ଚାରି ବର୍ଷ ତଳେ ଭାରତରେ ଉନ୍ମୋଚିତ ହୋଇଥିବା ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ର ଆକର୍ଷଣକୁ କେନ୍ଦ୍ରରେ ରଖି ଗୁଜରାଟର ଜଣେ ବ୍ୟବସାୟୀ ସୁରଟରେ ଏକ ରେସ୍ତୋରାଁ ଖୋଲିଛନ୍ତି। ଉକ୍ତ ରେସ୍ତୋରାଁରେ ବନ୍ଦେ ଭାରତ ଟ୍ରେନ୍‌ର ଏକ ପ୍ରତିକୃତି ପ୍ରସ୍ତୁତ କରାଯାଇଛି ଯାହା ଭିତରେ ବସି ଗ୍ରାହକମାନେ ଖାଇବାର ମଜା ନେଉଛନ୍ତି। ଖାଇବା ବେଳେ ଟ୍ରେନ୍‌ରେ ବସିଥିବାର ଅଭିଜ୍ଞତା ପ୍ରଦାନ ପାଇଁ ଏହାକୁ ଅବିକଳ ବନ୍ଦେ ଭାରତ ଶୈଳୀରେ ସଜାଯାଇଛି।

Advertisment

ପେଟପୂଜାର ନୂଆ ଅଭିଜ୍ଞତା ଖୋଜୁଥିବା ଖାଦ୍ୟପ୍ରେମୀଙ୍କୁ ଏହା ଏବେ ଖୁବ୍ ଆକର୍ଷିତ କରୁଛି। ଏହି ରେସ୍ତୋରାଁରେ ଦୁଇ ପ୍ରକାର ସୁପ୍, ସାତ ପ୍ରକାର ଚାଟ୍, ଦଶ ପ୍ରକାର ସାଲାଡ୍‌, ଦୁଇ ପ୍ରକାର ଗାର୍ଲିକ୍ ବ୍ରେଡ୍, ତିନି ପ୍ରକାର ପିଜ୍ଜା ସମେତ ଭାରତ ତଥା ପୃଥିବୀର ନାନା ଲୋକପ୍ରିୟ ବ୍ୟଞ୍ଜନ ପରଷାଯାଉଛି। ଏଠାରେ ମଧ୍ୟାହ୍ନ ଭୋଜନର ମୂଲ୍ୟ ୨୬୯ଟଙ୍କା ହୋଇଥିବା ବେଳେ ରାତ୍ରିଭୋଜନ ପାଇଁ ୨୮୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।