ନୂଆଦିଲ୍ଲୀ: ଦିଲ୍ଲୀରେ ଭଡ଼ାରେ ରହିବା କେତେ କଷ୍ଟକର, ଅନ୍ୟ ସହରରୁ ଏଠାରେ ରହୁଥିବା ଲୋକମାନେ ଏହାକୁ ଭଲ ଭାବରେ ବୁଝିପାରିବେ। ସର୍ବପ୍ରଥମେ ଘର ସହଜରେ ଉପଲବ୍ଧ ହୁଏ ନାହିଁ। ଯଦି ବି ଆପଣଙ୍କୁ ଘର ମିଳିଗଲା, ରୁମ୍ ପିଛା ଭଡ଼ା ୪-୫ ହଜାରରୁ କମ୍ ନୁହେଁ।

Advertisment

ହେଲେ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ରୁମ୍‌ର ଫଟୋ ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ। କିପରି ଗୋଟାଏ ବେଡ୍‌ ରୁମ୍‌ ଭିତରେ ଏକ ଟ୍ରାନ୍ସପରାଣ୍ଟ୍‌ ବାଥ୍‌ରୁମ୍‌ ବା ଗାଧୁଆ ଘର ରହିଛି ତାହା ଆପଣ ସେ ଫଟୋରେ ଦେଖି ପାରୁଥିବେ।

ସୋସିଆଲ ମିଡିଆରେ ଏହି ରୁମ୍‌ଟିର ଫଟୋ ଖୁବ୍ ଜୋର୍‌‌ରେ ଭାଇରାଲ୍‌ ହୋଇଚାଲିଛି। ରୁମର ଏକ ଫଟୋ ଜଣେ ରେଡ୍ଡିଟ୍ ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା।

କ୍ୟାପସନରେ ଲେଖା ହୋଇଛି ଗ୍ରେଟର କୈଲାସ୍ -୨ (ଜିକେ-୨) ଅଞ୍ଚଳରେ ଏହି ଘର ପାଇଁ ଆପଣ କେତେ ଟଙ୍କା ଭଡା ଦେବେ?  ଗ୍ରେଟର୍‌ କୈଲାସ ହେଉଛି ଦିଲ୍ଲୀର ଅନ୍ୟତମ ପ୍ରମୁଖ ସ୍ଥାନ,‌ ଯେଉଁଠାରେ ଅନେକ ବଡ଼ ବଡ଼ ବଙ୍ଗଳା ରହିଛି। କିନ୍ତୁ ଭାଇରାଲ୍ ଚିତ୍ରରେ ଦେଖାଯାଇଥିବା କୋଠରୀର ଅବସ୍ଥା ଏକ ଭିନ୍ନ କାହାଣୀ କହୁଛି।

ଫଟୋରେ ଦୃଶ୍ୟମାନ ହୋଇଥିବା ‌ଏକ ରୁମ୍‌ରେ ଏକ ବେଡ୍‌ ପଡ଼ିଛି। ଏହା ବ୍ୟତୀତ ଏକ ଟେବୁଲ୍ ଫ୍ୟାନ୍, ଟଏଲେଟ୍ ସିଟ୍ ଏବଂ ଗ୍ଲାସରେ ନିର୍ମିତ ଏକ ଚାରିକୋଣିଆ ବାଥରୁମ୍ ଦୃଶ୍ୟମାନ ହେଉଛି। ରୁମ୍‌ ଭିତରେ ଏକ ଏସି ବି ଅଛି। ଏହି ଫଟୋରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଅନେକ ବ୍ୟବହାରକାରୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।