ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୁକୁରର ଏକ ଭିଡିଓ ଓ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଭିଡିଓରେ କୁକୁରଗୁଡ଼ିକର ପ୍ରତିମୂର୍ତ୍ତି ଥିବା ସ୍ଥାନରେ ଏକ ଜୀବନ୍ତ କୁକୁରଟି ସେଭଳି ଶୈଳୀରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି।
ଗତ ଶନିବାର ଦିନ ଜାପାନର ଜଣେ ଶିଳ୍ପୀ ତଥା ପଶୁପକ୍ଷୀଙ୍କ ମୂର୍ତ୍ତି ତିଆରି କରୁଥିବା ମିଓ ହାସିମୋଟୋ ତାଙ୍କ ପୋଷା କୁକୁର ସୁକିର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର କୁକୁର ଦୌଡ଼ି ଯାଇ କୁକୁର ପ୍ରତିମୂର୍ତ୍ତିଗୁଡ଼ିକ ଯେଭଳି ଶୈଳୀରେ ଛିଡ଼ା ହୋଇଛନ୍ତି ସେଭଳି ଛିଡା ହୋଇଯାଉଛି। ଆଉ ଏହି ସମୟରେ ସେ ଏକ ଫଟୋ ଓ ଭିଡିଓ କ୍ୟାମେରାରେ କୈଦ କରି ନେଇଥିଲେ। ମିଓ ହାସିମୋଟୋ କୈଦ୍ କରିଥିବା ଭିଡିଓକୁ ଦେଖିଲେ ନକଲି ଓ ଅସଲ କୁକୁର କେଉଁଟା ଆଦୌ ବାରି ହେଉନାହିଁ।
アトリエが動物で密。 pic.twitter.com/oQN92wu0u9
— はしもとみお (@hashimotomio) August 3, 2020
ଏହି ଭିଡିଓ ଅଗଷ୍ଟ ୮ରେ ସେୟାର କରାଯାଇଥିଲା, ଯାହା ଏ ପର୍ଯ୍ୟନ୍ତ ୬ ମିଲିୟନ୍ ଭ୍ୟୁ ହାସଲ କରିଛି । ଏଥିସହ ୫ ଲକ୍ଷରୁ ଅଧିକ ଲାଇକ୍ ଏବଂ ଏକ ମିଲିୟନରୁ ଅଧିକ ରି-ଟୁଇଟ କରାଯାଇଛି। ଲୋକମାନେ କୁକୁରର ଏଭଳି କାମକୁ ଦେଖି ମଜା ନେଉଥିବା ବେଳେ ଅନେକ ଲୋକ କୁକୁର ପ୍ରତିମୂର୍ତ୍ତିଗୁଡ଼ିକୁ ପ୍ରଶଂସା ମଧ୍ୟ କରିଛନ୍ତି।
また彫刻と化していた pic.twitter.com/ZsC0pxBOPu
— はしもとみお (@hashimotomio) August 8, 2020
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ମୂର୍ତ୍ତିଗୁଡ଼ିକ ଏତେ ବାସ୍ତବ ଦେଖାଯାଉଛି ଯେ କେଉଁଟି ଜୀବନ୍ତ ତାହା ସହଜରେ ଜାଣି ହେଉନାହିଁ। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ‘ତୁମେ ପ୍ରକୃତରେ ବହୁତ ଭଲ କାମ କରିଛ। ମୂର୍ତ୍ତିଗୁଡ଼ିକ ବହୁତ ସୁନ୍ଦର ଦେଖାଯାଉଛି।