ପୁଣେ: କୋଭିଡ-୧୯ରୁ ସୁସ୍ଥ ହେବା ପରେ ପୁଣେର ୩୫ ବର୍ଷୀୟ ବ୍ୟବସାୟୀ ବର୍ତ୍ତମାନ ରୋଗୀମାନଙ୍କ ସେବା କରିବା ପାଇଁ ହସ୍ପିଟାଲ୍ ୱାର୍ଡ ବୟ ଭାବରେ କାର୍ଯ୍ୟ କରୁଛନ୍ତି | ରିପୋର୍ଟ ଅନୁଯାୟୀ, ଏକ ସିକ୍ୟୁରିଟି ଗାର୍ଡ ସଂସ୍ଥା କରିଥିବା ସୁଭାଷ ବାବନ୍ ମାସକୁ ପ୍ରାୟ ୬୦,୦୦୦ ଟଙ୍କା ରୋଜଗାର କରୁଥିଲେ। ତେବେ ବର୍ତ୍ତମାନ ସୁଭାଷ ଭୋସରୀ ଡାକ୍ତରଖାନାରେ ୱାର୍ଡ ବୟ ଭାବରେ ମାତ୍ର ୧୬,୦୦୦ ଟଙ୍କା ଦରମାରେ ଚାକିରି କରୁଛନ୍ତି। କୋଭିଡ-୧୯ରୁ ସୁସ୍ଥ ହେବା ପରେ, ବିଶେଷ କରି ଯେଉଁମାନେ କୋଭିଡ-୧୯ରେ ପୀଡିତ ଅଛନ୍ତି ସେମାନଙ୍କ ସେବା କରିବାକୁ ଚାହୁଁଛନ୍ତି | ଜୁନରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ପରେ,ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା |
ବଂଚିବାର ଆଶା ଛାଡିଦେଇଥିବା ବେଳେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେ ସୁସ୍ଥ ହୋଇଥିଲେ | ଏହା ପରେ ଘରେ ସେ ଖବରକାଗଜରେ ଏକ ମେଡିକାଲରେ ୱାର୍ଡ ବୟ ପାଇଁ ବିଜ୍ଞାପନ ବାହାରିଥିବାର ଦେଖିଥିଲେ | ଏହାକୁ ଏକ ସୁଯୋଗ ଭାବି ସେ ଆବେଦନ କରିଥିଲେ | ଏହା ପରେ ମେଡିକାଲ କର୍ତୃପକ୍ଷ ତାଙ୍କୁ ନିଯୁକ୍ତି ଦେଇଥିଲେ | ତେବେ ମେଡିକାଲରେ ସଫେଇ କାମ କରିବାକୁ କୁହାଯାଇଥିଲା | ଯାହାକୁ ଭଗବାନଙ୍କ ଆଶୀର୍ବାଦ ଭାବି ସୁଭାଷ ଏହି କାମରେ ନିୟୋଜିତ ଅଛନ୍ତି |
ସୁଭାଷ କହିଛନ୍ତି ଯେ "ମୁଁ ମୋ ଜୀବନରେ ଏକ ଭୟରୁ ବଞ୍ଚିଛି। ଯଦି ତମେ ଏହି ଦୁନିଆରେ ନଥିବ, ତେବେ ଟଙ୍କାର ମୂଲ୍ୟ କିଛି ନୁହେଁ। ଭଗବାନ ମୋତେ ଆଉ ଏକ ସୁଯୋଗ ଦେଇଛନ୍ତି,ଡାକ୍ତରମାନେ ମୋତେ ଏକ ନୂତନ ଜୀବନ ଦେଇଛନ୍ତି ଏବଂ ମୁଁ ଏବେ ରୋଗୀଙ୍କ ସେବାରେ ଜୀବନ ବିତାଇବାକୁ ଚାହୁଁଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/businessman.jpg)