ମାର୍ଚ୍ଚ ୧୬ର ଛୁଟି ରଦ୍ଦ ହେବା ପରେ୨୦ରେ ଯିବି ବୋଲି କହିଥିଲେ କର୍ମଜିତ୍‌, କିନ୍ତୁ ଘରକୁ ଆସିଲା ମୃତ୍ୟୁ ଖବର: ପାକିସ୍ତାନୀ ଗୋଳାବର୍ଷଣରେ ସହିଦ୍‌ ହେଲେ

ମୋଗା : ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଭାରତ-ପାକ୍‌ ସୀମାରେ ଗୋଳାବର୍ଷଣ ଜାରି ରହିଛି । ସୋମବାର ପୁଣି ଥରେ ପାକସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରି ଭାରତ ସୀମା ଉପରେ ଗୋଳା ବର୍ଷଣ କରିଥିଲା । ଯେଉଁଥିରେ ପଞ୍ଜାବର ମୋଗାରେ ରହୁଥିବା କର୍ମଜିତ୍‌ ସିଂହ ସହିଦ୍‌ ହୋଇଥିଲେ । କର୍ମଜିତ୍‌ଙ୍କ ଘରେ ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ସମସ୍ତଙ୍କ ମନରେ ଗୋଟେ କଥା ବାରମ୍ବାର ଉଙ୍କି ମାରୁଥିଲା । ମାର୍ଚ୍ଚ ୧୬ରେ ଯଦି ସେ ଛୁଟିରେ ଘରକୁ ଚାଲି ଆସିଥାନ୍ତେ, ତେବେ ଆଜି କର୍ମଜିତ୍‌ ତାଙ୍କ ଘର ଲୋକଙ୍କ ପାଖରେ ଥାନ୍ତେ ।

bhaskar.com

ସୂଚନା ମୁତାବକ, ନଭେମ୍ବର ୧୫, ୧୯୯୪ରେ ଜନ୍ମଗ୍ରହଣ କରିଥିବା କର୍ମଜିତ୍‌ ୪ବର୍ଷ ପୂର୍ବେ ଜମ୍ମୁ-କଶ୍ମୀରର ରାଇଫଲରେ ଯୋଗ ଦେଇଥିଲେ। ୪ବର୍ଷ ମଧ୍ୟରେ ନିଜର କାର୍ଯ୍ୟଦକ୍ଷତାକୁ ସେ ପ୍ରମାଣ କରିବାରେ ସଫଳ ହୋଇଥିଲେ । ଗତ ମାର୍ଚ୍ଚ୧୬ ପାଇଁ ସେ ଛୁଟି ଆବେଦନ କରିଥିବା ବେଳେ ଛୁଟି ମଞ୍ଜୁର ହୋଇ ନ ଥିଲା । ଯାହା ପାଇଁ ସେ ଘରକୁ ଫୋନ କରି ମାର୍ଚ୍ଚ ୨୦ରେ ଯିବି ବୋଲି କହିଥିଲେ । କିନ୍ତୁ ସୋମବାର ସକାଳେ ଜମ୍ମୁର କେରୀ, ବଟଲ ଏବଂ ନଥ୍ୟୁ ଟିବ୍ଦାରେ ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରି ଗୋଳାବର୍ଷଣ କରିଥିଲା, ଯେଉଁଥିରେ କର୍ମଜିତ୍‌ ସିଂହ ସହିଦ୍‌ ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର