ଏହି ୭ଟି କାରଣ ଲାଗି ବ୍ୟକ୍ତି ମଧ୍ୟରାତ୍ରି ଯାଏଁ ଅନିଦ୍ରା ରହିଥାଏ! ଜାଣନ୍ତୁ ସେଗୁଡ଼ିକ କ’ଣ?

ସାଧାରଣତଃ ଏକ ଅନିଦ୍ରାପ୍ରବଣ ରାତି ଏକ ଦୁଃସ୍ୱପ୍ନ ଭଳି ହୋଇଥାଏ। କ୍ରମାଗତ ନିଦ୍ରାହୀନତା ମୁଣ୍ଡବିନ୍ଧା ଓ କ୍ଳାନ୍ତି ଜନିତ ସମସ୍ୟାକୁ ଡାକି ଆଣିଥାଏ। ଏହା ବେଳେ ବେଳେ ଅବସାଦଗ୍ରସ୍ତତାର କାରଣ ବି ହୋଇଥାଏ। ପ୍ରାୟତଃ ୨୦ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଭାବେ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା କ୍ରମାଗତ ନିଦ୍ରାହୀନତାର ୭ଟି କାରଣ?
ଭୁଲ୍‌ ତାପମାତ୍ରା: ସାଧାରଣତଃ ଭୁଲ୍‌ ତାପମାତ୍ରା କାରଣକୁ ନେଇ ବ୍ୟକ୍ତି ମଧ୍ୟରାତ୍ରି ଯାଏଁ ଅନିଦ୍ରା ହୋଇଥାଏ। ଅର୍ଥାତ୍‌ ଯଦି ଆପଣ ଆପଣଙ୍କ ଘରେ ଏୟାରକଣ୍ଡିସ୍‌ନର୍‌ଭୁଲ୍‌ ସ୍ଥାନରେ ଲଗାଯାଇଥାଏ,ତେବେ ଏହା ଦ୍ୱାରା ଆପଣଙ୍କ ଶରୀରକୁ ସଠିକ୍‌ ମାତ୍ରାରେ ତାପମାତ୍ରା ଯାଇପାରିନଥାଏ। ଯାହା ଦ୍ୱାରା କି ଆପଣ ଠିକ୍‌ ଭାବରେ ଶୋଇପାରିନଥାନ୍ତି। ଏ ନେଇ ରାଷ୍ଟ୍ରୀୟ ସ୍ଲିପ୍‌ ଫାଂଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି ଯେ ବୟସ୍କ ବ୍ୟକ୍ତିଙ୍କ ସୁଖଦ ନିଦ୍ରା ଲାଗି ସଠିକ୍‌ ତାପମାତ୍ରା ୬୦ରୁ ୭୦ ଡ଼ିଗ୍ରି ଫାରେନ୍‌ହାଇଟ୍‌ ହୋଇଥିବାବେଳେ, ଶିଶୁଙ୍କ ଲାଗି ଏହା ୬୫ରୁ ୭୦ ଡ଼ିଗ୍ରି ଫାରେନ୍‌ହାଇଟ୍‌ ଅଟେ।
ତ୍ୱଚା କୁଣ୍ଡେଇ ହେବା : କୌଣସି ଆଲର୍ଜି ଜନିତ ସମସ୍ୟା ହେତୁ ତ୍ୱଚା କୁଣ୍ଡେଇ ହେବା ଓ ପୋଡ଼ାଜଳା ସମସ୍ୟାକୁ ନେଇ ମଧ୍ୟ ବ୍ୟକ୍ତି ରାତିରେ ଶୋଇପାରିନଥାଏ। ଏଥିରୁ ମୁକୁଳିବା ପାଇଁ ହେଲେ ଆପଣ କୌଣସି ଜଣେ ତ୍ୱଚା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
ବିଶ୍ରାମହୀନ ପାଦ: ପାଦକୁ ବିଶ୍ରାମର ଅଭାବ ସିଂଣ୍ଡ୍ରୋମ ବା ଆର୍‌ଏଲ୍‌ଏସ୍‌ର ହେତୁ ରାତିରେ ନିଦ ନ ଆସିବାଟା ଏକ ସାଧାରଣ କଥା । ଯେଉଁକାରଣକୁ ନେଇ ପ୍ରତି ୧୦ରୁ ଜଣେ ଆମେରିକାନ୍‌ ବ୍ୟକ୍ତି ଏହି ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଆପଣ ଏହି ଆର୍‌ଏସ୍‌ଏଲ୍‌ର ଉପଚାର ପାଇଁ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତ।
