ନୂଆଦିଲ୍ଲୀ:ସମୟସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଲାଗିଥାଏ ବୟସ ହେଉଛି ଏକ ସଂଖ୍ୟା ମାହତ୍ର। ଏଭଳି ଘଟଣାର ଉଦାହରଣ ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

Advertisment

ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ବୟସ ୭୯ ବର୍ଷ ନାମ ତାଙ୍କ କମଳାକର ପୋଟଦାର।  କମଳାକର ଅଦରକାରୀ ସାମଗ୍ରୀକୁ ସାଉଁଟି ଆଣି ଏଭଳି ସୁନ୍ଦରସୁନ୍ଦର ଖେଲଣା ପ୍ରସ୍ତୁତ କରୁଛନ୍ତି ଯାହାକୁ ପିଲା ଠାରୁ ବୟସ୍କ ସମସ୍ତେ ପସନ୍ଦ କରୁଛନ୍ତି।। 

କମଳାକରଙ୍କୁ ଲୋକେ ସ୍ନେହରେ ପୋଟଦାର କାକା, ଅଜା ଓ ଜେଜେବାପା ବୋଲି ଡାକିଥାଆନ୍ତି।ପୋଟଦାର କାକା ଯେଉଁଠି ଛୋଟ ପିଲା ଦେଖନ୍ତି ସେମାନଙ୍କୁ ନିଜ ହାତରେ ତିଆରି କରିଥିବା ଖେଲଣାକୁ ଉପହାର ବା ସ୍ନେହର ପ୍ରତୀକ ଭାବେ ପ୍ରଦାନ କରିଥାଆନ୍ତି। ପିଲାମାନେ ବି ବୃଦ୍ଧଙ୍କ ହାତ ତିଆରି ନିଆରା ଖେଲଣାକୁ ପାଇ ଖୁବ ଖୁସି ହୋଇଯାଇଥାଆନ୍ତି।

ପୁନେର ପୋଟଦାରଙ୍କ ଭିତରେ ପିଲାଦିନରୁ ଏଭଳି ସୃଜନଶୀଳ ପ୍ରତିଭା ଲୁଚି ରହିଥିଲା। ଚାକିରିରୁ ଅବସର ନେବାପରେ ସେ ବସି ରହିବାକୁ ପସନ୍ଦ କରିଲେ ନାହିଁ।ପିଲାଦିନର ପ୍ରତିଭାକୁ ଅଦରାକାରୀ ସାମଗ୍ରୀରେ ଫୁଟାଇବା ଆରମ୍ଭ କରି ଦେଇଥିଲେ। ତାଙ୍କର ଏହି ଖେଲଣାକୁ ଦେଖି ପିଲାମାବନେ ଖୁବ ଖୁସି ହୋଇଯାଇଥାଆନ୍ତି। କାରଣ ବଜାରରେ ପୋଟଦାର ଜେଜେବାପାଙ୍କ ହାତତିଆରି ପରି ଖେଲଣା ମିଳି ନଥାଏ।