିପାଇଁ ଆପଣଙ୍କୁ ଆଇପି େଓ୍ଵବକ୍ୟାମ କିମ୍ବା ଟିନିକ୍ୟାମ୍‌ ମନିଟର ଭଳି ଆପ୍‌ ଦରକାର। େଓ୍ଵବ ବ୍ରାଉଜର ଜରିଆରେ ଏହାକୁ ଲାଇଭ୍‌ ଭିଡିଓ ଦେଖିବାରେ ବ୍ୟବହାର କରାଯାଇ ପାରିବେ।

୨. ଯଦି ଆପଣ ନୂଆ ସହରକୁ ଯାଇ ଟ୍ରାଫିକ୍‌ ଜାମ୍‌ରେ ଫସି ଯାଉଛନ୍ତି ତେବେ ଏପରି କ୍ଷେତ୍ରରେ ଜିପିଏସ୍‌ ଆପଣଙ୍କୁ ସୁବିଧା ରାସ୍ତା ବତାଇବ। ପୁରୁଣା ସ୍ମାର୍ଟଫୋନ୍‌କୁ ଆପଣ କାର୍‌ରେ ଖଞ୍ଜି ଜିପିଏସ୍‌ ସୁବିଧାର ଲାଭ ଉଠାଇ ପାରିବେ। ‘ହିୟର ଓ୍ଵି ଗୋ’ କିମ୍ବା ‘ଗୁଗୁଲ ମ୍ୟାପସ୍‌’ ଭଳି ଆପ୍‌ ଡାଉନ୍‌ଲୋଡ କରି ପୁରୁଣା ସ୍ମାର୍ଟଫୋନ୍‌କୁ ଏଥିରେ ବ୍ୟବହାର କରନ୍ତୁ।

୩. ଡିଜିଟାଲ ଫାଟୋ ଫ୍ରେମ୍‌ ଜରିଆରେ ଆପଣ ପୁରୁଣା ସ୍ମାର୍ଟଫୋନ୍‌ ଏକ ଡିଜିଟାଲ ଫଟୋ ଫ୍ରେମ୍‌ରେ ପରିବର୍ତ୍ତନ କରି ପାରିବେ। ଏଥିରେ ଆପଣ ନିଜର ଇଚ୍ଛା ମୁତାବକ ଫଟୋର ସ୍ଲାଇଡସୋ ପ୍ରସ୍ତୁତ କରି ପାରିବେ। ଆନିମେସନ୍‌ ଇଫେକ୍ଟସ୍‌, ବ୍ୟାକ୍‌ଗ୍ରାଉଣ୍ଡ ସାଉଣ୍ଡସ୍‌ ଆଦିକୁ କଷ୍ଟମାଇଜ କରି ପାରିବେ।

୪. ଯଦି ଆପଣ ଅନ୍ୟ ଡିଭାଇସ୍‌ରେ ମଲ୍ଟିମିଡିଆ କନ୍‌ଟେଣ୍ଟ ପ୍ଲେ କରିବାକୁ ଚାହୁଁଛନ୍ତି, ତେବେ ପୁରୁଣା ସ୍ମାର୍ଟଫୋନ୍‌କୁ ମିଡିଆ ସର୍ବର ଭାବେ ବ୍ୟବହାର କରିପାରିବେ। ଫେକ୍ସ କିମ୍ବା BubbleUPnP ଭଳି ଆପ୍‌ ଜରିଆରେ ସବୁିଧାରେ ବ୍ୟବହାର କରି ପାରିବେ।

୫. ଆଜିକାଲି ଅଧିକାଂଶ ବୈଦ୍ୟୁତିକ ଉପକରଣ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେଉଛି। ଯଦି ଆପଣଙ୍କ ପୁରୁଣା ସ୍ମାର୍ଟଫୋନ୍‌ ଆଇଆର୍‌ ବ୍ଲାଷ୍ଟର, ତେବେ ଏହାକୁ ୟୁନିଭର୍ସଲ ରିମୋଟ କଣ୍ଟ୍ରୋଲ ଭାବେ ବ୍ୟବହାର କରି ପାରିବେ। Easy Universal TV Remote ଓ Peel Smart Remote ଆପ୍‌ ଆପଣଙ୍କ ସାହାଯ୍ୟରେ ଆସିବ।

୬. ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା ସ୍ମାର୍ଟଫୋନ୍‌ ଅଛି ତେବେ ଏହାକୁ ଏକ ମିଡିଆ ପ୍ଲେୟାର କିମ୍ବା ପୋର୍ଟବଲ ଗୋମିଂ ଡିଭାଇସ୍‌ ଭାବେ ବ୍ୟବହାର କରି ପାରିବେ। ଫୋନ୍‌ରୁ ସମସ୍ତ ଆପ୍‌ ହଟାଇ ଏକ ଭଲ ମିଡିଆ ପ୍ଲେୟାର ଆପ୍‌ ଡାଉନ୍‌ଲୋଡ କରନ୍ତୁ। ଆପଣଙ୍କ ମିଡିୟା କଲେକ୍‌ସନ୍‌ ଏଥିରେ ଲୋଡ କରି ଏହାକୁ ବ୍ୟବହାର କରିପାରିବେ। ଗେମିଙ୍ଗ ପାଇଁ ଏଥିରେ ଆପଣ କେବଳ ଇଚ୍ଛା ମୁତାବକ ଗେମ୍‌ ଡାଉନ୍‌ଲୋଡ କରନ୍ତୁ ଓ ଏହାକୁ ଗେମିଂ ଡିଭାଇସ୍‌ ଭାବେ ବ୍ୟବହାର କରନ୍ତୁ।

ସମ୍ବନ୍ଧିତ ଖବର