ଅନିଚ୍ଛାକୃତ ପାପର ପ୍ରାୟଶ୍ଚିିତ କରିବାକୁ ଚାହାଁନ୍ତି ତ କରନ୍ତୁ ଏପରି….

ମନୁଷ୍ୟ ପାପ ଓ ପୁଣ୍ୟ ମଧ୍ୟରେ ଅନେକ ସମୟରେ ଝୁଲି ରହିଥାଏ । ଏହି କାରଣରୁ ବେଳେ ବେଳେ ଅନିଚ୍ଛା ସତ୍ତ୍ୱେ ପାପ କରି ବସେ । ମନୁଷ୍ୟ ଅଧିକାଂଶ ସମୟରେ ଯେପରି ପାପ ନ କରେ,ସେଥିପ୍ରତି ସଚେତନ ଥାଏ । ଯଦି ମନୁଷ୍ୟ ନିଜ ପାପରୁ ମୁକ୍ତ ହେବା ପାଇଁ ଚାହେଁ,ତେବେ ସେଥିପାଇଁ  କିଛି ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ,ତାହା ମନୁସ୍ମୃତିରେ ଉଲ୍ଲିଖିତ ରହିଛି ।

ମନୁସ୍ମୃତିରେ ଏକ ଶ୍ଲୋକରେ ଯାହା କୁହାଯାଇଛି କି, “ଅଧ୍ୟାପନଂ ବ୍ରହ୍ମଯଜ୍ଞଃ ପିତୃ ଯଜ୍ଞସୁ ତର୍ପଣମ୍‌ ହୋମୋ ଦୈବୋ ବଳି ର୍ଭାତୋ ନୃୟ ଜ୍ୟୋତିଥି” ।

ବେଦର ଅଧ୍ୟୟନ କରିବା ଓ କରାଇବାକୁ ବ୍ରହ୍ମ ଯଜ୍ଞ ବୋଲି କୁହାଯାଏ । ନିଜର ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରିବା ହେଉଛି ପିତୃ ଯଜ୍ଞ । ନିୟମିତ ରୂପେ ଯଜ୍ଞ କରିବା ଦେବ ଯଜ୍ଞ,ବଳି ଦେବା ହେଉଛି ଭୁତ ଯଜ୍ଞ ଏବଂ ଅତିଥି ମାନଙ୍କର ସତ୍କାର କରିବା ତଥା ସେମାନଙ୍କୁ ଭୋଜନରେ ତୃପ୍ତ କରିବା ହେଉଛି ମନୁଷ୍ୟ ଯଜ୍ଞ । ଯେଉଁ ବ୍ୟକ୍ତି ନିୟମିତ ବେଦ ଅଧ୍ୟୟନ କରେ ଓ ଗାୟତ୍ରୀ ମନ୍ତ୍ର ଜପ କରିଥାଏ, ସେ ସମସ୍ତ ପାପରୁ ମୁକ୍ତ ହୋଇଥାଏ । ଠିକ୍‌ ସେହିପରି ଯେଉଁ ବ୍ୟକ୍ତି ପ୍ରତ୍ୟହ ଯଜ୍ଞ କରିଥାଏ,ଅତିଥିମାନଙ୍କୁ ଆଦର ସତ୍କାର କରିଥାଏ,ଗାଇ, କୁକର, କୁଆ ଆଦି ଜୀବଜନ୍ତୁଙ୍କୁ ଭୋଜନ କରାଇଥାଏ ସେ ମଧ୍ୟ ପାପର ପ୍ରାୟଶ୍ଚିତ କରିଥାଏ । ।

ସମ୍ବନ୍ଧିତ ଖବର