ରେସ୍ତୋରାଁ ସେୟାର କଲା ୧୯୮୫ମସିହାର ଖାଦ୍ୟ ବିଲ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ରେସ୍ତୋରାଁରୁ ଖାଦ୍ୟ ମଗାଇ ଖାଇବାକୁ ପସନ୍ଦ କରିଥାଆନ୍ତି। ଦିନକୁ ଦିନ ରେସ୍ତୋରାଁରେ ଖାଦ୍ୟ ମୂଲ୍ୟ ବି ବୃଦ୍ଧି ପାଇବାରେ ଲାଗିଛି। ମହଙ୍ଗା ଯୁଗରେ ନିକଟରେ ଏକ ରେସ୍ତୋରାଁ ୩୭ବର୍ଷ ପୂର୍ବର ଅର୍ଥାତ ୧୯୮୫ମସିହାର ଏକ  ଖାଦ୍ୟ ବିଲ ସେୟାର କରିଛି। ଏହି ବିଲ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବାସ୍ତବରେ ୨୦୧୩ ଅଗଷ୍ଟ ୧୨ରେ ସେୟାର କରାଯାଇଥିବା ଏହି ପୋଷ୍ଟ ଏବେ ପୁଣି ଭାଇରାଲ ହୋଇଯାଇଛି। ଦିଲ୍ଲୀର ଲାଜପତ ନଗର ଅଞ୍ଚଳସ୍ଥିତ ଲଜିଜ ରେସ୍ତୋରାଁ ଓ ହୋଟେଲ ୧୯୮୫ ମସିହା ଡିସେମ୍ବର ୨୦ର ଏକ ବିଲ ସେୟାର କରିଛି।

ଏହି ବିଲରେ ଗ୍ରାହକ ସାହି ପନୀର, ଡାଲ ମଖନି, ରାୟତା ଓ କିଛି ରୁଟିର ପ୍ଲେଟ ଅର୍ଡର କରିଥିଲେ। ଏଥିରେ  ପ୍ରଥମ ଦୁଇଟି ବ୍ୟଞ୍ଜନ ପାଇଁ ୮ଟଙ୍କା ଓ ରାୟତା ପାଇଁ ୫ଟଙ୍କା ଓ ରୁଟି ପ୍ଲେଟ ପାଇଁ ୬ଟଙ୍କା ମୂଲ୍ୟ ରହିଛି। ଅର୍ଥାତ ପୂରା ରାଶି ୨୬ଟଙ୍କା ରହିଛି। ଆଜି ସମୟରେ ଏହି ମୂଲ୍ୟ ଏକ ଚିପ୍ସ ପ୍ୟାକେଟ ସହିତ ସମାନ ରହିଛି।

ରୋସ୍ତୋରାଁର ପୁରୁଣା ବିଲ ସେୟାର ହେବା ପରେ ଏହାକୁ ୧,୮୦୦ରୁ ଅଧିକ ଲାଇକ ଓ ୫୮୭ଥର ସେୟାର କରାଯାଇଛି। ଏହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ପୁରୁଣା କଲେକସନ ରଖିବାକୁ ଆପଣଙ୍କୁ ନମସ୍କାର। ପୁରୁଣା ଦିନକୁ ମନେ ପକେଇ ଜଣେ ଇଣ୍ଟରନେଟ ବ୍ୟବହାରକାରୀ ଲେଖିଛନ୍ତି, ‘ଆହା! ସେଦିନ କି ଦିନ ଥିଲା।

ସମ୍ବନ୍ଧିତ ଖବର