ଘର ପରିଷ୍କାର ପରିଚ୍ଛନ୍ନ ରଖିଲେ ରୋଗବୈରାଗ ପରିବାର ଲୋକଙ୍କ ପାଖ ପଶେ ନାହିଁ ବୋଲି ସମସ୍ତଙ୍କୁ ଜଣା। ପରିଚ୍ଛନ୍ନତା ଦେବଦେବୀଙ୍କ ସହ ମଧ୍ୟ ଜଡ଼ିତ। ପରିଷ୍କାର ପରିଚ୍ଛନ ଘରେ ଦେବତା ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ।

Advertisment

ଘର ପରିଷ୍କାର କରିବା ବେଳେ ଲୋକେ ସାଧାରଣତଃ ତଳ ଭାଗ ପ୍ରତି ଯତ୍ନବାନ ହୋଇ ଥାଆନ୍ତି। ଅର୍ଥାତ୍‌ ଘରର ଚଟାଣ ଆଦି ନିୟମିତ ଓଳାପୋଛା କରନ୍ତି। ଉପର ଭାଗ ପ୍ରତି ସାଧାରଣତଃ ଧ୍ୟାନ ଦିଆ ଯାଇ ନ ଥାଏ। ତେଣୁ ସେଠାରେ ବୁଢ଼ିଆଣି ଜାଲ ବାନ୍ଧି ଥାଏ। ଘରେ ବୁଢ଼ିଆଣୀ ଜାଲ ରହିବା ଅମଙ୍ଗଳ ସୂଚକ ବୋଲି କୁହାଯାଏ।

publive-image

ବୟୋବୃଦ୍ଧ ଓ ପଣ୍ଡିତମାନେ କହନ୍ତି ଯେ ଘରେ ବୁଢ଼ିଆଣି ଜାଲ ରହିବା ଅନୁଚିତ। ଏଇଟା ଅନ୍ଧବିଶ୍ୱାସ ନୁହେଁ। ଏ କଥା ପଛରେ ଉଭୟ ବିଜ୍ଞାନସମ୍ମତ ଓ ଧାର୍ମିକ କାରଣ ରହିଛି। ବୁଢ଼ିଆଣୀ ଜାଲଟି ଏମନ୍ତ ବାଗରେ ତିଆରି ହୋଇଥାଏ ଯେ ତାହା ନକାରାତ୍ମକ ଶକ୍ତି ଉତ୍ପନ୍ନ କରେ।
ବୁଢ଼ିଆଣୀ ଜାଲ ଓହଳିଥିବା କୋଣଟିରେ ନକାରାତ୍ମକ ଶକ୍ତି ଭରି ରହିଥାଏ। ଏଥିଯୋଗୁଁ ଘରେ ଅନେକ ସମସ୍ୟା ଦେଖାଦିଏ।

ଘରେ ଗୋଟିଏ ମାତ୍ର ବୁଢ଼ିଆଣୀ ଜାଲ ରହିଲେ ବି ତାହା ପରିବାର ଲୋକଙ୍କୁ ନାନାଦି ରୋଗରେ ଆକ୍ରାନ୍ତ କରି ପକାଏ। ବୁଢ଼ିଆଣୀ ଜାଲ ଯୋଗୁଁ ଲୋକେ ଏକାଗ୍ରଚିତ୍ତ ହୋଇ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ।