ପ୍ଲାଷ୍ଟିକ୍‌ ବୋତଲ ବଦଳରେ ରେଳ ଦେବେ ପେଟିଏମ୍‌ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ : ଭାରତୀୟ ରେଳ ବିଶ୍ୱ ପରିବେଶ ଦିବସରେ ଏକ ନୂତନ ଯୋଜନା ଆରମ୍ଭ କରିଛି । ଏହି ନିୟମ ଅନ୍ତର୍ଗତ ବଢ଼ୋଦରା ଷ୍ଟେସନ୍‌ ସହ କିଛି ଟ୍ରେନ୍‌ରେ ପ୍ଲାଷ୍ଟିକ୍‌ ବୋତଲ୍‌କୁ ନଷ୍ଟ କରିବା ପାଇଁ ଏକ ମେସିନ୍‌ ଲଗାଯାଇଛି । ଯାତ୍ରୀ ଏହି ମେସିନ୍‌ରେ ଅବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ ପକାଇବା ଦ୍ୱାରା ତାଙ୍କୁ ଟଙ୍କା ମିଳିବ। ତେବେ ଏହା ଦ୍ୱାରା ୫ ଟଙ୍କା ପ୍ରତି ବୋତଲ ହିସାବରେ ଆପଣଙ୍କୁ ପେଟିଏମ୍‌ କ୍ୟାସ୍‌ବ୍ୟାକ୍‌ ମିଳିଥାଏ। ଏହା ଯୋଜନା ଦ୍ୱାରା ଦେଶରେ ପ୍ଲାଷ୍ଟିକ୍‌ ଆବର୍ଜନା କମ ହେବ ବୋଲି ଆଶା କରିଛି ଭାରତୀୟ ରେଳ।

Entertales

କିପରି ପାଇବେ କ୍ୟାସ୍‌ବ୍ୟାକ୍‌ :
କ୍ୟାସ୍‌ବ୍ୟାକ୍‌ ପାଇବା ପାଇଁ ଯାତ୍ରୀଙ୍କୁ ବୋତଲ୍‌ ନଷ୍ଟ ମେସିନ୍‌ରେ ବୋତଲ୍‌ ପକାଇବା ପରେ ସେଠାରେ ନିଜର ପେଟିଏମ୍‌ ରେଜିଷ୍ଟର ମୋବାଇଲ୍‌ ନମ୍ବର ଡ଼ାଏଲ୍‌ କରିବାକୁ ପଡ଼ିବ । ଏହାର କିଛି ସମୟ ମଧ୍ୟରେ ଆପଣଙ୍କ ପେଟିଏମ୍‌ ଆକାଉଣ୍ଟକୁ ବୋତଲ ହିସାବରେ କ୍ୟାସ୍‌ବ୍ୟାକ୍‌ ମିଳିଯିବ ।
କେଉଁଠାରେ ରହିଛି ଏହି ମେସିନ୍‌:
ଭାରତୀୟ ରେଳ (ଆଇଆରସିଟିସି ) ବୋତଲ ନଷ୍ଟ କରିବା ଏହି ମେସିନ୍‌କୁ ପ୍ରଥମ ପର୍ଯ୍ୟୟରେ ନୂଆଦିଲ୍ଲୀକୁ ଯାଉଥିବା ୮ଟି ଶତାବ୍ଦୀ ଏବଂ ରାଜଧାନୀ ଟ୍ରେନ୍‌ରେ ଲଗାଇଛି । ଏହାକୁ ବିଶ୍ୱ ପରିବେଶ ଦିବସ ଅବସରରେ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଦେଶରେ ପ୍ଲାଷ୍ଟିକ୍‌ ଆବର୍ଜନାର ମାତ୍ରା କମ୍‌ ହେବ ବୋଲି ଆଶା କରାଯାଇଛି।

ସମ୍ବନ୍ଧିତ ଖବର