ନୂଆଦିଲ୍ଲୀ : ଯଦି ଆପଣ ଅଧିକ ପରିମାଣରେ ମଦ ପିଉଛନ୍ତି ତେବେ ସାବଧାନ୍‌ ହୋଇଯାଆନ୍ତୁ । ଅଧିକ ମଦ ପିଇବା ଦ୍ୱାରା ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ହେବାର ଆଶଙ୍କା ରହିଛି । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ଏହି କଥା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ମଦ ପିଇବା ଦ୍ୱାରା ଡ଼େମେନ୍‌ସିଆ ସମସ୍ୟା ଦେଖା ଯାଇଥାଏ । ଶରୀରରେ ଏହି ସମସ୍ୟା ଦେଖାଗଲେ ମଣିଷ ଧିରେ ଧିରେ ସବୁ କିଛି ଭୁଲିବାକୁ ଲାଗିବା ସହ ଭାବିବାର କ୍ଷମତା କମ ହୋଇ ଯାଇଥାଏ । ପୂର୍ବରୁ ମଦ ପିଇବାର ଅନେକ ସମସ୍ୟା ବିଷୟରେ କୁହାଯାଇଥିବା ବେଳେ ଏବେ ଡ଼େମେନ୍‌ସିଆ ସମସ୍ୟାକୁ ଖୋଜି ବାହାର କରିଛନ୍ତି ବିଶେଷଜ୍ଞ ।

Advertisment

publive-image oneindia.com

ଗବେଷଣାରେ ୯ହଜାର ଲୋକଙ୍କୁ ନେଇ ରିସର୍ଚ କରାଯାଇଥିବା ବେଳେ ୩୫-୫୫ବର୍ଷିୟ ଲୋକମାନଙ୍କ ମଧ୍ୟରେ ଡ଼େମେନ୍‌ସିଆ ସମସ୍ୟା ଦେଖିବାକୁ ମିଳିଥିଲା । ମଦ ପିଉଥିବା ଲୋକମାନଙ୍କ ଉପରେ ୨୩ବର୍ଷ ପର୍ଯ୍ୟନ୍ତ ରିସର୍ଚ କରାଯିବା ପରେ ଯେଉଁମାନେ ଅଧିକ ମାତ୍ରରେ ସେବନ କରୁଥିଲେ ସେମାନଙ୍କ ମଧ୍ୟରେ ଡ଼େମେନ୍‌ସିଆ ସମସ୍ୟା ଦେଖାଯାଇଥିଲା। ଏହି ସମସ୍ୟା ଦେଖାଯିବା ପରେ ଲୋକମାନେ ସବୁ ଭୁଲିବାକୁ ଲାଗିବା ସହ କୌଣସି ଜିନିଷ ବିଷୟରେ ଭାବି ପାରି ନଥିଲେ ।