ଦିନକୁ ୩ ଥର ରେକର୍ଡ କରନ୍ତୁ ଅକ୍ସିଜେନ୍‌ ସ୍ତର, ଅକ୍ସିମିଟର ବ୍ୟବହାର ଉପରେ ଗାଇଡ୍‌ଲାଇନ୍‌ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବଢ଼ି ବଢ଼ି ଚାଲିଥିବା ବେଳେ ଏକ ପ୍ରମୁଖ ସମସ୍ୟା ପାଲଟିଛି ଅକ୍ସିଜେନ୍‌ ଅଭାବ। ଡାକ୍ତର ଓ ବିଶେଷଜ୍ଞମାନେ ଦେଉଥିବା ମତ ଅନୁସାରେ ଘରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନଙ୍କର ନିୟମିତ ଅକ୍ସିଜେନ୍‌ ସ୍ତର ମାପିବା ଉଚିତ। ଫ‌ଳରେ ସେମାନଙ୍କୁ ଡାକ୍ତରଖାନା ନେବା ଜରୁରୀ କି ନୁହେଁ ଆପଣ ନିଶ୍ଚିତ ହୋଇଯିବେ। ସେଥିପାଇଁ କେନ୍ଦ୍ର ସରକାର ୮ଟି ଷ୍ଟେପ୍‌ ବିଶିଷ୍ଟ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ କି ଅକ୍ସିଜେନ୍‌ ସ୍ତର କିପରି ମାପିବେ ସୂଚନା ଦିଆଯାଇଛି।

: ଅକ୍ସିମିଟର୍‌ରେ ନିଜ ଆଙ୍ଗୁଠିକୁ ପୂରାଇବା ପୂର୍ବରୁ ନଖରୁୁ ନଖ ରଂଗ କିମ୍ବା ନକଲି ନଖ କାଢ଼ିଦିଅନ୍ତୁ। ହାତ ଥଣ୍ଡା ଥିଲେ ପାପୁଲିରେ ପାପୁଲି ଘସି ସାମାନ୍ୟ ଗରମ କରି ଅକ୍ସିମିଟରରେ ଭର୍ତ୍ତି କରନ୍ତୁ।

: ଅକ୍ସିଜେନ୍‌ ସ୍ତର ମାପିବା ପୂର୍ବରୁ ଅତି କମ୍‌ରେ ୫ ମିନିଟ୍‌ ବିଶ୍ରାମ ନେବା ଆବଶ୍ୟକ।

: ନିଜ ହାତକୁ ହୃଦୟ ଉପରେ ରଖନ୍ତୁ।

 

: ଅକ୍ସିମିଟର୍‌ ଅନ୍‌ କରି ସେଥିରେ ମଧ୍ୟମ କିମ୍ବା ବିଶି ଆଙ୍ଗୁଠିକୁ ପୂରାନ୍ତୁ।

: ଅକ୍ସିମିଟରରେ ଅତି କମରେ ଗୋଟିଏ ମିନିଟ୍‌ ଆଙ୍ଗୁଠି ଭର୍ତ୍ତି କରି ରଖନ୍ତୁ।

: ୫ ସେକେଣ୍ଡ୍‌ ଧରି ପରିବର୍ତ୍ତନ ହୋଇନଥିବା ସବୁଠାରୁ ଅଧିକ ଫଳାଫଳକୁ ରେକର୍ଡ କରନ୍ତୁ।

: ସମସ୍ତ ରିଡିଂକୁ ଯତ୍ନର ସହ ରେକର୍ଡ କରନ୍ତୁ।

: ଦିନକୁ ୩ ଥର ଅକ୍ସିଜେନ୍‌ ସ୍ତର ରେକର୍ଡ କରନ୍ତୁ।

ଏହାଛଡ଼ା ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ୧୦୭୫ ନମ୍ବରକୁ କଲ୍‌ କରନ୍ତୁ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର