ଗଣ୍ଡାକୁ ବିଶ୍ରାମ କରୁଥିବା ଦେଖି ସୁରକ୍ଷାକର୍ମୀ ରାସ୍ତାରେ ଗାଡ଼ି ଅଟକାଇ ଚାଳକମାନଙ୍କୁ କହିଲେ, ‘ବିଚଳିତ କର ନାହିଁ ଧୀରେ ଧୀରେ ଯାଅ’’

ନୂଆଦିଲ୍ଲୀ: ମୌସୁମୀ ସକ୍ରିୟ ହେବାରୁ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଆସାମ ସମେତ କିଛି ପୂର୍ବୋତ୍ତର ଅଞ୍ଚଳରେ ମଧ୍ୟ ବନ୍ୟା ହେତୁ ମନୁଷ୍ୟ, ପଶୁପକ୍ଷୀ ହନ୍ତସନ୍ତ ହୋଇ ପଡ଼ିଛନ୍ତି।

ଗତଶନିବାର ସୋସିଆଲ ମିଡିଆରେ ଜାତୀୟରାଜପଥ ୩୭ରେ ଗଣ୍ଡା ଶୋଇ ଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗଣ୍ଡା ବନ୍ୟାରୁ ବର୍ତ୍ତିବା ପାଇଁ ଉଚ୍ଚସ୍ଥାନକୁ ଯିବାକୁ ଉଦ୍ୟମ କରୁଛି । ଏହି ସମୟରେ ଆଉ ଚାଲି ନପାରି ଗଣ୍ଡା ଥକି ପଡ଼ି ରାସ୍ତାରେ ମୁଣ୍ଡ ରଖି ବିଶ୍ରାମ ନେଉଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓକୁ କାଜିରଙ୍ଗା ଜାତୀୟ ଉଦ୍ୟାନ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

 

ଗଣ୍ଡାର ଭିଡିଓ ସେୟାର କରି କ୍ୟାପସନ୍‌ ଲେଖିଛନ୍ତି, ବଗୋରି ରେଞ୍ଚରେ ବନ୍ଦର ଧୁବି ଅଞ୍ଚଳରେ ଗଣ୍ଡାଟି  ଥକି ପଡ଼ି ଜାତୀୟରାଜପଥ ୩୭ରେ ଶୋଇ ପଡ଼ିଛି। ଏହି ସମୟରେ ଜାତୀୟ ଉଦ୍ୟାନ ସୁରକ୍ଷାକର୍ମୀ ଗଣ୍ଡାର ସୁରକ୍ଷା କରିବା ସହ ଜାତୀୟ ରାଜପଥରେ ଗାଡ଼ି ଏବଂ ଲୋକଙ୍କ ଯାତାୟାତକୁ ଅଟକାଇ ଡିଜଟର୍ବ କର ନାହିଁ ବୋଲି କହିଥିଲେ। ଏଥିସହିତ ଧୀରେ ଧୀରେ ରାସ୍ତାପାର୍ଶ୍ୱ ଦେଇ ଗାଡ଼ି ନେବାକୁ ଚାଳକମାନଙ୍କୁ ପରାମର୍ଶ ଦେଇଥିଲେ।

Rhino sleeps on road| Exhausted rhino sleeps on Assam road while ...
Times Now

ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ୪୯ ହଜାରରୁ ଅଧିକ ଥର ଦେଖାଯାଇଛି, ଏବଂ ଏହି ଭିଡିଓକୁ ୬୦୦ରୁ ଅଧିକ ଥର ରିଟୁଇଟ କରାଯିବା ସହ ୬୪ଜଣଙ୍କ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଆସିଛି। ଏଥିସହିତ ଲୋକମାନେ ବନବିଭାଗର ଏଭଳି କାମକୁ ପ୍ରଶଂସା ବି କରିଛନ୍ତି।

 

ସମ୍ବନ୍ଧିତ ଖବର