ନୂଆଦିଲ୍ଲୀ: ଯେବେଠାରୁ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଲୋକମାନେ ଘରେ ବସି ନିଜ କାମ କରିବାକୁ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର କେବଳ ଯେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି ତାହା ନୁହେଁ, ଓଜନ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମୋଟାପଣରେ ପୀଡିତ ଲୋକମାନେ ଅଧିକ ବ୍ୟାୟାମ ନକରି ଓଜନ ହ୍ରାସ କରିବାକୁ ସର୍ବଦା ପ୍ରୟାସ କରିଥାଆନ୍ତି । କିନ୍ତୁ ଏହା ତ ସମ୍ଭବ ହୋଇ ନଥାଏ। କିନ୍ତୁ ମେଦବହୁଳତା ହେତୁ ଓଜନ ହ୍ରାସ କରିବା ପାଇଁ ନୂତନ କୌଶଳ ବାହାର କରାଯାଇଛି। ଯାହାକୁ ଲୋକମାନେ ସହଜରେ ବିଶ୍ବାସ କରି ପାରିବେ ନାହିଁ।

Advertisment

ପ୍ରକାଶିତ ଖବର ମୁତାବକ, ବ୍ରିଟେନ ଏବଂ ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ଓଜନ ହ୍ରାସ କରିବା ଉପକରଣ ତିଆରି କରିଛନ୍ତି। ଯେଉଁଥିରେ ଦାନ୍ତକୁ ଏକତ୍ର ବାନ୍ଧି ରଖିବା ପାଇଁ ଚୁମ୍ବକ ଓ ଏକ ବୋଲ୍ଟର ବ୍ୟବହାର କରାଯାଇଛି।

publive-image

ନ୍ୟୁଜିଲ୍ୟାଣ୍ଡ‌ରେ ଓଟାଗୋ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ବାରା ତିଆରି କରାଯାଇଥିବା ଡେଣ୍ଟାଲ୍ ସ୍ଲିମ୍ ଡାଏଟ୍ କଣ୍ଟ୍ରୋଲ୍ ଜଣେ ଦନ୍ତ ଚିକିତ୍ସକଙ୍କ ଦ୍ୱାରା ଉପର ଏବଂ ତଳ ଦାନ୍ତରେ ଲଗାଯିବ। ଏହି ଉପକରଣ ପିନ୍ଧିଥିବା ବ୍ୟକ୍ତି ପ୍ରାୟ ୨ ମିଲିମିଟର ପାଟି ଖୋଲିପାରିବେ। ଆଉ ସେମାନେ କେବଳ ତରଳ ଖାଦ୍ୟ ହିଁ ଖାଇ ପାରିବେ। ତେବେ ଉକ୍ତ ବ୍ୟକ୍ତିଙ୍କୁ ନିଶ୍ୱାସ ଓ ପ୍ରଶ୍ବାସ ନେବାରେ କୌଣସି ଅସୁବିଧା ହେବ ନାହିଁ ।

ଥରେ ଦାନ୍ତରେ ଫିଟ୍ ହୋଇଗଲେ, ଏହି ଉପକରଣର ଉଦ୍ଦେଶ୍ୟ ହେଉଛି କଠିନ ଖାଦ୍ୟ ଖାଇବା ଆଦିକୁ ରୋକିବା । ବ୍ରିଟିଶ ଡେଣ୍ଟାଲ ଜର୍ନଲ ଏହି ଉପକରଣର ଏକ ପରୀକ୍ଷଣରେ ଅଂଶଗ୍ରହଣକାରୀମାନେ ଦୁଇ ସପ୍ତାହ ମଧ୍ୟରେ ହାରାହାରି ୬.୩୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଯେଉଁ ଅଂଶଗ୍ରହଣକାରୀମାନେ ଓଜନ ହ୍ରାସ କରୁଛନ୍ତି ସେମାନେ ଏହି ଯାତ୍ରାରେ ଆହୁରି ଆଗକୁ ବଢ଼ିବାକୁ ଇଚ୍ଛା ରଖିଛନ୍ତି। କାରଣ ତାଙ୍କ ଓଜନ ଆହୁରି ହ୍ରାସ ହୋଇପାରିବ ।