ନୋଟ ଉପରେ କଲମର ଲେଖା ଦାଗ ରହିଛି କି ? ଆସନ୍ତୁ ଜାଣିବା ଏହାକୁ ଲିଭାଇବାର ସହଜ ଉପାୟ

ସରକାରଙ୍କ ତରଫରୁ ବନ୍ଦ କରାଯିବା ପରେ ମଧ୍ୟ ବଜାରରେ ଏପରି ବହୁତ ନୋଟ କାରବାର ହେଉଛି ଯାହ ଉପରେ କଲମରେ ନାମ କିମ୍ବା ନମ୍ବର ଲେଖାଥାଉଛି। ସେହି ନୋଟ ଗୁଡ଼ିକୁ ବ୍ୟାଙ୍କ ଗ୍ରହଣ କରୁ ନଥିବାରୁ ଦୋକାନୀମାନେ ମଧ୍ୟ ଗ୍ରହଣ କରିବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ଯାହା ଫଳରେ ସେହି ଟଙ୍କା ବା ନୋଟ ଗୁଡ଼ିକ ଅଦରକାରୀ ସାବ୍ୟସ୍ତ ହେଉଛି। ଏଣୁ ଆଜି ଆମେ ଆପଣଙ୍କୁ ସହଜରେ ନୋଟ ଉପରୁ କଲମ ଲେଖା ଲିଭାଇବାର ଉପାୟ ବତାଇବାକୁ ଯାଉଛୁ ।
ନୋଟ ଉପରେ କଲମରେ ଲେଖା ହୋଇଥିବା ନାମ କିମ୍ବା ନମ୍ବର ଲିଭାଇବା ପାଇଁ ଆପଣ ଥିନର ବ୍ୟବହାର କରିପାରିବେ । ଥିନର୍‌ ମହିଳାଙ୍କ ନେଲ୍‌ପଲିସ ଲିଭାଇବା ପାଇଁ ସାଧାରଣତଃ ବ୍ୟବହାର କରାଯାଇଥାଏ ।

India Today

ପ୍ରଥମତଃ ଥିନର୍‌କୁ କିଛି ମାତ୍ରାରେ ଏକ ପ୍ଲେଟରେ ବାହାର କରିନ୍ତୁ । ଏହାପରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ କଲମ୍‌ରେ ଲେଖାଥିବା ନୋଟକୁ ବୁଡେଇ ରଖନ୍ତୁ । ଏହି ସମୟରେ ଭୁଲ୍‌ରେ ମଧ୍ୟ ନୋଟ ସହ ଲାଗନ୍ତୁ ନାହିଁ। ନଚେତ ଏହା ଛିଡ଼ିବାର ସମ୍ବାବନା ରହିଛି।
ପରେ ଧିରେ ଧିରେ ଏକ ଚାମଚ ସାହାଯ୍ୟରେ ଲାଗିଥିବା ସାହି ବା କଲମର ଦାଗ ଉପରେ ରଗଡ଼ନ୍ତୁ । ଦେଖିବେ ନୋଟ ଉପରେ ଲେଖା ଦାଗ ଲିଭିଯିବା ସହ ନୋଟ ସଂପୂର୍ଣ୍ଣ ନୂଆ ଭଳି ଦେଖାଯିବ ।ଏହାପରେ ଧିରେ ଧିରେ ନୋଟକୁ ଥିନରରୁ ବାହାର କରିଦିଅନ୍ତୁ।

ସମ୍ବନ୍ଧିତ ଖବର