ଆସନ୍ତୁ ଜାଣିବା, ବିଶ୍ୱର ଧନୀ ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ କେଉଁଠି?

ବିଶ୍ୱର ସବୁଠାରୁ ଧନୀ ଦେଶ ମାନଙ୍କର ତାଲିକା ପ୍ରକାଶିତ ହୋଇଛି। ଯେଉଁଥିରେ ଭାରତକୁ ଅଷ୍ଟମ ସ୍ଥାନ ମିଳିଛି। ଆଫ୍ରେସିଆ ବ୍ୟାଙ୍କ ଗ୍ଲୋବାଲ ୱେଲଥ ମାଇଗ୍ରେସନ ରିଭ୍ୟୁ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ, ଏଥିରେ ଏସିଆର ଦେଶଗୁଡିକ ସହ ୟୁରୋପୀୟ ଦେଶ ମଧ୍ୟ ସାମିଲ ଅଛି। ଆସନ୍ତୁ ଜାଣିବା ଏହି ତାଲିକାରେ ପ୍ରଥମ ସ୍ଥାନରେ କିଏ ରହିଛି ଏବଂ ଭାରତର ସ୍ଥିତି କିଭଳି ଅଛି ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା ରହିଛି। ଆମେରିକାର ସମୁଦାୟ ସମ୍ପତ୍ତି ୬୨୫୮୪ ଅରବ ଡଲାର ରହିଛି। ଆମେରିକା ପରେ ୨୪,୮୦୩ ଅରବ ଡଲାର ସମ୍ପତ୍ତି ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ୧୯,୫୨୨ ଅରବ ଡଲାର ସମ୍ପତ୍ତି ସହ ଜାପାନ ତୃତୀୟ ସ୍ଥାନରେ ରହିଛି।

ଏହି ରିପୋର୍ଟ ଅନୁଯାୟୀ, ଭାରତର ସମୁଦାୟ ସମ୍ପତ୍ତି ୮,୨୩୦ ଅରବ ଡଲାର ଅଟେ। ସୂଚନା ଅନୁଯାୟୀ, ଦେଶର ସମୁଦାୟ ସମ୍ପତ୍ତିରେ ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ସାମିଲ କରାଯାଇଛି। ଯେଉଁଥିରେ ସେମାନଙ୍କର ସମ୍ପତ୍ତି, ଟଙ୍କା, ସେୟାର ଏବଂ ବିଜନେସ ଇତ୍ୟାଦି ସାମିଲ ରହିଛି। ଶ୍ରେଷ୍ଠ ୧୦ଟି ଦେଶମାନଙ୍କ ମଧ୍ୟରେ ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍‌ସ ଏବଂ ଇଟାଲୀ ରହିଛି । ତେବେ କୁହାଯାଉଛି ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ଚୀନର ସମୁଦାୟ ସମ୍ପତ୍ତି ୬୯୪୪୯ ବିଲିୟନ ଡଲାର ହେବ। ସେହିଭଳି ଆମେରିକାର ସମ୍ପତ୍ତି ୭୫୧୦୧ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଆଶା ରହିଛି।

ରିପୋର୍ଟ ଅନୁଯାୟୀ, ୨୦୨୭ ମଧ୍ୟରେ ଭାରତ, ବ୍ରିଟେନ ଏବଂ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଧନୀ ଦେଶ ହୋଇପାରିବ। ବିଶ୍ୱରେ ଏବେ ଏମିତି ୧.୫୨ କୋଟି ଲୋକ ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତି ୧୦ ଲକ୍ଷ ଡଲାରରୁ ଅଧିକ ଅଟେ । ୧ କୋଟିରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କର ସଂଖ୍ୟା ୫.୮୪ ଲକ୍ଷ ରହିଛି । ସେହିଭଳି ୧ ଅରବ ଡଲାରରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କର ସଂଖ୍ୟା ୨,୨୫୨ ଅଟେ।

ସମ୍ବନ୍ଧିତ ଖବର