ମ୍ୟାଗିର ୧୦ଟି ଖାଲି ପ୍ୟାକେଟ ଫେରାଇଲେ ମିଳିବ ଗୋଟିଏ ମ୍ୟାଗି ପ୍ୟାକେଟ ଫ୍ରି !

ପଲିଥିନ ନଷ୍ଟକୁ ରୋକିବାକୁ ନେସଲେ କମ୍ପାନି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ମ୍ୟାଗି ପ୍ରସ୍ତୁତ କରୁଥିବା ନେସେଲେ କମ୍ପାନି ଏନେଇ ‘ମ୍ୟାଗି ରେପର୍ସ ରିଟର୍ଣ୍ଣ’ ଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ଏହି ଅଫର ଆରମ୍ଭ କରାଯାଇଛି । ଏବେ ଏହି ଯୋଜନାରେ ୨୫୦ ରିଟେଲରଙ୍କ ସହିତ କାମ କରୁଛି କମ୍ପାନି। ଯେଉଁଥିରେ ମାଗଣାରେ ମ୍ୟାଗି ପାଇପାରିବେ ଖାଉଟି । କିନ୍ତୁ ଏଥିପାଇଁ ଖାଉଟିଙ୍କୁ ଛୋଟିଆ କାମ କରିବାକୁ ପଡିବ ।

ସାଧାରଣ ଲୋକ ମାନେ ବଜାରରୁ ମ୍ୟାଗି କିଣିବା ପରେ ଏହାକୁ ପ୍ରସ୍ତୁତ କରି ଏହାର ଖୋଳ ବା ଜରି ଡଷ୍ଟବିନରେ ଫୋପାଡି ଦିଅନ୍ତି । କିନ୍ତୁ ଏବେ ଏହାକୁ ନ ଫୋପାଡି ଯଦି ଜମା କରି ରଖିବେ ତେବେ ମାଗଣାରେ ମ୍ୟାଗି ପାଇପାରିବେ । ନେସେଲେ କମ୍ପାନି ପକ୍ଷରୁ ଆରମ୍ଭ ହୋଇଥିବା ଅଫର ଅନୁଯାୟୀ, ଯେଉଁ ଗ୍ରାହକ ମାନେ ମ୍ୟାଗିର ୧୦ ଜରି ଖୋଳ ବା ରେପର୍ସ ଦେବେ ସେମାନଙ୍କୁ ଗୋଟିଏ ପ୍ୟାକେଟ ମ୍ୟାଗି ସମ୍ପୂର୍ଣ୍ଣ ଭାବେ ଫ୍ରିରେ ମିଳିବ । କମ୍ପାନ ଏବେ ଡେହରାଡୁନ ଓ ମସୁରୀରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହି ଅଫରକୁ ଆରମ୍ଭ କରିଛନ୍ତି ।

ନେସେଲେ କମ୍ପାନିର କହିବା ଅନୁଯାୟୀ, ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ଏହି ଅଫର ଆରମ୍ଭ କରାଯାଇଛି । ଏବେ ଏହି ଯୋଜନାରେ ୨୫୦ ରିଟେଲରଙ୍କ ସହିତ କାମ କରୁଛି କମ୍ପାନି । ଏହି ଅଫରର ଆରମ୍ଭ କରିବାର ମୁଳ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ମନରେ ପ୍ଲାଷ୍ଟିକ ନଷ୍ଟ କରିବାକୁ ନେଇ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ମେ ମାସରେ ଗତି ଫାଉଣ୍ଡେସନ ନାମକ ଏକ ସଂସ୍ଥା ଏକ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ମ୍ୟାଗି, ଫ୍ରୁଟି ଓ ପେପ୍ସେିକୋର ଚିପ୍ସ ଭଳି ବଡ ବଡ କମ୍ପାନିର ସାମଗ୍ରୀ ଯୋଗୁଁ ଅଧିକ ପ୍ଲାଷ୍ଟିକ ନଷ୍ଟ ହେବା ସହ ପ୍ରଦୂଷଣ ହେଉଛି ।

ସମ୍ବନ୍ଧିତ ଖବର