ଭେଲୋର: କଥାରେ ଅଛି ପଙ୍କରୁ ହିଁ ପଦ୍ମ ଫୁଟେ। ପଦ୍ମ ପାଇଁ ପୂରା ସ୍ବଚ୍ଛ ଜଳର ଆବଶ୍ୟକତା ନାହିଁ। ଯେଉଁଠି ଇଚ୍ଛା ଅଛି ସେଇଠି ଉପାୟ ଅଛି, ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ନିକଟରେ ବିଡ଼ି କମ୍ପାନିରୁ ଉଦ୍ଧାର ହୋଇଥିବା ୧୯ ବର୍ଷୀୟା ଝିିଅ ଏସ୍ ଧରଣୀ।
ଦ୍ବାଦଶ ପରୀକ୍ଷାରେ ୩୭୮ ନମ୍ବର ରଖି ସମସ୍ତଙ୍କୁ ଖୁସି କରାଇଥିବା ଧରଣୀଙ୍କ ପିଲା ଦିନ ଆଦୌ ବି ଉତ୍ସାହଜନକ ନଥିଲା। ସେ କିପରି ଭାବେ କଷ୍ଟ ସହି ସହି ବଡ଼ ହୋଇଛନ୍ତି ତାହାକୁ ମନେ ପକାଇ ଧରଣୀ କହନ୍ତି କି ତାଙ୍କୁ ପାଠ ପଢ଼ିବାକୁ ସେପରି ଭଲ ସୁଯୋଗ ମିଳି ନ ଥିଲା।
/sambad/media/post_attachments/wp-content/uploads/2020/07/girl1-296x300.jpg)
ଧରଣୀଙ୍କ ଜନ୍ମ ମେଲାକୁଲମପୁଦୁର ଗ୍ରାମରେ ହୋଇଥିଲା। ତାଙ୍କ ପରିବାର ଲୋକେ ବୁଣାବୁଣି କାମ କରି ଜୀବିକା ଅର୍ଜନ କରନ୍ତି। ଆଠ ବର୍ଷ ବୟସରେ ଧରଣୀ ମଧ୍ୟ ସେହି ବ୍ୟବସାୟରେ ସାମିଲ୍ ହୋଇ ପାଠ ପଢ଼ିବାର ସ୍ପପ୍ନ ଟିକକ ହରାଇବାକୁ ବାଧ୍ୟ ହୋଇଥିଲେ।
କିଛି ଦିନ ଧରି ସେ ଶିଶୁ ଶ୍ରମିକ ଭାବେ କାମ କରିବା ପରେ ତାଙ୍କ ଜୀବନରେ ଏକ ଝାପ୍ସା ଆଲୋକ ଦିଶିଲା। ନେସ୍ନାଲ୍ ଚାଇଲ୍ଡ ଲେବର୍ ପ୍ରୋଜେକ୍ଟର(ଏନ୍ସିଏଲ୍ପି) ସ୍ବେଚ୍ଛାସେବୀ ପହଞ୍ଚି ଧରଣୀଙ୍କୁ ସେଠାରୁ ଉଦ୍ଧାର କରି ନେଇଥିଲେ। ପରେ ତାଙ୍କୁ ଏକ ସ୍ବତନ୍ତ୍ର ସ୍କୁଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୁଣି ଆରମ୍ଭ ହେଲା ଡୋରିବନ୍ଧା ଯାଇଥିବା ପାଠପଢ଼ା। ସେ ୩୭୮ ନମ୍ବର ରଖି ଦ୍ବାଦଶ ଶ୍ରେଣୀ ପାସ୍ କରିଛନ୍ତି।
ସେ କହନ୍ତି କି, ‘ପୁଣି ଥରେ ସ୍କୁଲ୍ରେ ମୋର ନାମ ଲେଖା ହେବ ବୋଲି ମୁଁ ଜାଣିନଥିଲି। ଉଦ୍ଧାର ହେବା ପରେ ବି ମୋ ଜୀବନ ସେତେଟା ସହଜ ହୋଇନଥିଲା। ଯାହାବି ହେଉ ସବୁ କିଛି ପରେ ମୁଁ ମୋ ସ୍କୁଲ୍ ଜୀବନ କାଟିବାରେ ସମର୍ଥ ହେଲି।’ ଏବେ ଧରଣୀ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାର ଇଚ୍ଛା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Girl24_Thumb.jpg)