୫ଫୁଟ୍‌ ୭ଇଞ୍ଚ ଲମ୍ବ କେଶ ସହ ଗୁଜୁରାଟର ଏହି ଯୁବତୀ ସୃଷ୍ଟି କଲେ ରେକର୍ଡ, ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲା ନାମ

ଅହମଦାବାଦ୍‌ : ଗୁଜୁରାଟରେ ରହୁଥିବା ୧୬ବର୍ଷୀୟ ନିଲାଂଶୀ ପଟେଲ ଗିନିଜ୍‌ ବୁକ୍‌ରେ ନିଜ ନାମ ସାମିଲ୍‌ କରିଥିବା ଜଣାପଡ଼ିଛି । ଲମ୍ବା କେଶ ପାଇଁ ସେ ଏହାକୁ ସମ୍ଭବ କରି ପାରିଛନ୍ତି । ତାଙ୍କ କେଶ ୫ଫୁଟ୍‌ ୭ଇଞ୍ଚ ଲମ୍ବା ହୋଇଥିବା ବେଳେ ନିଲାଂଶୀଙ୍କ ସାଙ୍ଗମାନେ ତାଙ୍କୁ ଡ଼ିଜ୍‌ନେ ପ୍ରିନ୍ସସେସ୍‌ ରପୁନ୍‌ଜେଲର ନାମରେ ଡ଼ାକିଥାନ୍ତି ।

ନିଲାଂଶୀଙ୍କ କହିବା ଅନୁଯାୟୀ, ୬ବର୍ଷ ବୟସରେ ଭୁଲବଶତଃ ତାଙ୍କ କେଶ ଖରାପ ଭାବରେ କାଟି ହୋଇ ଯାଇଥିଲା । ଯାହା ପରେ ସେ କେବେ ବି ନିଜ କେଶ କାଟିବେ ନାହିଁ ବୋଲି ନିଷ୍ପତ୍ତିି ନେଇଥିଲେ, ଏହା ପରେ ତାଙ୍କ କେଶ ବଢ଼ିବାକୁ ଲାଗିଥିଲା । ଆଜି ସେ ତାଙ୍କର ସେହି କେଶ ପାଇଁ ୧୬ବର୍ଷ ବୟସରେ ଚର୍ଚ୍ଚିତ ହୋଇ ପାରିଛନ୍ତି । ଲୋକମାନେ ଭାବନ୍ତି କି ମୁଁ ମୋର କେଶ ପାଇଁ କୌଣସି କାମ ଠିକ୍‌ ଭାବରେ କରି ପାରୁ ନ ଥିବି । କିନ୍ତୁ ଏହି କେଶ ସହ ମୁଁ ଅନେକ ଖେଳ ଖୁବ୍‌ ସହଜରେ ଖେଳି ପାରୁଛି ଏବଂ ଖେଳିଛି ମଧ୍ୟ ବୋଲି ନିଲାଂଶୀ କହିଥିଲେ । ସେ ସପ୍ତାହକୁ ଥରେ କେଶ ଧୋଉଥିବା ବେଳେ କେଶ ଧୋଇବାରେ ତାଙ୍କୁ ତାଙ୍କ ମା’ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର