ନୂଆଦିଲ୍ଲୀ: କୁକୁରମାନେ ମଣିଷର ଅନେକ ଉପକାରରେ ଆସିଥାଆନ୍ତି। କୁକୁର ତାର ମାଲିକ ଓ କାମ ପ୍ରତି ସର୍ବଦା ସଜାଗ ଥାଏ। ନିକଟରେ ଭାରତୀୟ ସେନାରୁ ଏକ କୁକୁର ଅବସର ନେଇଛି। ଅବସର ନେବା ପରେ ସେ ନିଜ ଘରକୁ ଫେରି ଆସିଛି।
ସେନାର ଉକ୍ତ କୁକୁର ଅବସର ନେବା ପରେ ଟ୍ରେନର ଏସି ଫାଷ୍ଟ କୋଚରେ ଯାତ୍ରା କରି ଷ୍ଟେସନରେ ପହଞ୍ଚିଥିଲା। ବେକରେ ଫୁଲମାଳ ପକାଇ ବସିଥିବା ବେଳେ ଲୋକେ ତାର ଫଟୋ ଉଠାଇ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।
Army Tracker Dog Meru from the 22 Army Dog Unit boarded a train to Meerut on retirement. He will spend the rest of his days at the Dogs Retirement Home at the Remount and Veterinary Corps (RVC) Center.
He is travelling AC first class. The Ministry of Defence recently permitted… pic.twitter.com/wy4mcXdDyA— Ashok Bijalwan अशोक बिजल्वाण 🇮🇳 (@AshTheWiz) May 18, 2024
କୁକୁର ମେରୁ ଟ୍ରେନର ଫାଷ୍ଟ ଏସି କୋଚରେ ଯାତ୍ରା କରିବାର ଭିଡିଓ ପୋଷ୍ଟର କ୍ୟାପସନରେ ଲେଖା ହୋଇଛି, ‘୨୨ ଆର୍ମି ଡଗ ୟୁନିଟିରୁ ଆର୍ମି ଟ୍ରେକର ଡଗ ମେରୁ ଅବସର ନେବା ପରେ ମେରଠ ଅଭିମୁଖେ ଯାତ୍ରା ପାଇଁ ଟ୍ରେନରେ ଚଢ଼ିଛି। ଅବସର ପରେ ମେରୁ ରିମାଉଣ୍ଟ ଆଣ୍ଡ ଭେଟରନରି କାର୍ପସ (ଆରବିସି) କେନ୍ଦ୍ରର ଡଗ୍ସ ରିଟାୟରମେଣ୍ଟ ହୋମରେ ବିତାଇବ। ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ସର୍ଭିସ ଡଗକୁ ତାର ପରିଚାଳକଙ୍କ ସହିତ ଏସି ଫାଷ୍ଟ କ୍ଲାସରେ ଯିବାକୁ ଅନୁମତି ଦେଇ ଦେଇଥିଲେ। ଏହାପରେ ମେରୁ ଟ୍ରେନରେ ଯାତ୍ରା କରିଥିଲା।