ବଢ଼ିଲା ରିଲାଏନ୍‌ସ ଜିଓର ୧୦୦% କ୍ୟାସବ୍ୟାକ ଅଫର

ଟେଲିକମ୍‌ ଜଗତରେ ଚହଳ ସୃଷ୍ଟି କରିଥିବା ଭାରତର ବଡ ଟେଲିକମ୍‌ କମ୍ପାନୀ ରୂପେ ରିଲାଏନ୍‌ସ ଜିଓ ନିଜର କାୟା ବିସ୍ତାର କରିସାରିଲାଣି। ବର୍ତ୍ତମାନ ଜିଓର ନେଟୱାର୍କ ଯେତେ ଲୋକପ୍ରିୟ, ଜିଓଫୋନ ମଧ୍ୟ ଲୋକଙ୍କର ସେତେ ନିକଟତର ହେବାକୁ ଲାଗିଛି। ଜିଓ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ପ୍ରତିଦିନ ଭାରତରେ ପ୍ରାୟ ୩ ରୁ ୫ ଲକ୍ଷ ଲୋକ ଜିଓଫୋନକୁ ଆପଣାଉଛନ୍ତି। ଏପରିସ୍ଥଳେ ଜିଓ ପ୍ରତିଦିନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ପ୍ରଦାନ କରୁଛି।

ସୂଚନା ଅନୁସାରେ ରିଲାଏନ୍‌ସ ମୋର ଜିଓ ୧୦୦% କ୍ୟାସବ୍ୟାକ ଅଫରର ବୈଧତା ବଢ଼ାଇଛି। ଏହା ପୂର୍ବରୁ ଏହି ଅଫରର ଅନ୍ତିମ ତାରିଖ ୧୫ ମାର୍ଚ୍ଚ ଥିଲା। ବର୍ତ୍ତମାନ ଏହି ଅଫରର ଅନ୍ତିମ ତାରିଖ ୩୧ ମାର୍ଚ୍ଚକୁ ବଢ଼ାଇ ଦିଆଯାଇଛି। ଏହି ଅଫର ଜରିଆରେ ବ୍ୟବହାରକାରୀଙ୍କୁ ୭୦୦ ଟଙ୍କାର କ୍ୟାସବ୍ୟାକ ଫାଇଦା ପ୍ରଦାନ କରାଯାଉଛି।

ଏହି କ୍ୟାସବ୍ୟାକ ଅଫର ଅନ୍ତର୍ଗତ ରିଲାଏନ୍‌ସ ଜିଓ ଗ୍ରାହକଙ୍କୁ ୩୯୮ କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବା ପରେ ୪୦୦ ଟଙ୍କା ଭାଉଚର ଦିଆଯାଉଛି। ଏହାବ୍ୟତୀତ ୩୦୦ ଟଙ୍କାର କ୍ୟାସବ୍ୟାକ ୱଲେଟରେ ଦିଆଯାଉଛି। ରିଚାର୍ଜ କରିବା ପରେ ପ୍ରତି ଭାଉଚରର ଦାମ୍‌ ୫୦ ଟଙ୍କା ରହିଅଛି। ଏହିପରି ଗ୍ରାହକଙ୍କୁ ପ୍ରାୟ ୮ଟି ଭାଉଚର ମିଳୁଛି। ଏହି ଭାଉଚରର ବ୍ୟବହାର ପୁନଃ ରିଚାର୍ଜ କରିବା ସମୟରେ ଗ୍ରାହକ କରିପାରିବେ।

ଏହି ଅଫରରେ ମୋବିକ୍ୱିକ, ପେଟିଏମ,ଆମାଜନ୍‌ ପେ,ଫ୍ରିଚାର୍ଜ ଏବଂ ଫୋନ ପେ ଭଳି ୱଲେଟରେ ମିଳିବ କ୍ୟାସବ୍ୟାକ। ଏହି ସବୁ ୱଲେଟ ମଧ୍ୟରୁ ମୋବିକ୍ୱିକରେ ସର୍ବାଧିକ ୩୦୦ କ୍ୟାସବ୍ୟାକ ମିଳୁଥିବାବେଳେ ପେଟିଏମରେ ୫୦ ଟଙ୍କା କ୍ୟାସବ୍ୟାକ ମିଳୁଛି।

ସମ୍ବନ୍ଧିତ ଖବର