ଇଣ୍ଟର୍‌ନେଟ୍‌ରେ ଘୂରିଲା ଅଜବ ଭିଡିଓ: ‘କିଚେନ୍‌ ସିଙ୍କ୍‌’କୁ ‘ବାଥ୍‌ ଟବ୍‌’ ପରି ବ୍ୟବହାର କରି ଭାଇରାଲ୍‌ ହେଲେ ଯୁବକ

ୱାଶିଂଟନ: ପୂର୍ବରୁ ଇଣ୍ଟର୍‌ନେଟ୍‌ରେ ଅନେକ ଅଜବ ଭିଡିଓ ସବୁ ଦେଖିବାକୁ ମିଳିଛି। ନିକଟରେ ମଧ୍ୟ ସେହିପରି ଏକ ମଜାଦାର୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିିଳିଛି ଯେ ଜଣେ ଯୁବକ ରୋଷେଇ ଘରେ ଥିବା ଏକ ‘ସିଙ୍କ୍‌’କୁ ବାଥ୍‌ଟବ୍‌ ପରି ବ୍ୟବହାର କରି ସେଥିରେ ଗାଧଉଛନ୍ତି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାହାକୁ ବହୁ ଲୋକପ୍ରିୟତା ମିଳି ସାରିଲାଣି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ଆମେରିକାର ମିଚିଗାନ୍‌ସ୍ଥିତ ୱେନ୍‌ଡି ରେଷ୍ଟୁରାଣ୍ଟ୍‌ରେ କାମ କରନ୍ତି। ଭିଡିଓଟିକୁ ଫେସ୍‌ବୁକ୍‌ରେ କନର୍‌ ସମ୍‌ଫିଲ୍ଡ ନାମକ ଜଣେ ବ୍ୟକ୍ତି ସେୟାର୍‌ କରିଛନ୍ତି। ଭିିଡିଓରେ କ୍ୟାପ୍‌ସନ୍‌ ଦିଆଯାଇଛି, ‘ମୁଁ ଏବେ ସସମସ୍ତଙ୍କୁ କହିବାକୁ ଯାଉଛି ଯେ ଏହି ଭିଡିଓ ଦ୍ବାରା ଅନୁପ୍ରାଣିତ ହୁଅନ୍ତୁ ନାହିଁ’।

ଭିଡିଓଟି ପ୍ରଥମେ ଟିକ୍‌ଟକ୍‌ରେ ପୋଷ୍ଟ୍‌ ହେବା ପରେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଫେସ୍‌ବୁକ୍‌ରେ ସେୟାର୍‌ ହୋଇଛି, ଯାହାକି ଖୁବ୍ ସହଜରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଜଣେ ଯୁବକ ରେଷ୍ଟୁରାଣ୍ଟ୍‌ର ‘କିଚେନ୍‌ ସିଙ୍କ୍‌’ରେ ଗାଧୋଉଥିବାର ଦେଖିବାକୁ ମିଳିଛି। ଅନ୍ୟ ଜଣେ ସେଠାରେ ରେଷ୍ଟୁରାଣ୍ଟ୍‌ର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ଜଣକ ‘ସିଙ୍କ୍‌’ ଭିତରୁ କିଛି ଗୋଟାଏ ଫୋପାଡ଼ି ନିଜକୁ ସଫା କରିଦିଅ ବୋଲି କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର