୧୩ ଘଣ୍ଟାରେ ୫୩ଜଣଙ୍କର ଓଜନ କମାଇବା ସର୍ଜରୀ କଲେ ୧୧ ଡାକ୍ତର, ସୃଷ୍ଟି କଲେ ନୂଆ ରେକର୍ଡ

ଭୋପାଳ : ମଧ୍ୟପ୍ରଦେଶର ବାରିଆଟ୍ରିକ୍‌ ସର୍ଜନ ଡ଼ାକ୍ତର ମୋହିତ ଭଣ୍ଡାରୀ ୧୩ଘଣ୍ଟାରେ ୩୫ମହିଳାଙ୍କ ସମେତ ୫୩ ଜଣଙ୍କୁ ସର୍ଜରୀ କରି ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ଡ଼ାକ୍ତର ମୋହିତ ଭଣ୍ଡାରୀଙ୍କ ଅନୁଯାୟୀ, ସେ ନିଜର ୧୦ଜଣିଆ ଟିମ୍‌ ସହ ମେ’ ୧ତାରିଖ ଦିନ ସକାଳ ୬ଟାରୁ ସଂନ୍ଧ୍ୟା ୭ଟା ୨୦ମିନିଟ୍‌ ମଧ୍ୟରେ ୫୩ଜଣଙ୍କର ବାରିଆଟ୍ରିକ୍‌ ସର୍ଜରୀ କରିଥିଲେ । ସର୍ଜରୀ କରାଯାଇଥିବା ରୋଗୀଙ୍କ ବୟସ ୨୩-୬୮ମଧ୍ୟରେ ସୀମିତ ବୋଲି ଡ଼ାକ୍ତର ମୋହିତ ଭଣ୍ଡାରୀ କହିଛନ୍ତି । ସର୍ଜରୀ ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

trueactivist.com

ଡ଼ାକ୍ତର ମୋହିତ ଭଣ୍ଡାରୀଙ୍କ ସୂଚନା ମୁତାବକ, ସର୍ଜରୀ କରାଯାଇଥିବା ଲୋକଙ୍କ ଓଜନ ୧୦୦-୧୮୨ ମଧ୍ୟରେ ଥିଲା । ସେ ମଧ୍ୟରେ ଗୁଜୁରାଟର ୨୨ଜଣ, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୫, ରାଜସ୍ଥାନରୁ ୯, କେନିଆ ଏବଂ ବାଂଲାଦେଶର ୧-୧ ରୋଗୀ ଏବଂ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଝାରଖଣ୍ଡରୁ ମଧ୍ୟ କିଛି ରୋଗୀ ଥିଲେ । ସର୍ଜରୀର ଗୋଟେ ସପ୍ତାହ ପୂର୍ବରୁ ମୁଁ ଗିନିଜ୍‌  ବୁକ୍‌ ଅଫ୍‌  ଓ୍ଵାଲର୍ଡ ରେକର୍ଡସ୍‌ର ଲଣ୍ଡନସ୍ଥିତ ମୁଖ୍ୟଳୟକୁ ସୂଚନା ଦେଇଥିଲି । ସବୁ ସର୍ଜରୀର ଲାଇଭ୍‌ ଟେଲିକାଷ୍ଟ କରାଯାଇଥିଲା । ସର୍ଜରୀ ପରେ ଏହାକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର