ବ୍ୟବହାର ହେଉ ନ ଥିବା ସ୍ମାର୍ଟ୍‌ଫୋନ୍‌କୁ ପୁଣି କାମରେ ଲଗାନ୍ତୁ ଏମିତି

0

ପ୍ରତିବର୍ଷ ସ୍ମାର୍ଟ୍‌ଫୋନ୍‌ ତିଆରି କରୁଥିବା କମ୍ପାନିମାନେ ନୂଆ ନୂଆ ଫୋନ୍‌ ବଜାରକୁ ଛାଡୁଛନ୍ତି। ସମସ୍ତଙ୍କର ଧାରଣା କୌଣସି ସ୍ମାଟ୍‌ର୍ଫୋନ୍‌ ୨ ରୁ ୩ ବର୍ଷ ବ୍ୟବହାର କରିଲେ ଯଥେଷ୍ଟ। ପୁଣି ପ୍ରତିବର୍ଷ ନୂଆ ଫୋନ୍‌ ଆସୁଥିବାରୁ ବହୁ ଲୋକ ନୂଆ ଫୋନ୍‌ ବ୍ୟବହାର କରିବା ପାଇଁ ଚାହାଁନ୍ତି। କେବଳ ନୂଆ ଦେଖାଯିବା ପାଇଁ ପ୍ରତିବର୍ଷ ଲୋକେ ନୂଆ ସ୍ମାଟ୍‌ର୍ଫୋନ୍‌ କିଣୁଛନ୍ତି ଓ ପୁରୁଣା ଫୋନ୍‌କୁ ୟୁଜ୍‌ଲେସ୍‌ ବିଚାରି ଘରେ ପକାଇ ଦେଉଛନ୍ତି। କିନ୍ତୁ ସେହି ଫୋନ୍‌ଗୁଡ଼ିକର ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରିବା ପାଇଁ ବହୁ ଉପାୟ ରହିଛି। ଜାଣନ୍ତୁ ସେଥିରୁ କ’ଣ କ’ଣ ବ୍ୟବହାର କରିପାରିବେ।