ଫୋମ୍‌ ଗଦି: ଆମକୁ ଅତି ନରମ ଫୋମ୍‌ ଗଦିରେ ଭଲ ନିଦ ହୋଇଥାଏ। ହେଲେ ଯଦି ଗଦିଟି ଅଧିକ ନୀଚ୍ଚା ହୋଇଥାଏ ତ, ତେବେ ଏହା ଆମ ନିଦକୁ ପ୍ରଭାବିତ କରେ! ଏଥିସହିତ ଅଧିକ ଉଚ୍ଚତାର ଗଦି ବି ଆମ ଶରୀରର କହୁଣୀ, କାନ୍ଧ ଏବଂ ପିଠିର ତଳ ଭାଗ ଦରଜ କରାଏ । ତେଣୁ ଆପଣ ଆପଣଙ୍କ ଶରୀରକୁ ସୁହାଇଲା ଭଳି ଗଦି କିଣନ୍ତୁ।
ଅତ୍ୟଧିକ ମାତ୍ରାରେ ପରିସ୍ରା : ଶୋଇବା ସମୟରେ ଅତ୍ୟଧିକ ମାତ୍ରାରେ ପରିସ୍ରା ଲଗିବା ଦ୍ୱାରା ବ୍ୟକ୍ତି ବାରମ୍ବାର ନିଦରୁ ଉଠିଥାଏ, ଯାହାକି ତାହାର ନିଦକୁ ଅସଂପୂର୍ଣ୍ଣ କରିଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ ସଂନ୍ଧ୍ୟା ସମୟରେ ତରଳ ଜାତୀୟ ପଦାର୍ଥର୍ ଖାଇବା ଠାରୁ ଦୂରେଇ ରହନ୍ତୁ। ଏହା ପରେ ବି ଯଦି ଆପଣଙ୍କୁ ଏହି ସମସ୍ୟାଟି ଲାଗି ରହୁଛି ତ,ତେବେ ଏହା ମୂତ୍ର ସଂକ୍ରମଣ,କିଡ଼୍‍ନି ଜନିତ ସମସ୍ୟା, ମଧୁମେହ ଭଳି ଗମ୍ଭୀର ସମସ୍ୟାକୁ ନେଇ ହେଉଛି ବୋଲି ଜାଣନ୍ତୁ। ହେଲେ ଗର୍ଭାବସ୍ଥା ସମୟରେ ଏହା ହେଉଛି ଏକ ସାଧାରଣ ସମସ୍ୟା।
ମାଦକ ଦ୍ରବ୍ୟର ସେବନ: ଅଧିକ ରାତି ଯାଏଁ ମାଦକ ଦ୍ରବ୍ୟର ସେବନ ମଧ୍ୟ ବ୍ୟକ୍ତିିର ନିଦରେ ପ୍ରଭାବ ପକାଇଥାଏ। ତେଣୁ ଆପଣ ଏହାକୁ ଶୋଇବା ପୂର୍ବରୁ ଆଦୌ ମାଦକ ସେବନ କରନ୍ତୁ ନାହିଁ। ଆପଣ ଯେତେବେଳେ ଅନିଦ୍ରା ରହିଥା’ନ୍ତି ସେହି ସମୟଟି ଆପଣଙ୍କ ଶରୀରକୁ ମେଟାବୋଲାଇଜ୍‌ କରିବାର ସମୟ ହୋଇଥାଏ। ତେଣୁ ଆପଣ ଶୋଇବାକୁ ଯିବା ପୂର୍ବରୁ ମାଦକ ଦ୍ରବ୍ୟର ସେବନଠାରୁ ଦୂରେଇ ରହନ୍ତୁ।
୭-ଅବସାଦ ଜନିତ ସମସ୍ୟା: ସାଧାରଣତଃ ଅବସାଦ ଜନିତ ସମସ୍ୟା ଅସଂଖ୍ୟ ବ୍ୟକ୍ତି ସାମ୍ନା କରୁଥିବାବେଳେ,ଏହା ସେମାନଙ୍କ ନିଦରେ ବାଧା ପହଁଞ୍ଚାଇଥାଏ। ଆପଣଙ୍କୁ ଯଦି କୌଣସି କାରଣକୁ ନେଇ ଚିନ୍ତିତ ଲାଗୁଛି ବା ଆପଣ ଅବସାଦରେ ଅଛନ୍ତି ,ଯାହାକି ଆପଣଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଛି; ତେବେ ଆପଣ ସୁମଧୁର ଗୀତ ଶୁଣନ୍ତୁ ବା ଗପ ବହି ପଢ଼ନ୍ତୁ।ଏହାପରେ ବି ଯଦି ଆପଣଙ୍କୁ ନିଦ ଲାଗୁନି ତ, ତେବେ ଆପଣ କୌଣସି ମନୋଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ।
ସମ୍ବନ୍ଧିତ ଖବର