ଆପଣ ଚକୋଲେଟ୍କୁ ଫ୍ରିଜ୍ରେ ରଖୁଥିବେ ନିଶ୍ଚୟ। ହେଲେ ଏକଥା ହୁଏତ ଜାଣିନଥିବେ ଯେ ଚକୋଲେଟ୍କୁ କିଛି ସମୟ ନିମ୍ନ ତାପମାତ୍ରାରେ ରଖିଲେ ଚକୋଲେଟ୍ର ସ୍ୱାଦ ନଷ୍ଟ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ଲାଇନ୍ ଷ୍ଟୋର୍ ଚକୋଲେଟ୍ ବାର୍ର ମାଲିକ ଲକ୍ ଓଏନ୍ ସ୍ମିଥ୍ ନିଉଜିଲାଣ୍ଡ୍ର ଗଣମାଧ୍ୟମରେ ଏ ସଂପର୍କରେ ପ୍ରକାଶ କରିଛନ୍ତି। ଫ୍ରିଜ୍ରେ ରହୁଥିବା ଚକୋଲେଟ୍ଗୁଡ଼ିର ଫ୍ଲେବର୍ର ସ୍ୱାଦ ପୂର୍ବପେକ୍ଷା କମ୍ ହୋଇଥାଏ। ଆବଶ୍ୟକ ନପଡୁଥିଲେ ଚକୋଲେଟ୍କୁ ବାହାରେ ରଖିପାରିଲେ ଭଲ।
ତେବେ ସ୍ମିଥ୍ ପ୍ରକାଶ କରିଛନ୍ତି ଯେ ଚକୋଲେଟ୍ ରଖିବା ପାଇଁ ସବୁଠାରୁ ଉଚିତ୍ ତାପମାତ୍ରା ହେଉଛି ୧୫ ଡିଗ୍ରି ସେଲ୍ସିୟସ୍। ଯଦି ଆପଣଙ୍କ ଘରର ତାପମାତ୍ରା ୨୮ ଡିଗ୍ରି ସେଲ୍ସିୟସ୍ ଅଛି ତେବେ ଚକୋଲେଟ୍କୁ ଆପଣ ଫ୍ରିଜ୍ରେ ରଖିପାରନ୍ତି ବୋଲି ସ୍ମିଥ୍ ପରାମର୍ଶ ଦେଇଛନ୍ତି। ୧୦ ରୁ ୨୦ ଡିଗ୍ରି ତାପମାତ୍ରା ମଧ୍ୟରେ ଚକୋଲେଟ୍ ରଖିଲେ ତାହା ଠିକ୍ ରହିଥାଏ। ତେବେ ପ୍ରିଜ୍ରେ ଚକୋଲେଟ୍ ସିଧା ସଳଖ ରଖିବା ଅପେକ୍ଷା କୌଣସି ବନ୍ଦ ଡବା ବା ବମ୍ରେ ପୂରାଇ ରଖିଲେ ଭଲ ରହିଥାଏ।