ନୂଆଦିଲ୍ଲୀ: ଆପଣ ଭୂତ-ପ୍ରେତରେ ବିଶ୍ବାସ ରଖନ୍ତି କି? ଖାଲି ଆପଣ କାହିଁକି, ସଂସାରରେ ଏପରି ଅନେକ ଲୋକ ଅଛନ୍ତି ଯିଏକି ଭୂତ-ପ୍ରେତ କଥାକୁ ଅନ୍ଧବିଶ୍ବାସ ବୋଲି କହନ୍ତି। ମାତ୍ର ଅଧିକାଂଶ ସମୟରେ ଭୂତ-ପ୍ରେତଙ୍କ ଅସ୍ତିତ୍ବ ନେଇ କେହି କେହି ଦାବି ମଧ୍ୟ କରିଥାନ୍ତି।
ମିନେସୋଟାର ଜଣେ ଦମ୍ପତି ନିଜ ସିସିଟିଭି କ୍ୟାମେରାରୁ ତାଙ୍କ ଘରେ ଜଣେ ପ୍ରେତତ୍ମାକୁ ଦେଖିଥିବା ଦାବି କରିଛନ୍ତି। ସେମାନେ କହନ୍ତି କି ତାଙ୍କ ଘରେ ଏକ ମୃତ ମହିଳାର ଛବି ଦେଖିବାକୁ ପାଇଛନ୍ତି। ଯିଏକି ପୂର୍ବରୁ ସେହି ଘରେ ରହୁଥିଲେ ଓ ତାଙ୍କ ଅତୃପ୍ତ ଆତ୍ମା ଏବେ ସେମାନଙ୍କୁ ଦେଖାଦେଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ଜଣକ ମୃତ ସମୟରେ ଯେଉଁ ନାଇଟ୍ଗାଉନ୍ ପିନ୍ଧିଥିଲେ ସିସିଟିଭିରେ ସେ ସେହିପରି ଗାଉନ୍ ପିନ୍ଧିଥିବା ପଡ଼ୋଶୀମାନେ କହିଛନ୍ତି।
ଦମ୍ପତି ଏହି ଛବିଟିକୁ ସେମାନଙ୍କ ଶୋଇବାଘର ବାହାରେ ଦେଖିବାକୁ ପାଇଥିଲେ। ଅବଶ୍ୟ ମହିଳାଙ୍କ ଚିତ୍ର ଟିକେ ଅସ୍ପଷ୍ଟ ରହିଛି। ସିସିଟିଭି ଫୁଟେଜ୍ଟି ଟିକେ ଧୂଆଁଳିଆ ଦିଶୁଛି। ଦମ୍ପତିଙ୍କ କହିବା କଥା ହେଲା ୨ ବର୍ଷ ତଳେ ଜମି ମାଲିକ ତାଙ୍କୁ ଏପରି ଏକ ଅତୃପ୍ତ ଆତ୍ମା ବିଷୟରେ ସୂଚୀତ କରିଥିଲେ। ମାତ୍ର ସେ ଏହାକୁ ଖାତିର କରିନଥିଲେ। ଏବେ ସିସିଟିଭି ଫୁଟେଜ୍ରେ ଦୃଶ୍ୟମାନ ହୋଇଥିବା ଛବିକୁ ଦେଖିବା ପରେ ସେମାନେ ଉକ୍ତ ଜମି ମାଲିକଙ୍କ କଥାକୁ ବିଶ୍ବାସ କରିବାକୁ ବାଧ୍ୟ ହୋଇଛନ୍ତି।
ସିସିଟିଭି ଫୁଟେଜ୍କୁ ଦେଖିବା ପରେ ସେମାନେ ସମସ୍ତେ ସେହି ମୃତ ମହିଳା ବୋଲି ଦାବି କରୁଛନ୍ତି, ଯିଏକି ତାଙ୍କର ସେହି ସମାନ ନାଇଟ୍ ପିନ୍ଧିଥିଲେ ତାଙ୍କ ମୃତ୍ୟୁ ବେଳେ।