ରାୟପୁର: ଚର୍ଚ୍ଚାରେ ଛତିଶଗଡ଼ର ଶିକ୍ଷକ ପୁଷରାମ ସିହ୍ନା | ନିଜ ଚାକିରିରୁ ଅବସର ନେଇ ସାରିଥିଲେ ମଧ୍ୟ ଅନ୍ୟକୁ ଶିକ୍ଷା ଦେବା କାମ ସେ ଛାଡ଼ିନାହାନ୍ତି | ଆଜି ସେ ନିଜ କାମ ଦ୍ୱାରା ଲୋକଙ୍କୁ ବହୁତ କିଛି ଶିଖାଇଛନ୍ତି | ବ୍ୟାଙ୍କରେ ଜମା ଥିବା ପେନସନ ଟଙ୍କାକୁ ନିଜ ପରିବାର ପାଇଁ ସଞ୍ଚୟ କରିବା ବଦଳରେ ସେ କରୋନା ରୋଗୀଙ୍କ ଚିକିତ୍ସାରେ ଲଗାଇଛନ୍ତି |
ନିଜ ପେନସନ ଟଙ୍କାରେ ସେ ଭେଣ୍ଟିଲେଟର କିଣି ସରକାରୀ ଡାକ୍ତରଖାନାକୁ ଦେବା ସହ ଚିକିତ୍ସାରେ ବ୍ୟବହାର ହେଉଥିବା ଅନ୍ୟ ଜରୁରୀ ଜିନିଷ ମଧ୍ୟ ସେ ଦାନ କରିଥିବା ଜଣାପଡିଛି | ଏସବୁ ଜିନିଷ କିଣିବା ପାଇଁ ସେ ନିଜ ଆକାଉଣ୍ଟରୁ ୩.୫ଲକ୍ଷ ଟଙ୍କା ଉଠାଇଥିବା ସାମ୍ନାକୁ ଆସିଛି |
ସେ କହିଛନ୍ତି ଯେ, ମୁଁ ମୋ ଜୀବନ ବଞ୍ଚିସାରିଛି, ବର୍ତ୍ତମାନ ବ୍ୟାଙ୍କରେ ପଡିଥିବା ପେନସନ ଟଙ୍କା ନେଇ ମୁଁ କ’ଣ କରିବି? ଏହାଠାରୁ ପେନସନର ଉତ୍ତମ ବ୍ୟବହାର ହୋଇପାରିବ ନାହିଁ | ଯଦି ମୋର ସଞ୍ଚୟ କରିଥିବା ଟଙ୍କା କାହାର ଜୀବନ ବଞ୍ଚାଇପାରୁଛି, ତେବେ ଏହାଠାରୁ ବଡ଼ କଥା ଆଉ କଣ ହୋଇପାରେ | ତେଣୁ, ମୁଁ ଏକ ଭେଣ୍ଟିଲେଟର କିଣିବାକୁ ସ୍ଥିର କଲି |