ସୁରତରେ ରହୁଥିବା ହୀରା ବ୍ୟବସାୟୀ ଦୀପକ ଶାହଙ୍କ ଏକମାତ୍ର ପୁଅ ଭବ୍ୟ ଶାହ୍‌ ନିକଟରେ ଜୈନ ଦୀକ୍ଷା ଗ୍ରହଣ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ଆଭିଜାତ୍ୟର ଜୀବନ ଛାଡ଼ି ସେ ଜୈନଦୀକ୍ଷା ଗ୍ରହଣ କରିଛନ୍ତି। ଦୀପକଙ୍କ ଦୁଇସନ୍ତାନ ମଧ୍ୟରୁ ପୂର୍ବରୁ କନ୍ୟା ଜୈନ ଦୀକ୍ଷା ଗ୍ରହଣ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିବା ବେଳେ ଭବ୍ୟ ବର୍ତ୍ତମାନ ଏହି ମାର୍ଗରେ ନିଜକୁ ନିୟୋଜିତ କରିଛନ୍ତି। ଜୈନ ଦୀକ୍ଷା ଗ୍ରହଣ କରିବା ମାତ୍ରେ ସଂସାର ମୋହମାୟା ତ୍ୟାଗ କରି ଈଶ୍ୱରଙ୍କ ଚରଣରେ ସମର୍ପିତ ହେବାକୁ ପଡିଥାଏ।

Advertisment

ଭବ୍ୟଙ୍କୁ ଯେତେବେଳେ ଘର ଛାଡିବା ବିଷୟରେ ପଚରାଗଲା ସେ ଏଥିପାଇଁ ବହୁତ ଖୁସି ଥିବା କହି ମା’ବାପାଙ୍କ ଆଜ୍ଞା ମାନି ଜୈନ ଦୀକ୍ଷା ଗ୍ରହଣ କରିଥିବା କହିଥିଲେ । ଭବ୍ୟଙ୍କ ଭଉଣୀ ମଧ୍ୟ ୧୨ ବର୍ଷ ବୟସରେ ଜୈନ ଦୀକ୍ଷା ଗ୍ରହଣ କରି ଗୃହ ତ୍ୟାଗ କରିଥିଲେ।

ଜୈନ ଦୀକ୍ଷା ଗ୍ରହଣ କରିବା ସମୟରେ ବିଭିନ୍ନ ପ୍ରକାର ନିୟମ ପାଳନ କରି ଭବ୍ୟଙ୍କୁ ଏହି ମାର୍ଗର ପଥିକ କରାଗଲା। ପ୍ରାୟ ୭୦୦୦ ଜନସମାଗମ ଏବଂ ୪୦୦ ରୁ ୪୫୦ ଜୈନ ସନ୍ୟାସୀ ଏବଂ ସନ୍ୟାସିନୀଙ୍କ ଗହଣରେ ଭବ୍ୟଙ୍କ ଜୈନଯାତ୍ରା ଆରମ୍ଭ କରାଗଲା । ପୁଅର ଆଧ୍ୟାତ୍ମିକ ମାର୍ଗରେ ପିତାମାତା ସମ୍ପୂର୍ଣ୍ଣ ରୂପରେ ସାହାଯ୍ୟ ସହଯୋଗ କରିଥିଲେ।