ସର୍ଭିଲାନ୍‌ସ ଡିଭାଇସ୍‌: ଆଜିକାଲି ସ୍ମାର୍ଟ୍‌ଫୋନ୍‌ରେ ବହୁତ ଭଲ କ୍ୟାମେରେ ରହୁଛି। ଏମିତିରେ ଆପଣ ନିଜ ଘର, ଅଫିସ୍‌ ଆଦିରେ ଏହାକୁ ସର୍ଭିଲାନ୍‌ସ କ୍ୟାମେରା ଭାବରେ ବ୍ୟବହାର କରିପାରିବେ। ଏଥିପାଇଁ କେବଳ ‘େଓ୍ଵବ୍‌କେମ୍‌’ ବା ‘ଟିନିକେମ୍‌ ମନିଟର୍‌’ ଭଳି ଆପ୍‌ ଇନ୍‌ଷ୍ଟଲ୍‌ କରିବା ପାଇଁ ପଡ଼ିବ।
ଇନ୍‌-କାର୍‌ ଜିପିଏସ୍‌: ଆଜିକାଲି ନୂଆ ସହର ବା ଟ୍ରାଫିକ୍‌ ପାଇଁ ଜିପିଏସ୍‌ ବହୁତ ଭଲ କାମରେ ଆସୁଛି। ଏମିତିରେ ଆପଣ ନିଜ ପୁରୁଣା ସ୍ମାଟ୍‌ର୍ଫୋନ୍‌ରେ ମ୍ୟାପିଙ୍ଗ୍‌ ଯେମିତିକି ‘ଗୁଗଲ୍‌ ମ୍ୟାପ୍ସ୍‌’,‘ ହିଅର୍‌ ଓ୍ଵି-ଗେ’ା ବା ‘ୟୁ ଆର୍‌ ଗୁଡ୍‌ ଟୁ ଗୋ’ ଆଦି ଆପ୍‌ ଇନ୍‌ଷ୍ଟଲ୍‌ କରି ଜିପିଏସ୍‌ ବ୍ୟବହାର କରିପାରିବେ।
ଡିଜିଟାଲ୍‌ ଫଟୋ ଫ୍ରେମ୍‌: ଆଜିକାଲି ଲୋକେ ନିଜ ପରିବାର, ସାଙ୍ଗସାଥୀ ବା ପ୍ରେମିକାର ଫଟୋ ତାଙ୍କ ଅଫିସ୍‌ ଡେକ୍ସ୍‍ ବା ବେଡ୍‌ସାଇଡ୍‌ରେ ରଖୁଛନ୍ତି। ଏହାକୁ ଟିକିଏ ଭିନ୍ନ ଭାବରେ ନ ରଖିବେ କାହିଁକି? ସେଥିପାଇଁ ରହିଛି କିଛି ଆପ୍‌ ଯେମିତିକି ଡିଜିଟାଲ୍‌ ଫଟୋ ଫ୍ରେମ୍‌ ଓ ଅନ୍ୟାନ୍ୟ। ଏହାକୁ ସ୍ମାଟ୍‌ର୍ଫୋନ୍‌ରେ ଇନ୍‌ଷ୍ଟଲ୍‌ କରିଲା ପରେ ଏହା ଫଟୋ ଫ୍ରେମ୍‌ ଭଳିଆ ଦେଖାଯିବ ଓ ସ୍ଲାଇଡ୍‌ ସୋ’ ସହ ଆହୁରି ଅନେକ ଆନିମେସନ୍‌ ଇଫେକ୍ଟ୍‌ସ, ବ୍ୟାକ୍‌ଗ୍ରାଉଣ୍ଡ୍‌ ସାଉଣ୍ଡ୍‌ ସହିତ ଫଟୋକୁ ଦେଖିପାରିବେ।
ମିଡିଆ ସର୍ଭର୍‌: ଯଦି ଆପଣ କୌଣସି ମଲ୍‌ଟିମିଡିଆ କଣ୍ଟେଣ୍ଟ୍‌ ଯେମିତିକି ଭିଡିଓ ବା ମ୍ୟୁଜିକ୍‌ ଅନ୍ୟ ଡିଭାଇସ୍‌କୁ ଷ୍ଟ୍ରିମ୍‌ କରିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ମିଡିଆ ସର୍ଭର୍‌ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ କିଛି ଆପ୍‌ ରହିଛି – ପ୍ଲେକ୍ସ୍‌, ବବଲ୍‌-ୟୁ-ପିଏନ୍‌ପି ଆଦି। ଏହାକୁ ବ୍ୟବହାର କରି ଅତି ସହଜରେ ସେ କାମ କରିପାରିବେ। ଏହା DLNA କମ୍ପାଟେବଲ୍‌ ଡିଭାଇସ୍‌ରେ ମଧ୍ୟ କାମ କରିବ।
ୟୁନିଭର୍ସଲ୍‌ ରିମୋଟ୍‌ କଣ୍ଟ୍ରୋଲ୍‌: ଆଜିକାଲି ସମସ୍ତ ଇଲେକ୍ଟ୍ରୋନିକ୍ସ୍‍ ଜିନିଷରେ ରିମୋଟ୍‌ କଣ୍ଟ୍ରୋଲ୍‌ ଆସୁଛି। ବିଶେଷ କରି ଟିଭି ଓ ଏୟାର୍‌-କଣ୍ଡିସନର୍‌ ଆଦି ପାଇଁ ଆପଣ ପୁରୁଣା ସ୍ମାଟ୍‌ର୍ଫୋନ୍‌ରେ ଇଜି ୟୁନିଭର୍ସଲ୍‌ ଟିଭି ରିମୋଟ୍‌ ଆପ୍‌ ଇନ୍‌ଷ୍ଟଲ୍‌ କରି ରିମୋଟ୍‌ ଆକାରରେ ବ୍ୟବହାର କରିପାରିବେ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.