କ’ଣ ପାଇଁ କିଛି ଲୋକଙ୍କ ଗାଲରେ ପଡ଼ିଥାଏ ଭଉଁରି? ଏହାର ଅସଲ କାରଣ କ’ଣ?

ଗାଲରେ ଭଉଁରି ପଡ଼ିଲେ ତାହା ମୁହଁର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ । ବଲିଉଡ୍‌ କଳାକାର ପ୍ରୀତି ଜିଣ୍ଟା, ଦୀପିକା ପାଦୁକୋନ୍‌, ଶାହାରୁଖ୍‌ ଖାନ୍‌ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ଗାଲରେ ଭଉଁରି ପଡ଼ୁଥିବା ଦେଖି ଅନେକ ଲୋକ ନିଜ ଗାଲରେ ମଧ୍ୟ ଭଉଁରି ପଡ଼ିବା ନେଇ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଆପଣମାନେ ଭଉଁରି ପଡ଼ିବାର କାରଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହା ଆପେ ଆପେ ନୁହେଁ ଏକ ପ୍ରକାରର ଶାରୀରିକ ସମସ୍ୟା ପାଇଁ ହୋଇଥାଏ । ଗାଲର ମାଂସପେଶୀ ଯେତେବେଳେ କୌଣସି କାରଣରୁ ଛୋଟ ପଡ଼ିଯାଏ, ସେତେବେଳେ ହସିବା ସମୟରେ ମାଂସପେଶୀ ଟାଣି ହୋଇ ଯାଇଥାଏ । ଯାହାଦ୍ୱାରା ଗାଲରେ ଭଉଁରି ପଡ଼ିଥାଏ । ପିଲାଟି ମା’ ପେଟରେ ଥିବା ବେଳେ ଏହା ଶରୀରକୁ ଆସି ଯାଇଥାଏ ।

ଗବେଷଣା ଅନୁଯାୟୀ ଗାଲରେ ଭଉଁରି ପଡ଼ିବା ବଂଶଗତ ବୋଲି ଜଣା ପଡ଼ିଥିବା ବେଳେ ଏକ ଗବେଷଣାରୁ ଗାଲରେ ଥିବା ଟିସୁଗୁଡ଼ିକ ମଧ୍ୟରୁ ଗୋଟିଏ ଛୋଟ ହୋଇ ଯାଇଥିଲେ ଗାଲରେ ଭଉଁରି ପଡ଼େ ବୋଲି ଜଣାପଡ଼ିଛି ।

fateclick.com

କିଛି ଲୋକଙ୍କର ଛୋଟ ବେଳେ ଗାଲରେ ଭଉଁରି ପଡ଼ୁଥିବା ବେଳେ ବଡ଼ ହେଲେ ତାହା ଉଭେଇ ଯାଇଥାଏ । ଏହାର କାରଣ ହେଉଛି, ଛୋଟ ବେଳେ ପିଲାମାନଙ୍କ ଗାଲରେ ବେବି ଫ୍ୟାଟ୍‌ ରହିଥାଏ । ଯାହାଦ୍ୱାରା ଗାଲରେ ଭଉଁରୀ ଆସିଥାଏ । ବଡ଼ ହେବା ସହ ବେବି ଫ୍ୟାଟ୍‌ କମ ହୋଇଯିବାରୁ ଭଉଁରୀ ମଧ୍ୟ ଦେଖା ଯାଇ ନ ଥାଏ ।

ସମ୍ବନ୍ଧିତ ଖବର