‘ କୋଟିପତି ହେବାକୁ ଚାହୁଁଥିବା ଲୋକେ ରକ୍ତଚନ୍ଦନ, ଚନ୍ଦନ ଗଛ ଲଗାନ୍ତୁ ’

 

ଗୁଣ୍ଟୁର:  ଲୋକେ ଯଦି କୋଟିପତି ହେବାକୁ ଚାହାନ୍ତି ତେବେ ମୂଲ୍ୟବାନ ରକ୍ତଚନ୍ଦନ, ଚନ୍ଦନ ଓ ସଗୁଆନ ଗଛ ଲଗାନ୍ତୁ। ନିଜ ବାଟିପଟେ ବା ଅବ୍ୟବହୃତ ଜମିରେ ଏହି ଚାରା ରୋପଣ କରନ୍ତୁ। ଏହି କାଠଗୁଡ଼ିକର ମୂଲ୍ୟ ଯଥେଷ୍ଟ ଅଧିକ ହୋଇଥିବାରୁ ଏହାକୁ ବିକି କରି ଜଣ କୋଟିପତି ହୋଇପାରିବ ବୋଲି ଆନ୍ଧ୍ରପ୍ରଦେଶର ମୁଖ୍ୟ ବନସଂରକ୍ଷକ( ପିିସିସିଏଫ)  ମହମ୍ମଦ ଇଲିୟାସ ରିଜ୍‌ଭି  ଲୋକମାନଙ୍କୁ ଆହ୍ଵାନ ଦେଇଛନ୍ତି। ଚନ୍ଦନଗଛ, ସାଗୁଆନ ଗଛ ନିଜ ଅବ୍ୟବହୃତ ଜମିରେ ଲଗାଇବା ପାଇଁ କୌଣସି ପ୍ରକାର ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି ରାଜ୍‌ଭି କହିଛନ୍ତି।

ଘରୋଇ ଜମିରେ ଚନ୍ଦନ, ରକ୍ତଚନ୍ଦନ ପରି ମୂଲ୍ୟବାନ ଗଛ ଲଗାଇବା ସମ୍ପର୍କରେ ରିଜ୍‌ଭି କହିଛନ୍ତି ଯେଏହି ଗଛଗୁଡ଼ିକ ଯେ କେବଳ ଜଙ୍ଗଲରେ ଓ ଜଙ୍ଗଲବିଭାଗ ଦ୍ୱାରା   ଲଗାଯିବ, ସେ ନେଇ କୌଣସି ନିୟମ ନାହିଁ। ଯେକୌଣସି ବ୍ୟକ୍ତିି ଏହି ଗଛ ନିଜ ଜମିରେ ଲଗାଇ ପାରିବେ। ଏ ପାଇଁ ଇଛୁକ ବ୍ୟକ୍ତିଙ୍କୁ ବନବିଭାଗ ଏହି ସବୁ ଚାରା ଯୋଗାଇ ଦେବାକୁ ପ୍ରସ୍ତୁତ। ତେବେ ଏହି ଗଛ ବିିକ୍ରି କରିବା ପୂର୍ବରୁ ଲୋକମାନଙ୍କୁ ବନବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ। ଯିଏ ନିଜ ଜମିରେ ବା ଅବ୍ୟବହୃତ ଜମିରେଏହି ଗଛ ଲଗାଇବା ସହିତ ଏହାର ଯତ୍ନନେଇ ବଢ଼ାଇଥିବାର ପ୍ରମାଣ ଦେବେ, ସେମାନଙ୍କୁ ଅନୁମତି ଦବାରେ କୌଣସି ଅସୁବିଧା ନାହିଁ। ଲୋକେ ନିଜ ପରିବାରର ଭବିଷ୍ୟତ ବଂଶଧରମାନଙ୍କ ପାଇଁ କେବଳ ସୁନା , ଜମି ରଖିଯାଉଛନ୍ତି, ସେମାନେ ଯଦି  ନିଜ ଭବିଷ୍ୟତ ଦାୟାଦମାନଙ୍କ ପାଇଁ ଚନ୍ଦନ, ରକ୍ତଚନ୍ଦନ ଗଛର ଜଙ୍ଗଲଟିଏ ଛାଡ଼ି ଯାଆନ୍ତି, ତେବେ ଏହା ସେମାନଙ୍କୁ ଜମି .ସୁନା ମୂଲ୍ୟର କେତେ ଶହ ଗୁଣ ଅଧିକ ଟଙ୍କା ଦେଇ ତାଙ୍କୁ କୋଟିପତି କରିପାରିବ ବୋଲି ରିଜ୍‌ଭି କହିଛନ୍ତି। ମାତ୍ର ୨୫ ବର୍ଷରେ ଏକ ରକ୍ତଚନ୍ଦନ ଚାରାଟିଏ ଗଛରେ ପରିଣତ ହେବା ସହିତ ବିକ୍ରିିଯୋଗ୍ୟ ହୋଇଥାଏ। ଏପରିକି ମାତ୍ର ଏକ ଏକର ଜମିରେ ୧ଶହଟି ରକ୍ତଚନ୍ଦନ ଗଛ ଲଗାଯାଇପାରିବ ଓ ମାତ୍ର ୨୫ ବର୍ଷରେ ଏହା ୫୦ କୋଟିରୁ ଏକ ଶହ କୋଟି ଟଙ୍କା ଦେବ ବୋଲି ରିଜଭିି କହିଛନ୍ତି।

ସମ୍ବନ୍ଧିତ ଖବର