ମହିଳାଙ୍କ ଗୋପନୀୟତା ଅଧିକାର: ରାତିରେ ଗିରଫ କରି ପାରିବ ନାହିଁ ପୁଲିସ !

ନୂଆଦିଲ୍ଲୀ: ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ମନ୍ଧରେ ଅବଗତ ନଥାନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡିଥାଏ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ କ’ଣ ରହିଛି ଆଇନ୍‌।

ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟ ଅସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ । ଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତି । ମହିଳା ପୁଲିସ ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁ । ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ ।

 

ଗୋପନୀୟତା ଅଧିକାର 

ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛି । ତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍‌ ହିଁ ମହିଳାଙ୍କ ସହିତ ରହି ପାରିବେ । ପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ଓ ପୁଲିସ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେ । ଏହିପରି ଘଟଣାରେ ପୁଲିସ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ ।

 

ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା 

ସମାଜ, ପରିବାର ଓ ଅନ୍ୟ କୌଣସି କାରଣବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେ । ଏଥିପାଇଁ ପୁଲିସ ଅଭିଯୋଗ ରୁଜୁ କରିବା  ପାଇଁ ମନା କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ ।

ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୁଲିସ

କୌଣସି ମହିଳାଙ୍କୁ ପଚରାଉଚରା ପାଇଁ ପୁଲିସ ଷ୍ଟେସନ୍‌ ଡକାଯାଇ ପାରିବ ନାହିଁ । ପୁଲିସ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚରା କରିପାରିବେ ।

 

ଜିରୋ ଏଫଆଇଆର ଅଧିକାର 

ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛି । ଏପରି କେସରେ ମହିଳା କୌଣସି ବି ପୁଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରିପାରିବେ ।

ସମ୍ବନ୍ଧିତ ଖବର