ମତଦାନ କରିବା ପାଇଁ ନ୍ୟୁୟର୍କରୁ ଗୋଆ ଆସିଲେ ଏହି ଯୁବକ

ପାଣାଜୀ : ପ୍ରତି ୫ବର୍ଷକୁ ଥରେ ନିର୍ବାଚନ ହେଉଥିବା ବେଳେ ଲୋକମାନେ ନିଜର ଅଧିକାର ଜାହିର କରିବା ସହ ମତଦାନ କରିଥାନ୍ତି । କିନ୍ତୁ କିଛି ଲୋକ ମତଦାନକୁ ଗୁରୁତ୍ୱ ନ ଦେଇ ଛୁଟି ଥିବାରୁ ବାହାରକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି । କିଛି କିଛି ଲୋକ ସବୁ ସୁବିଧା ଥାଇ ମଧ୍ୟ ମତଦାନ କେନ୍ଦ୍ରରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଥିବାରୁ ଭୋଟ୍‌ ଦେବାକୁ ଯାଆନ୍ତି ନାହିଁ । ଯେଉଁମାନେ ନିଜ ପାଖରେ ମତଦାନ କେନ୍ଦ୍ର ଥାଇ ମଧ୍ୟ ଭୋଟ୍‌ ଦିଅନ୍ତି ନାହିଁ, ସେମାନଙ୍କୁ ନ୍ୟୁୟର୍କରେ ରହୁଥିବା ନବେନ୍ଦୁଙ୍କ କାହାଣୀ ନିଶ୍ଚିତ ମତଦାନ କରିବାର ପ୍ରେରଣା ଦେବ । ନବେନ୍ଦୁ ନ୍ୟୁୟର୍କରେ ରହୁଥିଲେ ମଧ୍ୟ କେବେ ହେଲେ ସେ ଭୋଟ୍‌ ଦେବାକୁ ଭୁଲନ୍ତି ନାହିଁ । ପ୍ରତି ଥର ସେ ଖାସ୍‌ କରି ଭୋଟ୍‌ ଦେବା ପାଇଁ ନ୍ୟୁୟର୍କରୁ ଗୋଆ ଆସିଥାନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ସେ ପ୍ରତି ଥର ଭଳି ନ୍ୟୁୟର୍କରୁ ଗୋଆ ଆସିଥିବା ଜଣାପଡ଼ିଛି ।

Business Today

୧୯୯୯ରେ ନବେନ୍ଦୁ ପ୍ରଥମେ ମତଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ମତଦାନ କରିବା ଭୁଲି ନାହାନ୍ତି । ବେଙ୍ଗାଲୁରୁର ଇନ୍‌ଫୋସିସ୍‌ କମ୍ପାନୀରେ ୧୦ବର୍ଷ ଚାକିରି କରିଥିବା ସମୟରେ ମଧ୍ୟ ଗୋଆ ଆସି ଭୋଟ୍‌ ଦେବାକୁ ଭୁଲୁ ନଥିଲେ ନବେନ୍ଦୁ । ନବେନ୍ଦୁଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କର ଦୁଇଟି କର୍ତ୍ତବ୍ୟ ରହିଥାଏ । ଗୋଟେ ହେଲା ମତଦାନ କରିବା ଏବଂ ଅନ୍ୟଟି ହେଲା ମତଦାନ କରିଥିବା ଲୋକକୁ ପ୍ରଶ୍ନ କରିବା ।

ସମ୍ବନ୍ଧିତ ଖବର